ପାକିସ୍ତାନ: କାର୍‌ ଭିତରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ; ୭ ମୃତ, ୧୪ ଆହତ

ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଶନିବାର ସକାଳେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ପଞ୍ଜାବର ସରଗୋଧା ଜିଲ୍ଲାର ଭଲୱାଲ ତହସିଲସ୍ଥିତ ସରକାରୀ କଲେଜ ନିକଟରେ ଏହି ଘଟଣା ଘଟିଛି।

ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଶନିବାର ସକାଳେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ପଞ୍ଜାବର ସରଗୋଧା ଜିଲ୍ଲାର ଭଲୱାଲ ତହସିଲସ୍ଥିତ ସରକାରୀ କଲେଜ ନିକଟରେ ଏହି ଘଟଣା ଘଟିଛି। ଏଠାରେ ପାର୍କିଂ ହୋଇଥିବା ଏକ କାର୍‌ ଭିତରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ଅଧିକାରୀମାନେ କହିଛନ୍ତି। ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି।

ରେସକ୍ୟୁ ୧୧୨୨ କଣ୍ଟ୍ରୋଲ ରୁମ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛି। ଘଟଣାସ୍ଥଳରେ ହିଁ ୭ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଆହତ ୧୪ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତକଙ୍କ ମଧ୍ୟରୁ ୫ ଜଣଙ୍କ ପରିଚୟ ମିଳିପାରି ନାହିଁ।

ସୂଚନା ମୁତାବକ, ଘଟଣା ସକାଳ ପ୍ରାୟ ୮ଟା ୩୫ରେ ଘଟିଥିଲା। ସିଲିଣ୍ଡର ବିସ୍ଫୋରଣ ସମ୍ପର୍କରେ ସୂଚନା ମିଳିବା ପରେ ୭ ମିନିଟ୍‌ ଭିତରେ ୯ ଆମ୍ବୁଲାନ୍ସ, ୩ ଅଗ୍ନିଶମ ଗାଡ଼ି ଏବଂ ଗୋଟିଏ ଉଦ୍ଧାରକାରୀ ଗାଡି ଘଟଣାସ୍ଥଳକୁ ପଠାଯାଇଥିଲା। ଆହତଙ୍କ ମଧ୍ୟରେ ୪ ଓ ୧୨ ବର୍ଷ ବୟସର ଦୁଇ ପିଲା ଏବଂ ୫୦ ବର୍ଷୀୟ ଜଣେ ବ୍ୟକ୍ତି ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.