ଚୀନ୍‌ର ଉହାନରୁ ଭାରତ ଫେରିଲେ ଆଉ ୩୨୩ ଜଣ ଭାରତୀୟ, ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ: ଚୀନ୍‌ର ଉହାନରୁ ଭାରତ ଫେରିଲେ ଆଉ ୩୨୩ ଜଣ ଭାରତୀୟ । ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଯୋଗେ ସେମାନଙ୍କୁ ଭାରତ ଅଣାଯାଇଛି । ଏମାନଙ୍କ ମଧ୍ୟରେ ମାଲଦୀପର ୭ ଜଣ ନାଗରିକ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୬୪୭ ଜଣ ଭାରତୀୟ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିସାରିଲେଣି । ସମସ୍ତଙ୍କୁ ସେନା ଶିବିରକୁ ପଠାଯାଇଛି । ଆଇଟିବିପି ପକ୍ଷରୁ ଦିଲ୍ଲୀରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେନା ପକ୍ଷରୁ ହରିୟାଣାର ମାନେସରରେ ଏକ କେନ୍ଦ୍ର କରାଯାଇଛି । ଏଠାରେ ମଧ୍ୟ ଚୀନ୍‌ରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖାଯିବ । ଯେଉଁମାନଙ୍କ ପାଖରେ କରୋନା ଭାଇରସ୍‌ ଥିବା ଆଶଙ୍କା କରାଯିବ, ସେମାନଙ୍କୁ ଦିଲ୍ଲୀ କେଣ୍ଟରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ସେହିପରି ଅଧିକ ଅସୁସ୍ଥ ଥିବା ରୋଗୀଙ୍କ ପାଇଁ ସଫଦରଞ୍ଜଗ ହସ୍ପିଟାଲରେ ୫୦ଟି ବେଡ୍‌ କରାଯାଇଛି । ଏହା ସହ ଆଲଓ୍ଵରରେ କରୋନା ରୋଗୀଙ୍କ ପାଇଁ ୨୫୦ଟି ବେଡ୍‌ର ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.