କରାଚିରୁ ଲାହୋର ଯାଉଥିବା ଚଳନ୍ତା ଟ୍ରେନରେ ଲାଗିଲା ନିଆଁ, ୩ ଶିଶୁ ସମେତ ୭ ଜଣଙ୍କ ମୃତ୍ୟୁ

ପାକିସ୍ତାନର ସିଂଘ ଅଂଚଳରେ ଏକ ଏକ୍ସପ୍ରେସ ଟ୍ରେନର ଏକ ଡବାରେ ନିଆଁ ଲାଗିଯିବାରୁ ୩ ଶିଶୁ ଓ ଜଣେ ମହିଳା ସମେତ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଗୁରୁବାର ଜଣେ ରେଳ କର୍ମଚାରୀଙ୍କ ସୂଚନା ଅନୁଯାୟୀ ଗତକାଲି ରାତିରେ କରାଚିରୁ ଲାହୋର ଯାଉଥିବା କରାଚି ଏକ୍ସପ୍ରେସ ଟ୍ରେନର ଏକ ବିଜିନେସ କ୍ଲାସ ବଗିରେ ନିଆଁ ଲାଗି ଯାଇଥିଲା ।

କରାଚି : ପାକିସ୍ତାନର ସିଂଘ ଅଂଚଳରେ ଏକ ଏକ୍ସପ୍ରେସ ଟ୍ରେନର ଏକ ଡବାରେ ନିଆଁ ଲାଗିଯିବାରୁ ୩ ଶିଶୁ ଓ ଜଣେ ମହିଳା ସମେତ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଗୁରୁବାର ଜଣେ ରେଳ କର୍ମଚାରୀଙ୍କ ସୂଚନା ଅନୁଯାୟୀ ଗତକାଲି ରାତିରେ କରାଚିରୁ ଲାହୋର ଯାଉଥିବା କରାଚି ଏକ୍ସପ୍ରେସ ଟ୍ରେନର ଏକ ବିଜିନେସ କ୍ଲାସ ବଗିରେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବା ପରେ ବଗିକୁ ଟ୍ରେନରୁ ଅଲଗା କରିଦିଆଯାଇଥିଲା । ତେବେ ନିଆଁ ଲାଗିବାର କାରଣ ଜଣାପଡିନାହିଁ ।

ଏହି ଦୁର୍ଘଟଣାରେ ୩ ଶିଶୁ ଓ ଜଣେ ମହିଳା ସମେତ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି । ରେଳ ମନ୍ତ୍ରଣାଳୟ ଏହାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି । ଟ୍ରେନରେ ନିଆଁ ଲାଗିବା ପରେ ନିକଟସ୍ଥ ଷ୍ଟେସନରେ ବଗିକୁ ଅଟକାଇ ଦିଆଯାଇଥିଲା । ନିଆଁ ଲିଭା ଦଳ ପହଞ୍ଚି ପ୍ରାୟ ଅଧା ଘଣ୍ଟାରେ ନିଆଁକୁ ଆୟତ୍ତ କରିଥିଲେ । ହେଲେ ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.