ସାଧାରଣତନ୍ତ୍ର ଦିବସ: ଏଥର ୧୧୩୨ ବୀରଙ୍କୁ ମିଳିବ ସମ୍ମାନ, ଗୃହ ମନ୍ତ୍ରଣାଳୟ ଜାରି କଲା ତାଲିକା

କେନ୍ଦ୍ର ସରକାର ଗୁରୁବାର ଜାତୀୟ ସାହସିକତା ଏବଂ ସେବା ପୁରସ୍କାର ଘୋଷଣା କରିଛନ୍ତି । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ତାଲିକା ମୁତାବିକ, ଚଳିତ ବର୍ଷ ପୋଲିସ୍, ଅଗ୍ନିଶମ ସେବା, ହୋମଗାର୍ଡ, ନାଗରିକ ସୁରକ୍ଷା ଏବଂ ସୁଧାର ସେବାର ୧୧୩୨ କର୍ମଚାରୀଙ୍କୁ ପୁରସ୍କାର ପ୍ରଦାନ କରାଯିବ ।

କେନ୍ଦ୍ର ସରକାର ଗୁରୁବାର ଜାତୀୟ ସାହସିକତା ଏବଂ ସେବା ପୁରସ୍କାର ଘୋଷଣା କରିଛନ୍ତି । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ତାଲିକା ମୁତାବକ, ଚଳିତ ବର୍ଷ ପୋଲିସ୍, ଅଗ୍ନିଶମ ସେବା, ହୋମଗାର୍ଡ, ନାଗରିକ ସୁରକ୍ଷା ଏବଂ ସୁଧାର ସେବାର ୧୧୩୨ କର୍ମଚାରୀଙ୍କୁ ପୁରସ୍କାର ପ୍ରଦାନ କରାଯିବ ।

ଦୁଇଟି ଶ୍ରେଣୀ ଅଧୀନରେ ୨୭୭ ସାହସିକତା ପୁରସ୍କାର ଘୋଷଣା କରାଯାଇଛି । ସେଥିମଧ୍ୟରୁ ୨୭୫ ପଦକ ସାହସିକତା ପାଇଁ ଏବଂ ୨ଟି ରାଷ୍ଟ୍ରପତି ପଦକ ରହିଛି । ରାଷ୍ଟ୍ରପତି ସାହସିକତା ପୁରସ୍କାର (ପିଜିଏମ୍)ରେ ୨ ଜଣଙ୍କୁ ସମ୍ମାନିତ କରାଯିବ । ୨୭୭ ଜଣଙ୍କ ମଧ୍ୟରୁ ୧୩୩ କର୍ମଚାରୀଙ୍କୁ ଜମ୍ମୁ-କାଶ୍ମୀରରେ ବୀରତାପୂର୍ଣ୍ଣ କାର୍ଯ୍ୟ ପାଇଁ, ୧୧୯ କର୍ମଚାରୀଙ୍କୁ ମାଓବାଦ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟ ପାଇଁ ଏବଂ ଶେଷ ୨୫ ଜଣ କର୍ମଚାରୀଙ୍କୁ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟ ପାଇଁ ସମ୍ମାନିତ କରାଯିବ । ଦୁଇଟି ରାଷ୍ଟ୍ରପତି ସାହସିକତା ପଦକ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର କର୍ମଚାରୀଙ୍କ ପାଇଁ ରହିଛି ।

୨୭୫ ସାହସିକତା ପୁରସ୍କାର ମଧ୍ୟରୁ ସର୍ବାଧିକ ୭୨ ସାହସିକତା ପୁରସ୍କାର ଜମ୍ମୁ-କାଶ୍ମୀର ପୋଲିସ୍ କର୍ମଚାରୀଙ୍କୁ ପ୍ରଦାନ କରିବାକୁ ଘୋଷଣା କରାଯାଇଛି । ଦ୍ୱିତୀୟ ନମ୍ବରରେ ରହିଛି ଛତିଶଗଡ । ଏଠାକାର ୨୬ କର୍ମଚାରୀ ପାଇବେ ପୁରସ୍କାର । ଏହାପରେ ଝାଡ଼ଖଣ୍ଡର ୨୩, ମହାରାଷ୍ଟ୍ରର ୧୮, ଓଡ଼ିଶାର ୧୫, ଦିଲ୍ଲୀର ୮, ସିଆର୍‌ପିଏଫ୍‌ର ୬୫ ଏବଂ ଅନ୍ୟାନ୍ୟ କେନ୍ଦ୍ରଶାସିତ ରାଜ୍ୟର ସେବା ବିଭାଗର ୨୧ ଜଣ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯିବ ।

ଏହି ପୁରସ୍କାର ବ୍ୟତୀତ ରାଷ୍ଟ୍ରପତିଙ୍କ ତରଫରୁ ବିଶିଷ୍ଟ ସେବା ପାଇଁ ୧୦୨ ପଦକ ପ୍ରଦାନ କରାଯିବ । ସେଥିମଧ୍ୟରୁ ପୋଲିସ ସେବାକୁ ୯୪, ଦମକଳ ସେବାକୁ ୪, ନାଗରିକ ସୁରକ୍ଷା ଏବଂ ହୋମଗାର୍ଡ ସେବାକୁ ୪ଟି ପଦକ ଦେବାକୁ ଘୋଷଣା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.