Below header

କୁକୁର ଆକ୍ରମଣରୁ ନିଜ ଭଉଣୀକୁ ରକ୍ଷା କରି ସୋସିଆଲ୍‌ ମିଡିଆରେ ହିରୋ ବନିଗଲେ ୬ ବର୍ଷର ପିଲା, ପ୍ରଶଂସା କଲେ ଆମେରିକାର ଅଭିନେତ୍ରୀ ଆନି ହାଥ୍‌େଓ୍ଵ

ଜଣେ ୬ ବର୍ଷର ବାଳକ ନିଜର ଭଉଣୀକୁ କୁକୁର ମୁହଁରୁ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇଦେଇଛନ୍ତି । ଯାହାକୁ ନେଇ ସୋସିଆଲ୍‌ ମିଡିଆରେ ପିଲାଟି ପ୍ରତି ପ୍ରଶଂସାର ସୁଅ ଛୁଟିଛି । ତା’ର ସାହସୀକତା ପାଇଁ ଆମେରିକାର ଅଭିନେତ୍ରୀ ଆନି ହାଥ୍‌େଓ୍ଵ ମଧ୍ୟ ପିଲାଟିକୁ ଟ୍ଵିଟ୍‌ର ହାଣ୍ଡେଲ୍‌ରେ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି ।

 

brigar

ଘଟଣାଟି ଥିଲା ଏମିତି । ବ୍ରିଗର ଓ୍ଵାକ୍‌ରର ୪ ବର୍ଷର ଭଉଣୀ ଏକ କୁକୁର ହାବୁଡରେ ପଡ଼ିଯାଇଥିଲା । କୁକୁରଟି ତା’ର ଭଉଣୀକୁ ଆକ୍ରମଣ କରୁଥିବା ଦେଖି ବ୍ରିଗର କୁକୁର ଆଗକୁ ଡେଇଁ ପଡି ଭଉଣୀ ଆଗରେ ଠିଆ ହୋଇ ଯାଇଥିଲା । ହେଲେ କୁକୁର ଭଉଣୀକୁ ଛାଡି ବ୍ରିଗରକୁ ଆକ୍ରମଣ କରିଥିଲା । ତେବେ ବ୍ରିଗର ଡରି ନଯାଇ କୁକୁରକୁ ମୁକାବିଲା କରିଥିଲା । କିଛି ସମୟ ପରେ କୁକୁର ଛାଡ଼ି ଚାଲିଯାଇଥିଲା ।

anne-hathaway

ହେଲେ ଆକ୍ରମଣରେ ବ୍ରିଗରର ଗାଲକୁ କାମୁଡ଼ି ଖଣ୍ଡିଆ କରି ଦେଇଥିଲା । ଯାହା ଫଳରେ ବ୍ରିଗର ଗାଲରେ ପ୍ରାୟ ୯୦ ଟି ଷ୍ଟିଚ୍‌ ପଡିଥିବା ଜଣାଯାଇଛି । ପରିବାର ଲୋକ ଯେତେବେଳେ ତାକୁ କୁକୁର ଆଗକୁ କାହିଁକି ଡେଇଁଲୁ ବୋଲି ପଚାରିଲେ । ସେ ଯେଉଁ ଉତ୍ତର ଦେଲା ଯେ କେହି ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଯଦି ମରିବାର ହେବ ତେବେ ମୁଁ ଆଗେ ମରିବାକୁ ପସନ୍ଦ କରିବି ବୋଲି ବ୍ରିଗରର ଏହି କଥା ଦୁଇ ପଦ ପରିବାର ଲୋକଙ୍କ ଆଖିରେ ଲୁହ ଭରିଦେଇଥିଲା । ଏତେ ଛୋଟ ବୟସରେ ଏପରି ମନସ୍ତତ୍ତ୍ୱ ସମସ୍ତଙ୍କୁ ଚକିତ କରିଦେଇଥିଲା ।

ଏହି ଖବର ସୋସିଆଲ୍‌ ମିଡିଆରେ ଆସିବା ପରେ ବ୍ରିଗରର ସାହସିକତା ଓ ଉଚ୍ଚ ମନୋଭାବ ନେଇ ଆମେରିକା ଅଭିନେତ୍ରୀ ଆନି ହାଥ୍‌େଓ୍ଵ ମଧ୍ୟ ତାକୁ ପ୍ରଶଂସା କରିବାକୁ ପଛାଇ ନାହାଁନ୍ତି । ବ୍ରିଗର ସାହସୀକତା ପାଇଁ ସୋସିଆଲ୍‌ ମିଡିଆରେ ତାକୁ ବହୁ ପ୍ରଶଂସା ମିଳିବାରେ ଲାଗିଛି । ଓ୍ଵାଇଲ୍ଡ ଲାଇଫ୍‌ ଫିଲ୍ମ ମେକର କ୍ରିସ୍‌ ଇଭାନ୍ସ ମଧ୍ୟ ବ୍ରିଗରର ଏହି ସାହସୀକତା ପାଇଁ ପ୍ରଶଂସା କରିବାକୁ ପଛେଇ ନାହାଁନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.