Below header

କେତେ ନୃଶଂସ ଏ ମଣିଷ, କାର୍‌କୁ ଛୁଇଁ ଦେବାରୁ ୬ ବର୍ଷର ନାବାଳକର ଛାତିକୁ ମାରିଚାଲିଲେ ଗୋଇଠା ଉପରେ ଗୋଇଠା; ସିସିଟିଭିରେ କଏଦ

ନୂଆଦିଲ୍ଲୀ : କେତେ ଅହଙ୍କାରୀ ଏ ମଣିଷ । ଶିକ୍ଷିତ ହୋଇବି ଅଶିକ୍ଷିତ ପରି ତା ବ୍ୟବହାର। ପଇସାର ଗର୍ବରେ ମଣିଷ ନିଜର ଅହଙ୍କାରରେ ଏପରି ଅନ୍ଧ ହୋଇଯାଏ ଯେ, ଦୟା, କ୍ଷମା ସବୁକିଛି ଭୁଲିଯାଏ। ଏଭଳି ଏକ ଅହଙ୍କାରୀ ମଣିଷର ଅମାନୁଷିକ ବ୍ୟବହାର ଦେଖିବାକୁ ମିଳିିଛି କେରଳର ପୋନିମ୍ପାଲାମରେ। କେରଳର ଜଣେ ବ୍ୟକ୍ତିଙ୍କ ବିରୋଧରେ ୬ ବର୍ଷର ବାଳକକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯାହାର ପୁରା ଘଟଣା ସିସିଟିଭିରେ କଏଦ ହୋଇଥିଲା।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଏକ ବ୍ୟସ୍ତବହୁଳ ରାସ୍ତାରେ ପାର୍କିଂ ହୋଇଥିବା ଧଳା ରଙ୍ଗର କାର ପାଖରେ ନିର୍ବୋଧ ଛୋଟ ପିଲାଟିଏ ଛିଡା ହୋଇଛି । ସେହି ଥିବା ଡ୍ରାଇଭର ଜଣକ ଆସି ତାକୁ କିଛି କହିବା ସହିତ ଏକ ଶକ୍ତ ଗୋଇଠା ମାରୁଛନ୍ତି। ଏହାପରେ ପିଲାଟି କାର୍ ନିକଟରୁ କିଛି ଦୂରକୁ ଚାଲି ଯାଉଛି ଏବଂ ଡ୍ରାଇଭର ମଧ୍ୟ କାର୍ ଭିତରକୁ ଚାଲିଯାଉଛନ୍ତି। ତେବେ ବ୍ୟକ୍ତି ଜଣଙ୍କର ଏହି ବ୍ୟବହାର ଦେଖି ନିକଟରେ ଥିବା ଲୋକମାନେ ତୁରନ୍ତ ଆପତ୍ତି କରିବା ସହ କାର୍ ପାଖରେ ଆସି ଠୁଳ ହୋଇଥିଲେ। ତେବେ ଅନ୍ୟମାନଙ୍କ ସହିତ ମୁହାଁମୁହିଁ ହେବା ପରେ ବ୍ୟକ୍ତ ଜଣକ କାର୍ ନେଇ ଆଗକୁ ଚାଲିଯାଇଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଉପଭୋକ୍ତାମାନେ ଅଭିଯୁକ୍ତଙ୍କୁ କଡ଼ା ସମାଲୋଚନା କରିଥିଲେ। ଏହା ପରେ ପୋଲିସ ଏକ ମାମଲା ରୁଜୁ କରିଛି।

ଭିଡିଓରେ ଦେଖାଯାଇଥିବା ପିଲାଟି ରାଜସ୍ଥାନର ବୋଲି ଦାବି କରାଯାଉଛି। ତାଙ୍କ ପିତାମାତା ଶ୍ରମିକ ଅଟନ୍ତି। କାରର ଡ୍ରାଇଭର ତାକୁ ଗୋଇଠା ୱାରେ ଗୋଇଠା ମାରିଥିଲେ ମଧ୍ୟ ନିରୀହ ଛୁଆଟି କିଛି ନ କହି ସେଠାରୁ ଚୁପଚାପ୍ ଚାଲି ଯାଉଥାଏ। ଅଭିଯୁକ୍ତ ଜଣକ ମଧ୍ୟ କାର ନେଇ ଆଗକୁ ଚାଲିଯାଇଥିଲେ।

ଏହା ଘଟଣାର ପ୍ରତ୍ୟକ୍ଷଦର୍ଶୀ ଜଣେ ଓକିଲ ବୋଲି କୁହାଯାଉଛି। ସେ ଏହି ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ଏହା ପରେ ଅଭିଯୁକ୍ତକୁ ପୋଲିସ ଷ୍ଟେସନକୁ ଡକାଯାଇଥିଲା, କିନ୍ତୁ ପଚରାଉଚରା ପରେ ତାଙ୍କୁ ଛାଡି ଦିଆ ଯାଇଥିଲା। ତେବେ ଘଟଣାର ସିସିଟିଭି ଫୁଟେଜ ଭାଇରାଲ ହେବା ପରେ ଶିଶୁକୁ ଆକ୍ରମଣ କରିଥିବା ବ୍ୟକ୍ତି ତାଙ୍କୁ କଡ଼ା ସମାଲୋଚନା କରିଥିଲେ। ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଗିରଫ କରାଯାଇଥିଲା।

ଘଟଣା ବିଷୟରେ କେରଳ ବିଧାନସଭା ବାଚସ୍ପତି କହିଛନ୍ତି ଯେ, ‘ଘଟଣାକୁ ନେଇ ମାମଲା ରୁଜୁ ହୋଇସାରିଛି। ଆଇନ୍ ଅନୁଯାୟୀ ବ୍ୟକ୍ତି ଜଣଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’ ସେହିପରି ରାଜ୍ୟ ଶିକ୍ଷାମନ୍ତ୍ରୀ ମଧ୍ୟ ଏହି ଘଟଣାରେ ନିଜର ପ୍ରତିକ୍ରିୟା ଫେସ୍‌ବୁକରେ ରଖିଛନ୍ତି। ସେ କହିଛନ୍ତି ଯେ, ‘ବ୍ୟକ୍ତି ଜଣକ ହୃଦୟ ବିଦାରକ ନିଷ୍ଠୁର କାର୍ଯ୍ୟ କରିଛନ୍ତି। ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.