ହାଓ୍ଵଡ଼ାର ଗୋଦାମରେ ଭୀଷଣ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କରିବା ପାଇଁ ଲାଗିଛି ୧୧ଟି ଦମକଳ ଗାଡ଼ି
ପଶ୍ଚିମବଙ୍ଗର ହାଓ୍ଵଡ଼ାରେ ଥିବା ଏକ ଗୋଦାମରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏହି ସମୟରେ ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୧୧ ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ଲଗାତାର ଚେଷ୍ଟା କରୁଛନ୍ତି ।
ପଶ୍ଚିମବଙ୍ଗର ହାଓ୍ଵଡ଼ାରେ ଥିବା ଏକ ଗୋଦାମରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏହି ସମୟରେ ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୧୧ ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ଲଗାତାର ଚେଷ୍ଟା କରୁଛନ୍ତି । ଏଏନ୍ଆଇ ରିପୋର୍ଟ ଅନୁସାରେ ସାଙ୍କରାଇଲ ଇଣ୍ଡଷ୍ଟ୍ରିଆଲ ପାର୍କରେ ଥିବା ଏକ ଗୋଦାମରେ ନିଆଁ ଲାଗିଛି । ଅନ୍ୟପଟେ ନିଆଁ କେଉଁ କାରଣରୁ ଲାଗିଛି ତାର ସୂଚନା ଏପର୍ଯ୍ୟନ୍ତ ମିଳି ପାରି ନାହିଁ । ଘଟଣାର ଅଧିକ ସୂଚନା ପାଇଁ ଅପେକ୍ଷା କରାଯାଇଛି ।
ଏହି ଭୟଙ୍କର ଅଗ୍ନିକାଣ୍ଡରେ କଳା ଧୂଆଁ ବାହାରୁଥିବା ଦେଖାଯାଇଛି । ଏହା ସହିତ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଯଥା ସମ୍ଭବ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରୁଥିବା ଦେଖାଯାଇଛି । କିନ୍ତୁ ନିଆଁର ପ୍ରକୋପ ଏତେ ଅଧିକ ରହିଛି ଯେ, ଏହାକୁ ଆୟତ୍ତ କରିବା କଷ୍ଟ ହେଉଛି । କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ । ନିଆଁ ସମ୍ପୂର୍ଣ୍ଣ ଲିଭିବା ପରେ କ୍ଷୟକ୍ଷତିର ଆକଳନ କରାଯିବ ।
#WATCH | Fire breaks out at a warehouse in West Bengal’s Howrah in Sankrail Industrial Park. 11 fire tenders at the spot https://t.co/051mp2mTHB pic.twitter.com/91P6YE7eIH
— ANI (@ANI) October 14, 2023
#WATCH | Fire breaks out at a warehouse in West Bengal’s Howrah. Fire tenders at the spot. Further details awaited pic.twitter.com/uvc7a3BWn7
— ANI (@ANI) October 14, 2023