Below header

୧୨ ବର୍ଷର ପିଲାକୁ ଅକଥନୀୟ ନିର୍ଯାତନା ଦେଉଥିଲା ପରିବାର; ଗରମ ତାଓ୍ଵା, ଗରମ ଛୁରୀରେ ଚେଙ୍କ ଦେଇ ଘା ଲୁଚାଇବା ପାଇଁ ପିନ୍ଧାଉଥିଲା ହିଜାବ

ବେଙ୍ଗାଲୁରୁରୁ ୧୨ ବର୍ଷ ପିଲାକୁ ନାଗପୁର କିଣିଆଣି ପରିବାର ଦେଉଥିଲା ଅକଥନୀୟ ନିର୍ଯାତନା । ଘରର ସବୁ କାମ କରିବାକୁ ଦେଉଥିବା ବେଳେ କିଛି ଭୁଲ୍‌ ହୋଇଗଲେ ଗରମ ତାଓ୍ଵା ଚେଙ୍କ ତ କେବେ ଗରମ ଛୁରୀରେ ଆଉ କେତେବେଳେ ସିଗାରେଟ ଚେଙ୍କ ଦେଉଥିଲେ ପରିବାର ଲୋକେ ।

ମହାରାଷ୍ଟ୍ର ନାଗପୁରରେ ନୃଶଂସ ଓ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୨ ବର୍ଷୀୟ ପିଲାଙ୍କୁ ସହିତ ଏଭଳି କାଣ୍ଡ ଘଟିଛି, ଯାହା ଶୁଣିବା ପରେ ଆପଣଙ୍କ ହୃଦୟ ଥରି ଉଠିବ । ଘରୋଇ କାମ ପାଇଁ ବେଙ୍ଗାଲୁରୁରୁ କିଣି ଆସିଥିବା ପିଲାକୁ ଅଭିଯୁକ୍ତ ପରିବାର ଏଭଳି ନିର୍ଯାତନା ଯାହା ସବୁ ସୀମା ପାର ହୋଇଛି । ପରିବାର ସେ ପିଲାଠାରୁ ସବୁ କାମ କରାଉଥିଲା ଆଉ ଛୋଟ ଛୋଟ କଥାରେ ଅକଥନୀୟ ନିର୍ଯାତନା ଦେଇଥିଲା । ଧିରେ ଧିରେ ପିଲାଟି ଉପରକୁ ପରିବାର ପକ୍ଷରୁ ଅନେକ ନିର୍ଯାତନା ଦିଆଯାଉଥିଲା । କେତେ ବେଳେ ପିଲାର ପିଠିରେ ଗରମ ତାଓ୍ଵା ଚେଙ୍କ ତ କେବେ ଗରମ ଛୁରୀରେ ଆଉ କେତେବେଳେ ସିଗାରେଟ ଚେଙ୍କ ଦେଉଥିଲେ ପରିବାର ଲୋକେ ।

ନାଗପୁରର ହୁଡକେଶ୍ୱର ଥାନା ଅଞ୍ଚଳ ଅର୍ଥବ ନଗରୀ ସୋସାଇଟରେ ପିଲାକୁ କିଣି ଏକ ପରିବାର ଆଣିଥିଲେ । ଘରୋଇ କାମ ପାଇଁ ଆଣିଥିବା ପିଲା ଉପରେ ଦିନକୁ ଦିନ ଅତ୍ୟାଚାର ବଢିଚାଲିଥିଲା । ପିଲାଟି କିଛି ଭୁଲ୍‌ କରିଦେଉଥିଲେ ପରିବାର ପକ୍ଷରୁ ଅକଥନୀୟ ନିର୍ଯାତନା ଦିଆଯାଉଥିଲା । ୧୨ ବର୍ଷୀୟ ନାବାଳିକାକୁ ପରିବାର ପକ୍ଷରୁ ଗରମ ତାଓ୍ଵା ଚେଙ୍କ, ଗରମ ଛୁରୀ ଚେଙ୍କ ଏବଂ ସିଗାରେଟ ଚେଙ୍କ ଇତ୍ୟାଦି ଦେଇଥିଲେ । ପିଲାକୁ ୪ ଦିନ ପର୍ଯ୍ୟନ୍ତ ଘରେ ବନ୍ଦ କରି ବେଙ୍ଗାଲୁରୁ ଚାଲିଯାଇଥିଲା ପରିବାର ।

ବିଜୁଳି ବିଲ୍‌ ନ ଦେଇଥିବାରୁ କରେଣ୍ଟ ଚାଲିଯିବାରୁ ପିଲାଟି ଚିତ୍କାର କରି ଡାକିବା ଯୋଗୁଁ ପଡୋଶୀ ଆସି ଶୁଣିବା ପରେ ପିଲାଟି ସବୁ ସତ କହିଥିଲେ । ୩ ବର୍ଷ ହେଲାଣି ପିଲାଟିକୁ କିଣି ଆଣିବା ପରେ କିଭଳି ପରିବାର ଅକଥନୀୟ ଅତ୍ୟାଚାର ଦେଇଥିଲେ ପିଲାଟି ପଡୋଶୀଙ୍କୁ ଜଣାଇଥିଲେ । ଏହା ପରେ ପଡୋଶୀ ଜଣକ ପୋଲିସକୁ ସୂଚନା ଦେବା ପରେ ପୋଲିସ ଆସି ପିଲାଟିକୁ ଉଦ୍ଧାର କରିଥିଲେ ।

୩ ବର୍ଷ ହେଲାଣି ପିଲାଟି ଏଭଳି ଅତ୍ୟାଚାର ସହି ରହୁଥିଲା । ପରିବାର ଲୋକେ ପିଲାର ଶରୀରରେ କ୍ଷତି ସ୍ଥାନ ଲୁଚାଇବା ପରେ ହିଜାବ ପିନ୍ଧାଇ ରଖୁଥିଲେ । ପୋଲିସ ପିଲାକୁ ଉଦ୍ଧାର କରି ଘଟଣାର ଯାଞ୍ଚ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.