ଅକ୍ସିଜେନ ପ୍ଲାଣ୍ଟରେ ବିସ୍ଫୋରଣ, ୬ ମୃତ, ୩୦ରୁ ଅଧିକ ଗୁରୁତର

ଅକ୍ସିଜେନ ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୬ ମୃତ ଓ ୩୦ ଆହତ ହୋଇଥିବା ଖବର ମିଳିଛି। ବାଂଲାଦେଶର ଚଟଗାଁଓର ସୀତାକୁଣ୍ଡ ଉପଜିଲ୍ଲାର କଦମ ରସୁଲ (କେଶବପୁର) ଅଞ୍ଚଳରେ ବିସ୍ଫୋରଣ । ଘଟଣାସ୍ଥଳ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା କୋଠାଗୁଡ଼ିକ ମଧ୍ୟ ଦୋହଲି ଯାଇଥିଲା।

ବାଂଲାଦେଶର ଚଟଗାଁଓର ସୀତାକୁଣ୍ଡ ଉପଜିଲ୍ଲାର କଦମ ରସୁଲ (କେଶବପୁର) ଅଞ୍ଚଳରେ ଏକ ଅକ୍ସିଜେନ୍ ପ୍ଲାଣ୍ଟରେ ବିସ୍ଫୋରଣ । ବିସ୍ଫୋରଣରେ ଘଟି ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି।

ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘଟଣାସ୍ଥଳ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା କୋଠାଗୁଡ଼ିକ ମଧ୍ୟ ଦୋହଲି ଯାଇଥିଲା। ସେହିପରି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଅକ୍ସିଜେନ୍ ପ୍ଲାଣ୍ଟର ଜିନିଷ ଗୁଡ଼ିକ ଅନେକ କିଲୋମିଟର ଦୂରରେ ଛିଟିକି ପଡ଼ିଥିବା ଦେଖିବାକୁ ମିଳିଥିଲା।

ତେବେ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ୬ ମୃତକଙ୍କ ମଧ୍ୟରୁ ୫ ଜଣ ହେଉଛନ୍ତି ଅକ୍ସିଜେନ୍ ପ୍ଲାଣ୍ଟର କର୍ମଚାରୀ। ଅନ୍ୟ ଜଣେ ମୃତକ ଅକ୍ସିଜେନ୍ ପ୍ଲାଣ୍ଟ ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଏକ ଦୋକାନ କରିଥିଲେ । ଆଉ ତାଙ୍କ ଉପରେ ବିସ୍ଫୋରଣ ଯୋଗୁଁ ଏକ ବସ୍ତୁ ପଡିବାରୁ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ନାଁ ଶମଶୁଲ ଆଲମ (୬୫)। ଉକ୍ତ ଶକ୍ତ ଧାତୁର ଓଜନ ପ୍ରାୟ ୨୫୦ରୁ ୩୦୦ କେଜି ହେବ ବୋଲି ଆଲମଙ୍କ ଭାଇ କହିଛନ୍ତି।

ମନ୍ଦବୀର ହାଟ ନିବାସୀ ରେଡବାନୁଲ ହକ କହିଛନ୍ତି, ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଧୂଆଁ ବ୍ୟାପିଯାଇଥିଲା । ଅତିକମରେ ୧୨ ଜଣ କର୍ମଚାରୀଙ୍କୁ ପ୍ଲାଣ୍ଟରୁ ବାହାର କରାଯାଇଥିଲା ।

ବିସ୍ଫୋରଣ ପରେ ଅକ୍ସିଜେନ୍ ପ୍ଲାଣ୍ଟରେ ନିଆଁ ଲାଗିଯାଇଥିଲା। ୯ଟି ଦମକଳ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀକୁ ଘଣ୍ଟେରୁ ଅଧିକ ସମୟ ଲାଗିଥିଲା। ତେବେ ବିସ୍ଫୋରଣ କେଉଁ କାରଣ ଯୋଗୁଁ ହୋଇଥିଲା, ତାହା ଏପର୍ଯ୍ୟନ୍ତ ଜଣାନାହିଁ । ତେବେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ ।

ସୂଚନାଯୋଗ୍ୟ, ଗତବର୍ଷ ଜୁନରେ ବିଏମ କଣ୍ଟେନର ଡିପୋରେ ନିଆଁ ଲାଗିବା ଯୋଗୁଁ ୫୧ ଲୋକଙ୍କର ମୃତ୍ୟୁହୋଇଥିଲା । ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।