ଛୋଟ ପିଲାଙ୍କ ହାତରେ ବନ୍ଧୁକ ଦେବା ଅଭିଭାବକଙ୍କୁ ପଡିଲା ମହଙ୍ଗା, ମା’କୁ ଗୁଳି କରି ହତ୍ୟା କଲା ୭ ବର୍ଷର ପୁଅ

ପଶ୍ଚିମ ମଙ୍ଗୋଲିଆରେ ଏକ ୩୯ ବର୍ଷୀୟ ମହିଳାଙ୍କୁ ତାଙ୍କ ୭ ବର୍ଷର ପୁଅ ଗୁଳିମାରି ହତ୍ୟା କରିଛି । ଘଟଣାଟି ଗୋଵି-ଅଲତାଇ ପ୍ରଦେଶରେ ଘଟିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଛୋଟପିଲାଟି ଭୁଲବଶତଃ ମାରିଥିବା ଗୁଳିରେ ତାଙ୍କ ମା’ ଙ୍କର ମୃତ୍ୟୁ ଘଟିଛି ଏବଂ ଏହି ଦୁର୍ଘଟଣାରେ ପିଲାଟିର ୫ ବର୍ଷୀୟ ଭଉଣୀ ମଧ୍ୟ ଗଭୀର ଭାବେ ଆହତ ହୋଇଛନ୍ତି । ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରହିଛି । ପିଲାମାନଙ୍କଠାରୁ ବନ୍ଧୁକ ଭଳି ପଦାର୍ଥ ଦୁରେଇ ରଖିବା ପାଇଁ ଦେଶବାସୀଙ୍କୁ ପୋଲିସ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ସରକାରୀ ପ୍ରମାଣପତ୍ର ଅନୁଯାୟୀ ୨୦୧୪ ମସିହାରେ , ମଙ୍ଗୋଲିଆରେ ପାଖାପାଖି  ୪୭ ହଜାର ବନ୍ଧୁକ ସାଧରଣରେ ପଂଜିକୃତ ହୋଇଛି । ସେଠାକାର ରାଷ୍ଟ୍ରୀୟ ପରିସଂଖ୍ୟାନ ହିସାବରେ ପ୍ରାୟ ୯୪ ପ୍ରତିଶତ ଲୋକ ଶିକାର କରିବା ପାଇଁ ବନ୍ଧୁକର ବ୍ୟବହାର କରିଥାନ୍ତି ।

ଆହୁରି ପଢନ୍ତୁ ଯଦି ଆପଣଙ୍କ ପାଖରେ ଅଛି ଭାରତୀୟ ପାସପୋର୍ଟ, ତେବେ ବିନା ଭିସାରେ କରନ୍ତୁ ଏହି ୫୮ଟି ଦେଶକୁ ଯାତ୍ରା

ଏହା ପୂର୍ବରୁ ଆମେରିକାର ହାର୍ଟଫୋର୍ଡ଼ଠାରେ ମଧ୍ୟ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା ଯେଉଁଠି ଏକ ୧୫ ବର୍ଷର ପିଲା ବନ୍ଧୁକ ନେଇ ସ୍କୁଲରେ ପହଁଚିଯାଇଥିଲା । ଏହି ଘଟଣାରେ ଜଣେ ମହିଳାଙ୍କୁ ଅଦାଲତ ୪ ବର୍ଷର ସଜ୍ଜା ମଧ୍ୟ ଶୁଣାଇଥିଲେ । ଅଦାଲତ ତାଙ୍କ ରାୟ ରେ ଶୁଣାଇଥିଲେ ଯେ ଅଭିଭାବକ ମାନେ କିପରେ ନିଜ ପିଲାଙ୍କୁ ବନ୍ଧୁକ ବ୍ୟବହାର କରିବାର ଅନୁମତି ଦେଇ ପାରୁଛନ୍ତି । ପୋଲିସ ତଦନ୍ତରୁ ଜଣାପଡିଥିଲା ଯେ ତାଙ୍କ ପୁଅ ନିକଟରେ ଏକ ବନ୍ଧୁକ ରହୁଛି ବୋଲି ମହିଳାଙ୍କୁ ଜଣାଥିଲା ।

ଆହୁରି ପଢନ୍ତୁ ଯଦି ଆପଣଙ୍କ କାରରେ ଲାଗିଛି ଏହି ୧୦ଟି ଆକ୍ସେସୋରିଜ ତାହେଲେ ହୋଇଯାନ୍ତୁ ସାବଧାନ,ଆସିପାରେ ଆପଣଙ୍କ…

ଆମେରିକାରେ ହୋଇଥିବା ଏକ ସର୍ଭେରୁ ଜଣାପଡିଥିଲା ଯେ ସେଠାକାର ପ୍ରାୟ ୪୦ ପ୍ରତିଶତ ଲୋକ ବନ୍ଧୁକ ବ୍ୟବହାର କରନ୍ତି । ଦୁଃଖର ବିଷୟ ଏହା ଯେ ଦେଶରେ ୨୧ ବର୍ଷ ପୂର୍ବରୁ ମଦ କିଣିବା ଆଇନ ବିରୁଦ୍ଧ ଅଟେ କିନ୍ତୁ ୧୮ ବର୍ଷ ପୂର୍ବରୁ AR-15 ମିଲେଟରି ରାଇଫଲ କିଣିପାରିବେ । କାନୁନ ଅନୁସାରେ କେବଳ ୨୧ ବର୍ଷଠୁ ଅଧିକ କୌଣସି ବି ଲାଇସେନ୍ସ ଡିଲର ଠାରୁ ଆପଣ ଏହାକୁ କିଣି ପାରିବେ । ମିଲେଟରି ଷ୍ଟାଇଲ ବନ୍ଧୁକ କିଣିବା ପାଇଁ ଏଠାରେ କୌଣସି କଡା ନିୟମ କାନୁନ ତିଆରି କରାଯାଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.