ଜମ୍ମୁ-କାଶ୍ମୀର ଘାଟିରେ ପୁଣି ମୁତୟନ ହେଲେ ୨୮ ହଜାର ସୁରକ୍ଷାକର୍ମୀ, ଧାରା ୩୭୦ ଓ ୩୫କୁ ହଟାଇ ପାରନ୍ତି ସରକାର

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀର ଘାଟିରେ ପୁଣି ମୁତୟନ ହେଲେ ୨୮ ହଜାର ସୁରକ୍ଷାକର୍ମୀ । କିଛି ଦିନ ତଳେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀଗୁଡ଼ିକର ୧୦ ହଜାର ଯବାନଙ୍କୁ ମୁତୟନ କରାଯାଇଥିଲା । ସହରର ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ଗୁଡ଼ିକର ଦାୟିତ୍ୱ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳକୁ ଦାୟିତ୍ୱ ଦିଆଯାଇଛି । ଏତେ ସଂଖ୍ୟକ ସୁରକ୍ଷାକର୍ମୀ ମୁତୟନର କାରଣ ଜଣାପଡ଼ିନାହିଁ । କୁହାଯାଉଛି, ଧାରା ୩୭୦ ଓ ଧାରା ୩୫କୁ ହଟାଇ ପାରନ୍ତି ସରକାର । ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଘୋଷଣା କରିପାରନ୍ତି । ଆତଙ୍କବାଦୀଙ୍କୁ ମୁଳପୋଛ କରିବା ଏବଂ ଆତଙ୍କାବଦୀଙ୍କୁ ପ୍ରତିହତ କରିବା ଲକ୍ଷ୍ୟରେ ବଡ଼ ଅପରେସନ୍‌ ଚାଲିବ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.