ଜାଲିକାଟ୍ଟୁ ହେଲା ମୃତ୍ୟୁର ଖେଳ, ଖେଳ ବେଳେ ଚାଲିଗଲା ଷଣ୍ଢ ମାଲିକର ୧୪ ବର୍ଷ ପୁଅର ଜୀବନ

ତାମିଲନାଡୁରେ ଜାଲିକାଟ୍ଟୁ ସମୟରେ ଜଣେ ୧୪ ବର୍ଷ ପିଲାର ଜୀବନ ଚାଲିଯାଇଛି । ପ୍ରସିଦ୍ଧ ଜାଲିକାଟ୍ଟୁ ଖେଳ ବେଳେ ଚାଲିଗଲା ନାବାଳକର ଜୀବନ। ୧୪ ବର୍ଷର ପୁଅକୁ ଷଣ୍ଢ ଭୁସି ମାରିବାରୁ ଜୀବନ ଚାଲିଯାଇଛି । ତାମିଲନାଡୁର ଧର୍ମପୁରୀରେ ଥାଣ୍ଡାଗମ୍‌ ଗାଁରେ ଆୟୋଜିତ କାର୍ଯ୍ୟକ୍ରମରେ ଏଭଳି ଅଘଟଣ ଘଟିଛି ।

ଥାଣ୍ଡାଗମ୍‌ ଗାଁରେ ଆୟୋଜିତ ବାର୍ଷିକ ଜାଲିକାଟ୍ଟୁ କ୍ରୀଡା ଦେଖିବା ପାଇଁ ଶହ ଶହ ଲୋକ ଏକାଠି ହୋଇଥିଲେ। ଖେଳର ଶେଷ ପର୍ଯ୍ୟାୟରେ ଜଣେ ଷଣ୍ଢ ମାଲିକ ତାଙ୍କ ଷଣ୍ଢକୁ କାବୁ କରିପାରି ନଥିଲେ। ଫଳରେ ନିୟନ୍ତ୍ରଣ ବାହାରେ ଯାଇ ଷଣ୍ଢଟି ଖେଳ ଦେଖିବାକୁ ଆସିଥିବା ଜଣେ ୧୪ ବର୍ଷୀୟ ପୁଅକୁ ଆକ୍ରମଣ କରିଥିଲା। ଷଣ୍ଢ ଭୁସିବା ଯୋଗୁ ନାବାଳକର ଗୁରୁତର ଭାବେ ଆହତ ହୋଇଥିଲା। ସେଠାରୁ ତାଙ୍କୁ ଧର୍ମପୁରୀ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଘଟଣା ବିଷୟରେ ଜାଣିବା ପରେ ପୋଲିସ ତଦନ୍ତ କରୁଛି। ସିସିଟିଭି ଫୁଟେଜ ଖୋଜିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି । ଗୋକୁଳକୁ ମିଶାଇ ଚଳିତ ବର୍ଷ ଜାଲିକାଟ୍ଟୁରେ ୪ଜଣଙ୍କର ମୃତ୍ୟୁ ଘଟିଲାଣି।

ସୂଚନା ମୁତାବକ, ମୃତ ନାବାଳକର ନାଁ ଏସ୍ ଗୋକୁଳ। ସେ ମାରିଥିବା ଷଣ୍ଢ ମାଲିକର ପୁଅ। ପିଲାଟି ପ୍ରସ୍ଥାନ ଫାଟକ ନିକଟରେ ତାଙ୍କ ଷଣ୍ଢକୁ ଅପେକ୍ଷା କରି ଠିଆ ହୋଇଥିଲା। ଏତିକି ବେଳେ ଷଣ୍ଢଟି ନିୟନ୍ତ୍ରଣ ହରାଇ ଗୋକୁଳକୁ ଆକ୍ରମଣ କରିଥିଲା। ଏହି ଜାଲିକାଟ୍ଟୁ ବେଳେ ମୋଟ ୬୮ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ତାମିଲନାଡୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଏମ୍ଆର ପନିର ସେଲଭମଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା। ଏହି ଜାଲିକାଟ୍ଟୁ କ୍ରୀଡ଼ାରେ ମୋଟ ୬୨୨ଟି ଷଣ୍ଢ ଓ ୭୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏହି ଖେଳ ବିଜେତାକୁ ଦୁଇଚକିଆ ଗାଡି, ପୋଷାକ, ଗହଣା ଏବଂ ପଇସା ପ୍ରଦାନ କରାଯାଏ ।