କଙ୍ଗୋ: ସେନା ନିଯୁକ୍ତି କାର୍ଯ୍ୟକ୍ରମ ବେଳେ ଷ୍ଟାଡିୟମ୍‌ରେ ଦଳାଚକଟା, ୩୭ ଆଶାୟୀଙ୍କ ମୃତ୍ୟୁ

କଙ୍ଗୋ ରିପବ୍ଲିକର ଏକ ମିଲିଟାରୀ ଷ୍ଟାଡିୟମରେ ମଙ୍ଗଳବାର ଅତ୍ୟଧିକ ଭିଡ଼ ଯୋଗୁ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଏଥିରେ ପ୍ରାୟ ୩୭ ଜଣ ଆଶାୟୀଙ୍କ ମୃତ୍ୟୁ ଘଟିଛି। ସୂତ୍ରରୁ ଜଣାପଡ଼ିଛି, ଷ୍ଟାଡିୟମ୍‌ରେ ସେନା ନିଯୁକ୍ତି କାର୍ଯ୍ୟକ୍ରମ ଚାଲିଥିଲା।

କଙ୍ଗୋ ରିପବ୍ଲିକର ଏକ ମିଲିଟାରୀ ଷ୍ଟାଡିୟମରେ ମଙ୍ଗଳବାର ଅତ୍ୟଧିକ ଭିଡ଼ ଯୋଗୁ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଏଥିରେ ପ୍ରାୟ ୩୭ ଜଣ ଆଶାୟୀଙ୍କ ମୃତ୍ୟୁ ଘଟିଛି। ସୂତ୍ରରୁ ଜଣାପଡ଼ିଛି, ଷ୍ଟାଡିୟମ୍‌ରେ ସେନା ନିଯୁକ୍ତି କାର୍ଯ୍ୟକ୍ରମ ଚାଲିଥିଲା। ଏଥିରେ ଯୋଗଦେବା ପାଇଁ ବହୁ ସଂଖ୍ୟାରେ ଯୁବକ ପହଞ୍ଚିଥିଲେ, ଯାହାଫଳରେ ଷ୍ଟାଡିୟମରେ ଚାହୁଁ ଚାହୁଁ ଖଚାଖଚ୍‌ ଭିଡ଼ ହୋଇଯାଇଥିଲା। ଏହି ସମୟ ମଧ୍ୟରେ ଦଳାଚକଟା ହୋଇ ୩୭ ଜଣଙ୍କ ମୃତ୍ୟୁ ଘଟିଥିଲା।

ଗଣମାଧ୍ୟମ ରିପୋର୍ଟ ମୁତାବକ, ଗତ ଏକ ସପ୍ତାହ ଧରି ଏଠାରେ ସେନା ନିଯୁକ୍ତି ଚାଲିଛି। ପ୍ରତ୍ୟେକ ଦିନ ନିଯୁକ୍ତି କେନ୍ଦ୍ର ବାହାରେ ଲମ୍ବା ଲାଇନ୍‌ ଲାଗୁଛି। ଯୁବକମାନେ ସେନାରେ ସାମିଲ ହେବା ପାଇଁ ପହଞ୍ଚୁଛନ୍ତି। କହି ରଖୁଛୁ, କଙ୍ଗୋରେ ସେନା ହେଉଛି ଏକମାତ୍ର ଅନୁଷ୍ଠାନ, ଯେଉଁଠାରେ ଅଧିକାଂଶ ଲୋକଙ୍କୁ ଚାକିରି ମିଳିଥାଏ।

ରିପୋର୍ଟ ଅନୁଯାୟୀ, ଏହି ନିଯୁକ୍ତି କାର୍ଯ୍ୟକ୍ରମରେ ପ୍ରତିଦିନ ପାଖାପାଖି ୭୦୦ ଲୋକ ପଞ୍ଜୀକରଣ ପାଇଁ ପହଞ୍ଚୁଛନ୍ତି। ଯେତେବେଳେ କି, ମାତ୍ର ୧୫୦୦ ଲୋକଙ୍କୁ ହିଁ ନିଯୁକ୍ତି ମିଳିବ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କ୍ରାଇସିସ୍‌ ୟୁନିଟ୍ ମଙ୍ଗଳବାର ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି, ଜରୁରୀକାଳୀନ ସେବା ବର୍ତ୍ତମାନ ରିପୋର୍ଟ କରିଛି ଯେ ଏହି ଘଟଣାରେ ୩୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଜଣ ଆହତ ହୋଇଛନ୍ତି। ତେବେ ଏଭଳି ଦୌଡ଼ାଦୌଡ଼ି ପରିସ୍ଥିତି କାହିଁକି ଉପୁଜିଲା, ତାହାର ପ୍ରକୃତ କାରଣ ଜଣା ପଡ଼ିନାହିଁ। ସ୍ଥାନୀୟ ଅଧିକାରୀ ଏହାର ତଦନ୍ତ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.