ଜନ୍ମ ହେଲା ୪ ହାତ, ୪ ଗୋଡ଼ ଏବଂ ଦୁଇଟି ହୃଦୟ ଥିବା ଶିଶୁ

ମେଡିକାଲ ଟର୍ମରେ ଏଭଳି ଶିଶୁଙ୍କ କାନ୍‌ ଜଏନ ଟ୍ଵିନ୍ସ କୁହାଯାଇଥାଏ । ଯେଉଁଥିରେ ଶିଶୁ ଜନ୍ମ ହେବା ପରେ ପରସ୍ପର ସହ ଯୋଡ଼ି ହୋଇ ରହିଥାନ୍ତି । ଭାରତ ବ୍ୟତୀତ ଅନେକ ଦେଶ ଏପରି ରହିଛି ଯେଉଁଠାରେ ଏପରି ଉଦାହରଣ ଦେଖାଯାଇଛି । ଏହି ଟ୍ଵିନ୍ସ ମାନଙ୍କୁ ବିଶେଷଜ୍ଞ ମାନେ ଅପରେସନ ଦ୍ୱାରା ଅଲଗା କରିଥାନ୍ତି ।

ଅନେକ ସମୟରେ ଗର୍ଭବତୀ ମହିଳାମାନେ ବିକୃତ ଶିଶୁ ଜନ୍ମ ଦେଇଥାନ୍ତି । କିନ୍ତୁ ଆପଣ କେବେ ୪ ହାତ, ୪ ଗୋଡ଼ ଏବଂ ଦୁଇଟି ହୃଦୟ ଥିବା ଶିଶୁ ଜନ୍ମ ହେବା କଥା ଶୁଣି ନଥିବେ । ଏଭଳି ଏକ ଘଟଣା ବିହାର ଛପରା ସହରର ଶ୍ୟାମଚକ ମହଲାସ୍ଥିତ ଏକ ପ୍ରାଇଭେଟ ନର୍ସିଂ ହୋମରେ ଦେଖାଯାଇଛି । ଜଣେ ମହିଳା ଏକ ବିଚିତ୍ର ଶିଶୁ ଜନ୍ମ କରିଥିଲେ । ଏହି ଶିଶୁର ୪ଟି ହାତ, ୪ଟି ଗୋଡ଼ ଏବଂ ଦୁଇଟି ହୃଦୟ ଥିବା ବେଳେ ଗୋଟିଏ ମୁଣ୍ଡ ଥିବା ଦେଖାଯାଇଛି । ପ୍ରକୃତିର ଏହି ବିଚିତ୍ର ଶିଶୁଟି ଜନ୍ମ ହେବାର ମାତ୍ର ୨୦ ମିନିଟ ପରେ ମୃତ୍ୟୁବରଣ କରିଥିଲା ।

ନର୍ସିଂ ହୋମ ସଂଚାଳକ ଚିକିତ୍ସକ ଡ. ଅନିଲ କୁମାର କହିଛନ୍ତି ଯେ, ମେଡିକାଲ ଟର୍ମରେ ଏଭଳି ଶିଶୁଙ୍କ କାନ୍‌ ଜଏନ ଟ୍ଵିନ୍ସ କୁହାଯାଇଥାଏ । ଯେଉଁଥିରେ ଶିଶୁ ଜନ୍ମ ହେବା ପରେ ପରସ୍ପର ସହ ଯୋଡ଼ି ହୋଇ ରହିଥାନ୍ତି । ଭାରତ ବ୍ୟତୀତ ଅନେକ ଦେଶ ଏପରି ରହିଛି ଯେଉଁଠାରେ ଏପରି ଉଦାହରଣ ଦେଖାଯାଇଛି । ଏହି ଟ୍ଵିନ୍ସ ମାନଙ୍କୁ ବିଶେଷଜ୍ଞ ମାନେ ଅପରେସନ ଦ୍ୱାରା ଅଲଗା କରିଥାନ୍ତି । କିନ୍ତୁ ଏହି ଶିଶୁର ୪ ହାତ, ୪ ଗୋଡ଼, ୨ ହୃଦୟ ଏବଂ ଦୁଇଟି ସ୍ପାଇନାଲ କର୍ଡ଼ ଥିବା ସହ ଗୋଟିଏ ମୁଣ୍ଡ ଥିଲା । ଯାହା ଖୁବ କମ ଲୋକଙ୍କ ନିକଟରେ ହିଁ ଦେଖିବାକୁ ମିଳିଥାଏ ।

ଡାକ୍ତରଙ୍କ କହିବା ଅନୁସାରେ, ଏହା ସେତେବେଳେ ହୋଇଥାଏ ଯେଉଁ ସମୟରେ ମହିଳାଙ୍କ ଗର୍ଭାଶୟରେ ଗୋଟିଏ ଅଣ୍ଡାରେ ଦୁଇଟି ଶିଶୁ ବଢିବାକୁ ଲାଗିଥାନ୍ତି । ଏହି ପ୍ରକ୍ରିୟାରେ ଯଦି ଠିକ ସମୟରେ ଏହି ଶିଶୁ ମାନେ ଅଲଗା ହୋଇଯାନ୍ତି ତେବେ ସେମାନେ ଯାଆଁଳା ଶିଶୁ ଭାବେ ଜନ୍ମ ନିଅନ୍ତି । କିନ୍ତୁ କୌଣସି କାରଣବଶତଃ ଯଦି ସେମାନେ ଅଲଗା ହୋଇପାରନ୍ତିନି ତେବେ ସେହି ପରିସ୍ଥିତିରେ ଏପରି କାନ ଜଏନ ଟ୍ଵିନ୍ସ ଶିଶୁ ଜନ୍ମ ନେଇଥାନ୍ତି । ତେବେ ଏହି ବିଚିତ୍ର ଶିଶୁଟି ଜନ୍ମ ହେବା ସମୟରେ ଗର୍ଭବତୀ ମହିଳାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା । କିନ୍ତୁ ଅପରେସନ ଜରିଆରେ ଶିଶୁର ଜନ୍ମ ସହଜରେ ହୋଇଥିଲା । ମାତ୍ର ଜନ୍ମ ହେବାର ୨୦ ମିନିଟ ପରେ ହିଁ ଶିଶୁର ମୃତ୍ୟୁ ହୋଇଥିଲା । ଏହି ବିଚିତ୍ର ଶିଶୁକୁ ଜନ୍ମ ଦେଇଥିବା ମହିଳାଙ୍କ ନାମ ହେଉଛି ପ୍ରିୟା ଦେବୀ । ଏହି ଶିଶୁ କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.