ତାମିଲନାଡ଼ୁରେ ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୪ ଜୀବନ

ତାମିଲନାଡୁର ଧର୍ମପୁରୀ ଜିଲ୍ଲାର ଥୋପୁର ଘାଟ ରାସ୍ତାରେ ଏକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ପାଖାପାଖି ୮ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଦୁର୍ଘଟଣା ତ ପ୍ରତ୍ୟେକ ଦିନ ଘଟୁଛି । ଦୁର୍ଘଟଣାର ଲୋମହର୍ଷଣକାରୀ ଦୃଶ୍ୟ ଦେଖିଲେ ଛାତି ଥରିଯାଏ । ସମାନ ଭାବେ ତାମିଲନାଡୁର ଧର୍ମପୁରୀ ଜିଲ୍ଲାର ଥୋପୁର ଘାଟ ରାସ୍ତାରେ ଏକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ପାଖାପାଖି ୮ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ବ୍ରିଜ ଆଡକୁ ଗତି କରୁଛି । ପରେ ପଛରୁ ଆସୁଥିବା ଅତି କମରେ ଚାରିଟି ଗାଡି ଧକ୍କା ହୋଇଥିଲା । ଏହି ଧକ୍କା ଏତେ ଭୟଙ୍କର ହୋଇଥିଲା ଯେ ଆଗରେ ଥିବା ଟ୍ରକଟି ବ୍ରିଜ ଭାଙ୍ଗି ତଳେ ପଡ଼ିଯାଇଥିଲା ।

ଗାଡ଼ିକୁ ଗାଡ଼ି ଧକ୍କା ହେବା ପରେ ଏକ ଟ୍ରକରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣାରେ ଏକ କାର ଦୁଇ ଫାଳ ହୋଇଯାଇଥିଲା । ଏହି କାରରେ ମଧ୍ୟ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଏହା ସହିତ ୮ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଥିବା ଜଣା ପଡ଼ିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଉଦ୍ଧାର କରିବା କାର୍ଯ୍ୟ ଆରମ୍ଭ କରିଥିଲେ । ଏହା ପରେ ଦୁର୍ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି । ଏହା ସହିତ ଆହତମାନଙ୍କ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନା ପଠାଯାଇଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଥିଲା । ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁତ ଭିଡ ଜମିଛି । ଟ୍ରକରେ ନିଆଁ ଲାଗିଥିବା ସମୟରେ ଅଗ୍ନିଶମ ବାହିନୀ ନିଆଁ ଲିଭାଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଦୁର୍ଘଟଣା ହୋଇଥିବା ଟ୍ରକଟି ବ୍ରିଜ୍‌ ତଳେ ପଡ଼ିଥିବା ଦେଖିବାକୁ ମିଳିଛି ।

ଧର୍ମପୁରୀ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅନୁଯାୟୀ ଧାନ ବୋଝେଇ ଟ୍ରକ ରାସ୍ତାରେ ଯାଉଥିବା ସମୟରେ ଭାରସାମ୍ୟ ହରାଇଥିଲା ଏବଂ ବ୍ରିଜ୍‌ ତଳେ ପଡ଼ି ଯାଇଥିଲା । ସାଧାରଣରେ ରାସ୍ତା ମରାମତି କାର୍ଯ୍ୟ ତୁରନ୍ତ କରିବାକୁ ଦାବି କରାଯାଇଛି । ରାସ୍ତା ମରାମତି କାର୍ଯ୍ୟ ପାଇଁ ଏଭଳି ଦୁର୍ଘଟଣା ବାରମ୍ବାର ହେଉଥିବା ଚର୍ଚ୍ଚା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.