ଖାକି ବର୍ଦ୍ଦିର ବର୍ବରତା: ଜଣେ ବୟସ୍କ ବ୍ୟକ୍ତିଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମାରିଲେ କନେଷ୍ଟବଳ, ଭାଇରାଲ୍ ହେଉଛି ଭିଡିଓ

ମଧ୍ୟପ୍ରଦେଶ: ଖାକି ବର୍ଦ୍ଦିର ବର୍ବରତା । ଜଣେ ବୟସ୍କ ବ୍ୟକ୍ତିଙ୍କୁ ଗୋଇଠା ମାଡ଼ । ନିର୍ଦ୍ଦୟ ଭାବେ ମାଡ଼ ମାରୁଛନ୍ତି କନେଷ୍ଟବଳ। ଏ ହେଉଛି ମଧ୍ୟପ୍ରଦେଶ ଜବଲପୁର ରେଳ ଷ୍ଟେସନ୍‌ର ଘଟଣା । ବୟସ୍କ ବ୍ୟକ୍ତି ଜଣଙ୍କ ମୁହଁକୁ ବୁଟ୍‌ ପିନ୍ଧା ଗୋଡ଼ରେ ବାରମ୍ବାର ଗୋଇଠା ମାରୁଛନ୍ତି କନେଷ୍ଟବଳ ।

 

View this post on Instagram

 

A post shared by The Tatva (@thetatvaindia)

କେବଳ ସେତିକି ନୁହେଁ ବୃଦ୍ଧଙ୍କୁ ଘୋଷାଡ଼ି ନେଇ ଟ୍ରାକ୍‌ରେ ଉପରେ ଝୁଲାଇ ଦେଇଛନ୍ତି। ରେଳ ଷ୍ଟେସନ୍‌ରେ ଜଣେ ପାସେଞ୍ଜର ସୁଟିଂ କରିଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସଂପୃକ୍ତ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି। ଅଭିଯୁକ୍ତ କନେଷ୍ଟବଳଙ୍କ ନାଁ ଅନନ୍ତ ମିଶ୍ର। ରେଓ୍ଵା ଜିଲ୍ଲାର ପୋଲିସ ଷ୍ଟେସନ୍‌ରେ ସେ କାର୍ଯ୍ୟ କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.