ପରିବା ହାଟରେ ଲୋକଙ୍କ ଉପରେ ମାଡିଗଲା ବିଳାସପୂର୍ଣ୍ଣ କାର, ୭ ମୃତ

ଉତ୍ତରପ୍ରଦେଶ ନୋଏଡାରେ ଭୟଙ୍କର ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ସେକ୍ଟର ୧୧୩, ଥାନା ଅଞ୍ଚଳରେ ଥିବା ପରିବା ହାଟ ନିକଟରେ ଏକ ବିଳାସପୂର୍ଣ୍ଣ କାର ୭ ଜଣ ଲୋକଙ୍କ ଉପରେ ଚଢିଯାଇଛି। ଏହି ଘଟଣା ଘଟିବା ପରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ଏହି ଘଟଣାକୁ ନେଇ ପୋଲି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ପ୍ରଥମେ କାର ଚାଳକ ଗୋଟେ ବାଇକ ଏବଂ ଆଇସକ୍ରିମ ଠେଲାକୁ ଟକ୍କର ମାରିଥିଲା। ଏହା ପରେ କାରରେ ଥିବା ଦମ୍ପତିଙ୍କୁ ମଧ୍ୟ ଟକ୍କର ଦେଇଥିଲା। କାର ଚାଳକ ଅନିୟନ୍ତ୍ରିତ ହୋଇ ରାସ୍ତାରେ ଯାଉଥିବା ଦୁଇ ଯୁବକଙ୍କ ଚାପି ଦେଇଥିଲା। ଏହି ଘଟଣାରେ ଆଉ ୪ ଜଣ ଲୋକଙ୍କ ଅବସ୍ଥା ମଧ୍ୟ ଗମ୍ଭୀର ରହିଛି। ସମସ୍ତ ଗୁରୁତର ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଗାଡି ଚଢାଇଥିବା ଚାଳକ ଗାଡି ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ପୋଲିସ ଫେରାର ଗାଡି ଚାଳକକୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି।

ଫେରାର ହୋଇଥିବା ଗାଡି ଚାଳକ ମଦ ନିଶାରେ ଏପରି କାଣ୍ଡ କରିଥିବା ଅନୁମାନ କରାଯାଉଛି। କିନ୍ତୁ ପୋଲିସ ଏପର୍ଯ୍ୟନ୍ତ ଘଟଣାକୁ ନେଇ କିଛି ସ୍ପଷ୍ଟୋକ୍ତି ରଖିନାହିଁ। ଘଟଣା ସ୍ଥଳର ଆଖପାଖରେ ପୋଲିସ ସିସିଟିଭ ଫୁଟେଜ ଯାଞ୍ଚ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.