ତାଞ୍ଜାନିଆରେ ବଡ଼ ବିମାନ ଦୁର୍ଘଟଣା! ଲ୍ୟାଣ୍ଡିଂ ବେଳେ ହ୍ରଦରେ ଖସି ପଡ଼ିଲା ଯାତ୍ରୀବାହୀ ପ୍ଲେନ୍‌

ତାଞ୍ଜାନିଆରେ ରବିବାର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। କୁହାଯାଉଛି କି, ଯାତ୍ରୀ ବିମାନ ଲ୍ୟାଣ୍ଡିଂ ସମୟରେ ଉତ୍ତର-ପଶ୍ଚିମ ସହର ବୁକୋବାର ଏୟାରପୋର୍ଟ ପାର୍ଶ୍ୱ ହ୍ରଦରେ ଖସି ପଡ଼ିଥିଲା। ବୁକୋବା ଏୟାରପୋର୍ଟର ରନ୍‌େଓ୍ଵର ଏକ ଭାଗ ଆଫ୍ରିକାର ସବୁଠାରୁ ବଡ଼ ହ୍ରଦ ଭିକ୍ଟୋରିଆ ଲେକ୍‌ର ଠିକ୍‌ ପାର୍ଶ୍ୱରେ ରହିଛି।

ସୂଚନା ମୁତାବକ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏହି ବିମାନ ପ୍ରିସିଜନ ଏୟାରଲାଇନ୍ସର ଏକ ଘରୋଇ ବିମାନ ଥିଲା। ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ, ବିମାନରେ ଥିବା ୪୯ ଜଣଙ୍କ ମଧ୍ୟରୁ ୨୦ରୁ ଅଧିକ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। କିନ୍ତୁ ଏହି ତଥ୍ୟ ଅଫିସିଆଲ ଭାବେ ନିଶ୍ଚିତ ହୋଇନାହିଁ।

ତାଞ୍ଜାନିଆ ବ୍ରଡ୍‌କାଷ୍ଟିଙ୍ଗ୍‌ କର୍ପୋରସନ (TBC) ମୁତାବକ, ‘ରାଜଧାନୀ ଦାର ଏସ୍‌ ସଲାମରୁ ଉଡ଼ାଣ ଭରିଥିବା ଏହି ବିମାନ ଆଜି ସକାଳେ ତୋଫାନ ଏବଂ ପ୍ରବଳ ବର୍ଷା ଯୋଗୁ ଭିକ୍ଟୋରିଆ ହ୍ରଦରେ ଖସି ପଡ଼ିଥିଲା’। ପ୍ରିସିଜନ ଏୟାରର ଏହି ବିମାନ ଦାର ଏସ୍‌ ସଲାମରୁ ବୁକୋବା ଭାୟା ମଓ୍ଵାଞ୍ଜା ହୋଇ ଯାଉଥିଲା। ପ୍ରିସିଜନ ତାଞ୍ଜାନିଆର ସବୁଠାରୁ ବଡ଼ ଘରୋଇ ଏୟାରଲାଇନ୍‌ କମ୍ପାନୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.