ନିଆରା ବିବାହ: ଗୋଟିଏ ବେଦୀରେ ଦୁଇଟି ଝିଅକୁ ବାହା ହେଲେ ଯୁବକ, କାର୍ଡରେ ବି ଛପାଇଲେ ଉଭୟଙ୍କ ନାଁ

ରାଜସ୍ଥାନର ବାଂସବାଡା ଜିଲ୍ଲାର ଆନନ୍ଦପୁରୀସ୍ଥିତ କଡଦା ଗାଁରେ ଶନିବାର ରାତିରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଛି। ଏଠାରେ ଜଣେ ବର ଗୋଟିଏ ମଣ୍ଡପରେ ହିଁ ଦୁଇଟି କନ୍ୟା ସହ ବିବାହ କରିଛନ୍ତି। ଏହି ବିବାହର ଖାସ୍‌ କଥା ହେଉଛି ଏଥିରେ ତିନିଟି ଯାକ ପରିବାର ମଧ୍ୟ ସାମିଲ ହୋଇଥିଲେ। ଏକ ସାଧାରଣ ବିବାହ ଭଳି ଏହି ବିବାହରେ ମଧ୍ୟ କାର୍ଡ ଛପାଯାଇଥିଲା ଓ ନିୟମାନୁସାରେ ଉଭୟ କନ୍ୟାଙ୍କ ନାଁ ବି ଛପାଯାଇଥିଲା।

ରିପୋର୍ଟ ମୁତାବକ, ଆନନ୍ଦପୁରୀ ସ୍ଥିତ କଡ଼ବା ଗାଁରେ ବର ଦିନେଶ ଦୁଇ କନ୍ୟା ସୀତା ଓ ଗୀତାଙ୍କୁ ବିବାହ କରିଛନ୍ତି। କୁହାଯାଉଛି ଯେ ଆଦିବାସୀ ଅଞ୍ଚଳର ଏହି ଗ୍ରାମୀଣ କ୍ଷେତ୍ରରେ ଏକରୁ ଊର୍ଦ୍ଧ୍ୱ ପତ୍ନୀ ରଖିବା ପରମ୍ପରା ରହିଛି। ଏଠାରେ ଏହା ଭୁଲ ନୁହେଁ। ଏହି କାରଣରୁ ଏହି ବିବାହରେ ପୂରା ଗାଁ ବି ସାମିଲ ହୋଇଥିଲା।

କୁହାଯାଉଛି ଯେ, ଦିନେଶ ପ୍ରଥମେ ଜଣେ ଯୁବତୀଙ୍କୁ ବିବାହ ନ କରି ତାଙ୍କୁ ନିଜ ଘରେ ରଖିଥିଲା। କିନ୍ତୁ ଏହା ନୀତି ବିରୋଧ ହୋଇଥିବାରୁ ସେ ତାଙ୍କୁ ବିବାହ କରିବାକୁ ରାଜି ଥିଲା। ପରେ ଆଉ ଜଣେ ଝିଅ ସହ ତାଙ୍କ ନିର୍ବନ୍ଧ ହୋଇଥିଲା। ଏଣୁ ଘର ଲୋକଙ୍କ ସ୍ୱୀକୃତିରେ ସେ ଉଭୟଙ୍କୁ ବିବାହ କରିଥିଲା। କୌଣସି ପରିବାର ଏହି ବିବାହ ପାଇଁ ପ୍ରତିବାଦ କରି ନଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.