ଜାପାନରେ ୭.୫ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଲର୍ଟ ଜାରି

ଜାପାନର ଇସିକାଭା ଅଞ୍ଚଳରେ ସୋମବାର ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୫ ରେକର୍ଡ କରାଯାଇଛି। ଭୂମିକମ୍ପ ଯୋଗୁ ପ୍ରଶାସନ ସୁନାମୀ ସତର୍କତା ଜାରି କରିଛି।

ଜାପାନର ଇସିକାଭା ଅଞ୍ଚଳରେ ସୋମବାର ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୫ ରେକର୍ଡ କରାଯାଇଛି। ଭୂମିକମ୍ପ ଯୋଗୁ ପ୍ରଶାସନ ସୁନାମୀ ସତର୍କତା ଜାରି କରିଛି।

ଜାପାନୀ ମିଡିଆ ‘ଏନ୍‌ଏଚ୍‌କେ’ ମୁତାବକ, ପ୍ରଶାସନ କହିଛି ଯେ ସୁନାମୀରେ ୫ ମିଟର (୧୬ ଫୁଟ୍‌) ଉଚ୍ଚର ଜୁଆର ଉଠିପାରେ। ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ଜାଗାକୁ ଚାଲିଯିବାକୁ କୁହାଯାଇଛି।

ଉତ୍ତର କେନ୍ଦ୍ରୀୟ ଜାପାନରେ ଏହି ଭୂମିକମ୍ପ ହୋଇଛି। ସୁନାମୀ ଆଶଙ୍କା ଯୋଗୁ ଲୋକମାନଙ୍କୁ ଇସିକାଭା, ନିଗାତା, ତୋୟମା ଓ ୟାମାଗାତାର ଉପକୂଳବର୍ତ୍ତୀ ଅଞ୍ଚଳ ତୁରନ୍ତ ଖାଲି କରିବାକୁ ଚେତାବନୀ ଜାରି କରାଯାଇଛି।

ଜାପାନରେ ସ୍ଥାନୀୟ ସମୟାନୁସାରେ, ଅପରାହ୍ନ ୪ଟା ୨୧ ମିନିଟ୍‌ରେ ସୁନାମୀ ଚେତାବନୀ ଦିଆଯାଇଥିଲା। ଏହାର କିଛି ସମୟ ପରେ ଅର୍ଥାତ୍‌ ୪ଟା ୩୫ରେ ଟୋୟାମା ଅଞ୍ଚଳରେ ୮୦ ସେମିର ଜୁଆର ସମୁଦ୍ର କୂଳରେ ମାଡ଼ ହୋଇଥିଲା ଏବଂ ୪ଟା ୩୬ରେ ନିଗାଟା ଅଞ୍ଚଳ ପର୍ଯ୍ୟନ୍ତ ଜୁଆର ପହଞ୍ଚିଯାଇଥିଲା। ଏହାପୂର୍ବରୁ ଡିସେମ୍ବର ୨୮ରେ ମଧ୍ୟ ଜାପାନରେ ଭୂମିକମ୍ପ ଝଟ୍‌କା ଅନୁଭବ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.