ଶୋଇଥିବା ଅବସ୍ଥାରେ ଘରେ ଲାଗିଲା ନିଆଁ, ୨ ଶିଶୁଙ୍କ ସମେତ ଜୀବନ୍ତ ଜଳିଗଲେ ପରିବାରର ୬ ସଦସ୍ୟ

ନୂଆଦିଲ୍ଲୀ : ଶୋଇଥିବା ଅବସ୍ଥାରେ ଘରେ ଲାଗିଲା ନିଆଁ। ପୋଡ଼ି ହୋଇ ୬ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ତେଲେଙ୍ଗାନାର ମଞ୍ଚରିଆଲା ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ପରିବାରର ୬ ଜଣଙ୍କ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏହି ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିବା ଘରର ମାଲିକ ଶିବୟା (୫୦), ତାଙ୍କ ପତ୍ନୀ ପଦ୍ମ (୪୫), ପଦ୍ମଙ୍କ ବଡ଼ ଭଉଣୀଙ୍କ ଝିଅ ମୌନିକା (୨୩) ଏବଂ ତାଙ୍କର ଦୁଇ ଝିଅ। ମାଣ୍ଡାମାରି ସର୍କଲ ଇନ୍ସପେକ୍ଟର ପ୍ରମୋଦ କୁମାର କହିଛନ୍ତି, ଶିବୟା ଏବଂ ତାଙ୍କ ପତ୍ନୀ ପଦ୍ମ ତେଲେଙ୍ଗାନାର ମାଣ୍ଡାମାରି ମଣ୍ଡଳର ଭେଙ୍କଟାପୁରରେ ରହୁଥିଲେ।

ରାତି ୧୨:୦୦ ରୁ ୧୨:୩୦ ମଧ୍ୟରେ ପଡୋଶୀମାନେ ଶିବୟାଙ୍କ ଘରୁ ନିଆଁ ବାହାରୁଥିବା ଦେଖି ତୁରନ୍ତ ଗ୍ରାମବାସୀଙ୍କୁ ଏବଂ ପରେ ପୋଲିସକୁ ଜଣାଇଥିଲେ। ପୋଲିସ କହିଛି ଯେ ଆମେ ପହଞ୍ଚିବା ବେଳକୁ ନିଆଁ ଲାଗିଯାଇଥିଲା ଏବଂ ସମସ୍ତ ୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ସୂଚନାନୁସାରେ ଘରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବା ବେଳେ ତଦନ୍ତ କରାଯାଉଛି ବୋଲି ପୁଲିସ ଅଧିକାରୀ କହିଛନ୍ତି। ଏହି ଘଟଣା ସାରା ଇଲାକାରେ ହଇଚଇ ସୃଷ୍ଟି କରିଛି ।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି। ଅନୁସନ୍ଧାନ ପରେ ହିଁ ଏହା ନିଶ୍ଚିତ ହୋଇପାରିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ପୋଷ୍ଟମର୍ଟମ ପାଇଁ ପୋଲିସ ମୃତଦେହକୁ ମଞ୍ଚରିଆଲାକୁ ପଠାଇଛି। ପଡୋଶୀ କହିଛନ୍ତି ଯେ କିଛି ଅତିଥି ମଧ୍ୟ ସେମାନଙ୍କ ଘରକୁ ଆସିଥିଲେ ଏବଂ ସେମାନେ ମଧ୍ୟ ନିଆଁରେ ଫସି ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.