ଷ୍ଟେପଲର ପିନରେ ସାନଦାର କାର ପ୍ରସ୍ତୁତ କଲେ ମହିଳା, ଖୁସି ହୋଇ ଆନନ୍ଦ ମହିନ୍ଦ୍ରା ଦେଲେ ବଡ଼ ଅଫର

ଜଣେ ମହିଳା ସାମାନ୍ୟ ଷ୍ଟେପଲର ପିନରେ ଏକ ସାନଦାର କାର ପ୍ରସ୍ତୁତ କରିଥିଲେ । ଆନନ୍ଦ ମହିନ୍ଦ୍ରା ମହିଳାଙ୍କ କଳାକୃତି ଦେଖି ଖୁସି ହୋଇଥିଲେ ଏବଂ ମହିଳାଙ୍କ ଭିଡିଓକୁ ସେୟାର କରିଥିଲେ । ସେୟାର କରିବା ସହ ସେ ତାଙ୍କୁ ଚାକିରି ପାଇଁ ଅଫର ଦେଇଥିଲେ ।

ଷ୍ଟେପଲର ପିନକୁ ସାଧାରଣତଃ ଜରୁରୀ ଡକ୍ୟୁମେଣ୍ଟ, ଜେରକ୍ସ ପେପର ଯୋଡ଼ିବା କିମ୍ବା ପାଠ ପଢ଼ା ନୋଟ୍ସକୁ ଯୋଡ଼ିବା ପାଇଁ ବ୍ୟବହାର କରାଯାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ପିନରୁ ଅନେକ ସୁନ୍ଦର ଜିନିଷ ପ୍ରସ୍ତୁତ କରାଯାଇ ପାରିବ । ଷ୍ଟେପଲର ପିନରେ ଏକ ସୁନ୍ଦର କାର ପ୍ରସ୍ତୁତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ଜଣେ ମହିଳା । ମହିଳାଙ୍କ କ୍ରିଏଟିଭିଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମହିଳା ଜଣଙ୍କ ନିଜ ବିଶେଷ ଗୁଣକୁ ସମସ୍ତଙ୍କୁ ଦେଖାଇବା ପାଇଁ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ପୋଷ୍ଟ ହୋଇଥିବା ଏହି ଭିଡିଓ ଭାରତୀୟ ବ୍ୟବସାୟୀ ତଥା ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରାଙ୍କୁ ଖୁବ ପ୍ରଭାବିତ କରିଥିଲା।

ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ ରୁହନ୍ତି । ଟ୍ଵିଟରରେ ତାଙ୍କର ୧୦ ମିଲିଅନରୁ ଅଧିକ ଫୋଲୋଅର୍ସ ଅଛନ୍ତି । ସେ ଅନେକ ସମୟରେ କିଛି ନା କିଛି ପୋଷ୍ଟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥାନ୍ତି । ସେୟାର କରୁଥିବା ପୋଷ୍ଟକୁ ୟୁଜର୍ସମାନେ ପସନ୍ଦ କରନ୍ତି । ତେବେ ବର୍ତ୍ତମାନ ଆନନ୍ଦ ମହିନ୍ଦ୍ରା ଉକ୍ତ ମହିଳାଙ୍କ କ୍ରିଏଟିଭ ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ତାଙ୍କ କଳାକୃତି ଦେଖି ଭିଡିଓକୁ ସେୟାର କରିବା ସହ ତାଙ୍କୁ ଚାକିରିର ଅଫର ମଧ୍ୟ ଦେଇଥିଲେ ।


ସେୟାର ହୋଇଥିବା ଏହି ଭିଡିଓରେ ମହିଳା ଜଣଙ୍କ ସାମାନ୍ୟ ଷ୍ଟେପଲର ପିନରେ ଏକ ସାନଦାର କାର ପ୍ରସ୍ତୁତ କରିଥିଲେ । ଗୋଟିଏ ଗୋଟିଏ ଷ୍ଟେପଲର ପିନ ଯୋଡ଼ି ସେ କାରର ସସସ୍ତ ପାର୍ଟ୍ସ ପ୍ରସ୍ତୁତ କରିଥିଲେ । ଚକରୁ ଆରମ୍ଭ କରି ପୁରା କାରକୁ ସେ ଷ୍ଟେପଲର ପିନ ସାହାଯ୍ୟରେ ପ୍ରସ୍ତୁତ କରିଥିଲେ ।

ଏହା ପରେ ସମସ୍ତ ପାର୍ଟ୍ସକୁ ଯୋଡ଼ି ଗୋଟିଏ ସାନଦାର କାର ପ୍ରସ୍ତୁତ କରିଥିଲେ । ପ୍ରସ୍ତୁତ ହୋଇଥିବା ଏହି କାର ଚାଲୁଥିବା ମଧ୍ୟ ଦେଖାଯାଇଛି । ମହିଳା ଚକକୁ ଏପରି ଡିଜାଇନରେ ପ୍ରସ୍ତୁତ କରିଥିଲେ ତାହା ସହଜରେ ମୁଭ କରୁଥିଲା ।

ଆନନ୍ଦ ମହିନ୍ଦ୍ରା ମହିଳାଙ୍କ କଳାକୃତି ଦେଖି ଖୁସି ହୋଇଥିଲେ ଏବଂ ମହିଳାଙ୍କ ଭିଡିଓକୁ ସେୟାର କରିଥିଲେ । ସେୟାର କରିବା ସହ ସେ ତାଙ୍କୁ ଚାକିରି ପାଇଁ ଅଫର ଦେଇଥିଲେ ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.