ଅପରେସନ ପରେ ପେଟରୁ ବାହାରିଲା ଚାମଚ, ଟୁଥ୍‌ ବ୍ରସ ଓ ଛୁରୀ

ହିମାଞ୍ଚଳ : ମଣ୍ଡି ଅଞ୍ଚଳର ଏକ ୩୫ ବର୍ଷ ଯୁବକର ପେଟରୁ ଅପରେସନ କରି ୯ ଚାମଚ,୨ଟୁଥ୍‌ ବ୍ରସ,୨ ସ୍କୃ-ଡ୍ରାଇଭର ଓ ଗୋଟିଏ ଛୁରୀ ବାହାର କରିଛନ୍ତି ଡାକ୍ତର । ଏହି ଅପରେସନକୁ ଏସଏଲବିଏମ ମେଡିକାଲ କଲେଜର ଏକ ଡାକ୍ତର ଟିମ ଦୀର୍ଘ ଦେଢ ଘଣ୍ଟା ପରିଶ୍ରମ କରି ସଫଳ କରିଛନ୍ତି । ଅପରେସନ ପରେ ଯୁବକ ଜଣକ ସୁସ୍ଥ ଥିବା ଡାକ୍ତର ମାନେ କହିଛନ୍ତି ।

ଡା.ରଣେଶ ଚୌହାନ କହିଛନ୍ତି ଯେତେବେଳେ ରୋଗୀକୁ ଡାକ୍ତରଖାନା ଅଣାଯାଇଥିଲା ସେତେବେଳେ ତାଙ୍କ ପେଟରୁ ଏକ ଛୁରୀ ଅଧା ବାହାରି ରହିଥିଲା । ରୋଗୀର ଅବସ୍ଥା ବହୁତ ସଂଘାତିକ ହେଇ ରହିଥିଲା । ତେଣୁ ଏହା ଦେଖି ଆମେ ତୁରନ୍ତ ଅପରେସନ କରିବା ପାଇଁ ନିଷ୍ପତ୍ତି ନେଲୁ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ରୋଗୀ ଜଣକ ମାନସିକ ବିକାର ଗସ୍ତ ଯୁବକ ଥିଲେ । ତାଙ୍କ ଘର ସୁନ୍ଦରନଗର ବନାୟକ ଅଞ୍ଚଳରେ ବୋଲି ଜଣାପଡିଥିଲା ।

ମେଡିକାଲ ଭାଷାରେ ଏହାକୁ ବେଜୋଆର ରୋଗ କୁହାଯାଏ :

ଡା.ଚୌହାନଙ୍କ କହିବା ମୂତାବକ ଅନେକ ମାନସିକ ରୋଗୀ ଏହି ଭଳି ବସ୍ତୁକୁ ସହଜରେ ଗିଳି ଦିଅନ୍ତି । ସେମାନଙ୍କୁ ଏହା ଜଣା ନଥାଏ ଯେ,ସେମାନେ କଣ କରୁଥାନ୍ତି ।ସାଧାରଣ ଲୋକ ଏହି ଭଳି ବସ୍ତୁକୁ ଗିଳି ପାରେ ନାହିଁ । ରୋଗୀର ଆଭ୍ୟନ୍ତରୀଣ ଅଙ୍ଗ ଚୋକ୍‌ ହେବା ପରେ ଯେବେ ଏହି ବସ୍ତୁ ଅସୁବିଧା କରିଥାଏ ସେତେବେଳେ ଏହା ଜଣା ପଡିଥାଏ ।ଏହି ଭଳି ରୋଗୀଙ୍କୁ ମେଡିକାଲ ଭାଷାରେ ବେଜୋଆର ରୋଗୀ ବୋଲି କୁହାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.