ବ୍ରାଜିଲରେ ତାସ୍‌ ଘର ପରି ଭୁଶୁଡ଼ି ପଡ଼ିଲା ଜରାଜୀର୍ଣ୍ଣ କୋଠା, ୬ ଶିଶୁଙ୍କ ସମେତ ୧୪ ମୃତ

ବ୍ରାଜିଲର ଉତ୍ତର-ପୂର୍ବ ରାଜ୍ୟ ପର୍ନାମବୁକୋରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏକ କୋଠା ତାସ୍‌ ଘର ପରି ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ମୋଟ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୬ ଶିଶୁ ଅଛନ୍ତି। ଜଣାପଡ଼ିଛି ଯେ ଏହି କୋଠାକୁ ଭୂମିହୀନ ଲୋକମାନେ କବ୍‌ଜା କରି ରହିଥିଲେ।

ଏହି ଘଟଣା ଶୁକ୍ରବାର ପ୍ରାତଃ ସମୟରେ ଘଟିଥିଲା। ବର୍ତ୍ତମାନ ବିଲ୍ଡିଂରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସନ୍ଧାନୀ କୁକୁରଙ୍କ ସହାୟତା ନିଆଯାଉଛି। ଅଗ୍ନିଶମ କର୍ମଚାରୀଙ୍କ ସୂଚନା ମୁତାବକ, ଉଦ୍ଧାର ଓ ରିଲିଫ୍ ଟିମ୍‌ ସନ୍ଧାନୀ କୁକୁରଙ୍କ ସହାୟତାରେ ଭଗ୍ନାବଶେଷ ତଳୁ ୧୫ ବର୍ଷୀୟା ବାଳିକା ଏବଂ ୬୫ ବର୍ଷୀୟା ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି।

ଏହା ସହିତ ୧୮ ବର୍ଷୀୟ ବାଳକକୁ ମଧ୍ୟ ଜୀବନ୍ତ ଉଦ୍ଧାର କରାଯାଇଥିଲା, କିନ୍ତୁ ଅଧିକ ଆଘାତ ଯୋଗୁ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଗ୍ନିଶମ ବିଭାଗର କହିବା ହେଲା, ବିଲ୍ଡିଂର ଭଗ୍ନାବଶେଷ ତଳେ ଫସି ରହିଥିବା ପଶୁମାନଙ୍କୁ ମଧ୍ୟ ଉଦ୍ଧାର କରିବାରେ ଟିମ୍‌ ଧ୍ୟାନ ଦେଉଛି। କାରଣ, ଅନେକ ନିରୀହ ପଶୁ ଏହା ତଳେ ଚାପି ହୋଇ ରହିଛନ୍ତି।

ବ୍ରାଜିଲର ଏକ ଦୈନିକ ଖବରକାଗଜ ମୁତାବକ, ଏହି କୋଠାକୁ ଭୂମିହୀନ ଲୋକମାନେ ଦଖଲ କରିଥିଲେ। କାହିଁକି ନା, ୨୦୧୦ ପରଠାରୁ ଏଠାରେ ଲୋକମାନଙ୍କ ରହିବା ଉପରେ ପ୍ରତିବନ୍ଧକ ଲାଗିଥିଲା। ବିଲ୍ଡିଂକୁ ସହରର ଅଧିକାରୀମାନେ ‘କଫିନ୍ ବ୍ଲକ୍’ ଘୋଷଣା କରିଥିଲେ, ଯାହାର ଅର୍ଥ ମୃତ୍ୟୁକୁ ନିମନ୍ତ୍ରଣ କରିବା।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.