ଏହାକୁ କୁହନ୍ତି ଭାଗ୍ୟ ! ୯ ବର୍ଷର ଝିଅ ଲଟେରୀରେ ଜିତିଲା ୭ କୋଟି, ୬ ବର୍ଷ ପୂର୍ବେ ଜିତିଥିଲା ଲଗଜୁରୀ କାର୍

ବଲିଉଡ୍ ବାଦଶାହା ଶାହାରୁଖ୍ ଖାନଙ୍କ ସୁପରହିଟ୍ ଫିଲ୍ମ ହାପି ନ୍ୟୁ ଇୟରରେ ଏକ ଲୋକପ୍ରିୟ ଡାଏଲଗ୍ ଥିଲା । କିସମତ ଶାଲୀ ବଡି କମିନି ଚିଜ୍ ହୈ, କଭି ଭି ପଲଟ୍ ସକତି ହୈ । ଅର୍ଥାତ୍ ଭାଗ୍ୟ କାହାକୁ କେତେବେଳେ କେଉଁ ସ୍ଥାନକୁ ନେଇ ଆସିବ ତାହା କହିବା କଷ୍ଟ । କାହା ଭାଗ୍ୟ ଥାଏ ପତର ତଳେ ତ କାହାର ଥାଏ ପଥର ତଳେ । କେହି କେହି ଅନେକ ପରଶ୍ରମ କରି ମଧ୍ୟ ନିଜ ଭାଗ୍ୟକୁ ପରିବର୍ତ୍ତନ କରିପାରିନଥାନ୍ତି । କିନ୍ତୁ କେହି କେହି କେବଳ ଲଟେରୀ ଜିତି ନିଜ ଭାଗ୍ୟକୁ ଚୁଟକିରେ କରିଦିଅନ୍ତି ପରିବର୍ତ୍ତନ । ଆଜ୍ଞା ହଁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଲଟେରୀରେ ୭ କୋଟି ଜିତିଛି ଜଣେ ୯ ବର୍ଷୀୟା ବାଳିକା ।

lotteryଘଟଣାଟି ହେଉଛି ଦୁବାଇର । ଆଉ ଏହି ଝିଅଟି ହେଉଛି ଭାରତୀୟ ବଂଶୋଦ୍ଭବ ଏଲିଜା ଏମ୍ । ଏଲିଜାଙ୍କ ବାପା ଗତ ୧୯ ବର୍ଷ ହେବ ଦୁବାଇରେ ରହୁଛନ୍ତି । ଆଉ ୧୫ ବର୍ଷ ହେବ ମିଲେନିୟମ ଲଟେରୀରେ ଭାଗ ନେଉଛନ୍ତି । ପ୍ରତିବର୍ଷ ସେ ଏଥିରୁ ଟିକେଟ୍ ନିଅନ୍ତି । ତେବେ ତାଙ୍କ ଲକି ନମ୍ବର ହେଉଛି ୯ । ତେଣୁ ଝିଅ ଏଲିଜାକୁ ୯ ବର୍ଷ ହେବା ପରେ ଝିଅ ନାଁରେ ୦୩୩୩ ନମ୍ବର ଥିବା ଟିକେଟ୍ ନେଇଥିଲେ । କାରଣ ଏହି ନମ୍ବରକୁ ଯୋଡିଲେ ୯ ହେଉଛି । ମଙ୍ଗଳବାର ହୋଇଥିବା ଲକି ଡ୍ରରେ ଜିତିଥିଲେ ୧୦ ଲକ୍ଷ ଡଲାର (୭ କୋଟି ଟଙ୍କା) । ଏହା ପୂର୍ବରୁ ୬ ବର୍ଷ ତଳେ ଏହି ଲଟେରୀ ଜରିଆରେ ଏକ ଲଗଜୁରୀ କାର୍ ମଧ୍ୟ ଜିତି ସାରିଛନ୍ତି ।
ତେବେ ମଙ୍ଗଳବାର ହୋଇଥିବା ଏହି ଲକି ଡ୍ରରେ ଅନ୍ୟ ଦୁଇ ଭାରତୀୟଙ୍କ ନାଁ ମଧ୍ୟ ଆସିଛି । ସେମାନଙ୍କୁ ପୁରସ୍କାର ସ୍ବରୂପ ଲଗଜୁରୀ ବାଇକ୍ ମିଳିଛି ।

ଏଲିଜାଙ୍କ ବାପା କହିଛନ୍ତି, ପୂର୍ବ ପ୍ରତିଶ୍ରୁତି ଅନୁସାରେ ସେମାନେ ୟୁରୋପ ବୁଲିବାକୁ ଯିବେ । ସେଠାରୁ ଫେରିବା ପରେ ବାକି ଅର୍ଥକୁ ଝିଅର ଭିବଷ୍ୟତ ପାଇଁ ଜମା କରିଦେବେ । ତେବେ ଲଟେରୀ କିଣିବା ବନ୍ଦ କରିବେ ନାହିଁ । ପରବର୍ତ୍ତୀ ସିରିଜ୍‌ର ଟିକେଟ୍‌ ସେ କିଣି ସାରିଛନ୍ତି ବୋଲି ଏଲିଜାଙ୍କ ବାପା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.