ଟ୍ୟୁସନ ଶିକ୍ଷୟିତ୍ରୀଙ୍କୁ ମାସ ମାସ ଧରି ଦୁଷ୍କର୍ମ! ଗର୍ଭବତୀ ହେବା ପରେ ଖୋଲିଗଲା ଡାକ୍ତର ଅଭିଭାବକଙ୍କ ପୋଲ୍‌… ଅଶ୍ଳୀଳ ଭିଡିଓ ବନାଇ କରୁଥିଲେ ଯୌନ ଶୋଷଣ

ଆଜିକାଲି ସମାଜରେ ଅପରାଧ ଘଟଣା ଦିନ ଦିନକୁ ବଢ଼ି ଚାଲିଛି। ପ୍ରତିଦିନ ନିଶ୍ଚୟ କେଉଁଠୁ ନା କେଉଁଠୁ ଘଟଣା, ଦୁର୍ଘଟଣା ସାମ୍ନାକୁ ଆସୁଛି। ୟୁପି ରାଜଧାନୀ ଲକ୍ଷ୍ନୌରୁ ଏବେ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଏଠାରେ ଜଣେ ଡାକ୍ତର ଜଣେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସବୁଠାରୁ ଚକିତ କଲା ଭଳି କଥା ହେଉଛି, ଡାକ୍ତରଙ୍କ ଘରକୁ ଆସି ତାଙ୍କ ପିଲାମାନଙ୍କୁ ପାଠ ପଢ଼ାଉଥିବା ଏହି ଶିକ୍ଷୟିତ୍ରୀଙ୍କୁ ଡାକ୍ତର ଜଣକ ମାସ ମାସ ଧରି ଦୁଷ୍କର୍ମ କରି ଚାଲିଥିଲେ। ଆହୁରି ମଧ୍ୟ ଅଭିଯୋଗ ରହିଛି ଯେ ଡାକ୍ତର ଜଣକ ଏଡିଟ୍‌ କରି ଶିକ୍ଷୟିତ୍ରୀଙ୍କ ଅଶ୍ଳୀଳ ଫଟୋ ପ୍ରସ୍ତୁତ କରୁଥିଲେ ଏବଂ ଏହି ଫଟୋକୁ ତାଙ୍କୁ ଦେଖାଇ ବ୍ଲାକ୍‌ମେଲିଂ କରୁଥିଲେ। ଘଟଣାଟି ଲକ୍ଷ୍ନୌର ଇନ୍ଦିରା ନଗରର ବୋଲି ଜଣାପଡ଼ିଛି।

ରିପୋର୍ଟ ମୁତାବକ, ଅଶ୍ଳୀଳ ଫଟୋ ଏବଂ ଭିଡିଓ ଦେଖାଇ ୫୦ ବର୍ଷୀୟ ଏହି ଡାକ୍ତର ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ କରୁଥିଲେ। ଏପରି କି, ପୀଡ଼ିତା ଗର୍ଭବତୀ ହେବାରୁ ଡାକ୍ତର ଜଣକ ଏଥିପାଇଁ ଔଷଧ ମଧ୍ୟ ଲେଖି ଦେଇଥିଲେ, କିନ୍ତୁ ଏହାକୁ ଖାଇଲା ପରେ ଶିକ୍ଷୟିତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସ୍ୱାସ୍ଥ୍ୟ ଖରାପ ହୋଇ ଯିବାରୁ ଏ ସମସ୍ତ ଘଟଣା ବିଷୟରେ ଶିକ୍ଷୟିତ୍ରୀ ଜଣକ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ସେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ତୁରନ୍ତ ଥାନାକୁ ଯାଇ ଏତଲା ଦେଇଥିଲେ।

ପୋଲିସ ସୂଚନା ମୁତାବକ, ପୀଡ଼ିତା ଜଣକ ଡାକ୍ତରଙ୍କ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ତାଙ୍କ ଘରକୁ ଯାଉଥିଲେ। ଏହି ସମୟରେ କୌଣସି ମତେ ଡାକ୍ତର ଶିକ୍ଷୟିତ୍ରୀଙ୍କ ଫଟୋ ଉଠାଇ ଏବଂ ପରେ ଏହାକୁ ଏଡିଟ୍‌ କରି ଅଶ୍ଳୀଳ ଫଟୋ ଓ ଭିଡିଓ ପ୍ରସ୍ତୁତ କରି ନେଇଥିଲେ। ଆଉ ଏହି ଫଟୋ ଓ ଭିଡିଓଗୁଡ଼ିକ ମାଧ୍ୟମରେ ଡାକ୍ତର ଜଣକ ଶିକ୍ଷୟିତ୍ରୀଙ୍କୁ ବ୍ଲାକ୍‌ମେଲିଂ କରିବା ଆରମ୍ଭ କରି ଦେଇଥିଲେ। ଏପରି କି, ଅଭିଯୁକ୍ତ ତାଙ୍କ ସହିତ ଦୁଷ୍କର୍ମ ମଧ୍ୟ କରି ଚାଲିଥିଲେ। ଅଭିଯୋଗ ମୁତାବକ, ଅଭିଯୁକ୍ତ ତାଙ୍କୁ ଲଗାତାର ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ତେବେ ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏ ନେଇ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି।

ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ଡାକ୍ତର ନିଜ ପିଲାମାନଙ୍କୁ କୋଠରୀରେ ବନ୍ଦ କରି ଦେଉଥିଲେ। ଏହାପରେ ସୁଯୋଗ ଦେଖି ଶିକ୍ଷୟିତ୍ରୀଙ୍କୁ ଶାରୀରିକ ଶୋଷଣ କରୁଥିଲେ। ବିଭିନ୍ନ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ତାଙ୍କୁ ବ୍ଲାକ୍‌ମେଲିଂ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.