ସାଙ୍ଗକୁ ବାହା ହେବା ପାଇଁ ଲିଙ୍ଗ ପରିବର୍ତ୍ତନ କଲେ, ମନା କରିବାରୁ ଜନ୍ମଦିନରେ ପ୍ରେମିକାକୁ ଜୀଅନ୍ତା ଜାଳିଦେଲେ

ଯୁବତୀଙ୍କୁ ପ୍ରଥମେ ଏକ ଚେନରେ ବାନ୍ଧିବା ପରେ ବେକ କାଟିଥିଲା ପ୍ରେମିକ । ଆଉ ପ୍ରେମିକା ଜଣକ ବିବାହ କରିବାକୁ ମନା କରିବାରୁ ଜୀଅନ୍ତା ଜାଳିଦେଲା । ଏପରି ଘଟଣା ତାମିଲନାଡୁର ଚେନ୍ନାଇରେ ଘଟିଛି । ପୋଲିସ ପ୍ରେମିକ ଭେତ୍ରିମାରନକୁ ଗିରଫ କରିଛି ।

ଜନ୍ମଦିନ ପାଳନ କରିବା ବାହାନାରେ ପ୍ରେମିକାକୁ ଜାଳି ମାରିଦେଲା ପ୍ରେମିକ । ଯୁବତୀଙ୍କୁ ପ୍ରଥମେ ଏକ ଚେନରେ ବାନ୍ଧିବା ପରେ ବେକ କାଟିଥିଲା ପ୍ରେମିକ । ଆଉ ପ୍ରେମିକା ଜଣକ ବିବାହ କରିବାକୁ ମନା କରିବାରୁ ଜୀଅନ୍ତା ଜାଳିଦେଲା । ପୋଲିସ ପ୍ରେମିକ ଭେତ୍ରିମାରନକୁ ଗିରଫ କରିଛି । ତେବେ ବିବାହ ପ୍ରସ୍ତାବକୁ ମନା କରିବାକୁ ଏଭଳି ହତ୍ୟାକାଣ୍ଡ ହୋଇଥିବା ପୋଲିସ କହିଛି । ଭେତ୍ରିମାରନ କିଛିଦିନ ତଳେ ନିଜର ଲିଙ୍ଗ ପରିବର୍ତ୍ତନ କରିଥିଲେ । ଲିଙ୍ଗ ପରିବର୍ତ୍ତନ କରିବା ପୂର୍ବରୁ ଭେତ୍ରିମାରନ ନାଁ ମୁରୁଗେଶ୍ୱରୀ ଥିଲା । ଏପରି ଘଟଣା ତାମିଲନାଡୁର ଚେନ୍ନାଇରେ ଘଟିଛି । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଖବର ମୁତାବକ, ମୃତ ଯୁବତୀ ଜଣଙ୍କ ହେଲେ ନନ୍ଦିନୀ ଏବଂ ଅଭିଯୁକ୍ତ ଜଣଙ୍କ ହେଲେ ଭେତ୍ରିମାରନ(ମୁରୁଗେଶ୍ୱରୀ) । ଉଭୟ ଏକ ବାଳିକା ସ୍କୁଲରେ ଏକାଠି ପଢୁଥିଲେ ଏବଂ ପରସ୍ପରର ଭଲ ସାଙ୍ଗ ଥିଲେ । ଦୁହିଁଙ୍କ ଘନିଷ୍ଠତା ଏପରି ଥିଲା ଯେ, ନନ୍ଦିନୀକୁ ବିବାହ କରିବା ପାଇଁ ମୁରୁଗେଶ୍ୱରୀ ଲିଙ୍ଗ ପରିବର୍ତ୍ତନ କରିବାକୁ ରାଜି ଥିଲେ । ତେଣୁ ନନ୍ଦିନୀକୁ ନିଜର କରିବା ପାଇଁ ଲିଙ୍ଗ ମଧ୍ୟ ପରିବର୍ତ୍ତନ କରିଥିଲେ । ଯେତେବେଳେ ଭେତ୍ରିମାରନ ନନ୍ଦିନୀକୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ, ସେତେବେଳେ କିନ୍ତୁ ନନ୍ଦିନୀ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ତେଣୁ ଭେତ୍ରିମାରନ ଏହାର ପ୍ରତିଶୋଧ ନେବା ପାଇଁ ଚାହିଁଥିଲେ ।

ଆଇଟିରେ Bsc ଡିଗ୍ରୀ ହାସଲ କରିବା ପରେ ନନ୍ଦିନୀ ୮ ମାସ ତଳେ ଚେନ୍ନାଇରେ ଚାକିରି ପାଇ ମାମୁଁଙ୍କ ପାଖରେ ରହୁଥିଲେ । ଶନିବାର ଦିନ ଭତ୍ରିମାରନ ନନ୍ଦୀନିଙ୍କୁ ଫୋନ୍ କରି ଡକାଇଥିଲେ । ଏହାପରେ ନନ୍ଦିନୀଙ୍କ ପାଇଁ ସେ ନୂଆ ଡ୍ରେସ୍ କିଣି ଦେଇଥିଲେ । ଭେତ୍ରିମାରନ ନନ୍ଦିନୀଙ୍କୁ ବାଇକ୍ରେ ବସାଇ ଘରେ ଛାଡିଦେବାକୁ କହିଥିଲେ। ନନ୍ଦିନୀଙ୍କୁ ତାଙ୍କ ଜନ୍ମଦିନରେ ସରପ୍ରାଇଜ ଦେବା ବାହାନାରେ ଏକ ଖାଲି ସ୍ଥାନକୁ ଡାକି ନେଇଥିଲେ । ତେବେ ସେଠାରେ ତାଙ୍କୁ ପ୍ରଥମେ ଚେନରେ ବାନ୍ଧି ଦେଇଥିଲେ । ପରେ ତାଙ୍କ ହାତ, ଗୋଡ଼ ଏବଂ ଗଳାରେ ବ୍ଲେଡ଼ରେ କାଟିବା ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।

ନନ୍ଦିନୀଙ୍କ ଚିତ୍କାର ଶୁଣି ସ୍ଥାନୀୟ କିଛି ଲୋକ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ପୋଲିସ ନନ୍ଦିନୀକୁ ହସପିଟାଲରେ ଭର୍ତ୍ତି କରିବା ପରେ ତାର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପୂର୍ବରୁ ନନ୍ଦିନୀ ପୋଲିସକୁ ଏକ ମୋବାଇଲ ନମ୍ବର ଦେଇଥିଲା, ଯାହା ଭେତ୍ରିମାରଣର ଥିଲା । ପୋଲିସ ଏହି ନମ୍ବରକୁ ଟ୍ରାକ କରି ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି । ପୋଲିସ ଏହି ମାମଲାରେ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.