ବିଦ୍ୟୁତ ସଂସ୍ପର୍ଶରେ ଆସିଲା ଯାତ୍ରୀବାହୀ ବସ୍‌, ଜଳିଗଲେ ୮ ଶ୍ରଦ୍ଧାଳୁ

ଜୈସଲମେର : ଭାରତ ପାକିସ୍ତାନ ବର୍ଡର ସ୍ଥିତ ଜୈସଲମେର ଜିଲ୍ଲାରେ ସକାଳେ ଏକ ବଡ ସଡ଼କ ଦୁର୍ଘଟଣା ହୋଇଛି। ଏଠାରେ ଏକ ବସ୍‌ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା। ଏହି ବସ୍‌ରେ ୮ ଜଣ ଯାତ୍ରୀ ଦଗ୍ଧ ହୋଇଯାଇଥିବା ବେଳେ ୩ ଜଣ ମୃତ୍ୟୁବରଣ କରିଛନ୍ତି। ଆଉ ବାକି ୫ ଜଣଙ୍କର ଅବସ୍ଥାର ସଙ୍କଟାପନ୍ନ ରହିଛି। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ମୃତ ଏବଂ ଆହତ ହୋଇଥିବା ଯାତ୍ରୀ ସନ୍ଥ ସଦାରାମ ମେଳାରେ ଯୋଗ ଦେଇ ଫେରୁଥିଲେ। ଏହି ସମୟରେ ଦୁର୍ଘଟଣା ଘଟିଥିଲା।

ପୋଲିସ କହିବା ମୁତାବକ, ଜୈସଲମରଠାରୁ ୧୫ କିମି ଦୂର ସଦର ଥାନା ଅଞ୍ଚଳରେ ସକାଳ ୧୦ଟାରେ ପୋଲଜୀ ଡାଏରୀ ପାଖରେ ହୋଇଥିଲା। ଖିୟା ଏବଂ ଖୁଇୟାଲା ଗାଁର ଲୋକ ବସ୍‌ ଭଡାରେ ନେଇ ମେଳାକୁ ବୁଲିବାକୁ ଯାଇଥିଲେ। ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଆତଙ୍କ ଖେଳିଯାଇଥିଲା। ସୂଚନାନୁଯାୟୀ, ପୋଲିସ ଏବଂ ଗ୍ରାମୀଣ ଲୋକ ଘଟଣା ସ୍ଥଳକୁ ଦୌଡି ଯାଇ ସ୍ଥିତିକୁ ସମ୍ଭାଳିଥିଲେ।

ପୋଲଜୀ ଡାଏରୀ ନିକଟରେ ସଡ଼କ ଉଚ୍ଚା ହେବା ପାଇଁ କାମ ଚାଲିଥିଲା। ରାସ୍ତା ଉଚ୍ଚା ହେବା ଯୋଗୁଁ ବସ୍‌ ଯାଇ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା। ବସ୍‌ ଛାତରେ ଶ୍ରଦ୍ଧାଳୁ ବସିଥିଲେ। ଯାହା ଫଳରେ ବସ୍‌ ଛାତରେ ବସିଥିବା ଲୋକଙ୍କ ଦେହରେ କରେଣ୍ଟ ଲାଗିଯାଇଥିଲା। ବସ୍‌ ବିଦ୍ୟୁତ ସଂସ୍ପର୍ଶରେ ଆସିବା ପରେ ବସ୍‌ ସାରା କରେଣ୍ଟ ବ୍ୟାପୀ ଯାଇଥିଲା। କିନ୍ତୁ ଡ୍ରାଇଭର ଚାଲାକ କରି ବସ୍‌କୁ ଆଗକୁ ନେଇ ଯିବାରୁ କରେଣ୍ଟ ଅଳ୍ପ ସମୟ ପାଇଁ ଲାଗିଥିଲା। କିନ୍ତୁ ୮ ଜଣ ଲୋକ କରେଣ୍ଟରେ ଲାଗି ଜଳି ଯାଇଥିଲେ। ଏଥିରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ରହିଛନ୍ତି।

ବସ୍‌ରେ ଅଧିକ ଲୋକ ଥିବାରୁ କିଛି ଯାତ୍ରୀ ବସ୍‌ ଛାତରେ ବସି ଯାତ୍ରା କରୁଥିଲେ। ଯେଉଁମାନେ ବସ୍‌ ଛାତରେ ବସିଥିଲେ ସେମାନେ ହିଁ ଜଳିଗଲେ। ଘଟଣା ପରେ ସେମାନଙ୍କୁ ହସପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Also Read : ଦେଶର ସବୁଠୁ ବଡ ବୋମା, ଯାହା କ୍ଷଣକରେ ଧ୍ୱଂସ କରିଦେବ ଶତ୍ରୁର ବଡ ବଡ ବଙ୍କର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.