ପୃଥିବୀ ଏବଂ ଚନ୍ଦ୍ର ସହ ସେଲଫି ନେଲା ଆଦିତ୍ୟ L1, ଇସ୍ରୋ ସେୟାର କଲା ଫଟୋ

ପୃଥିବୀ ଏବଂ ଚନ୍ଦ୍ର ସହିତ ସେଲଫି ନେଲା ଆଦିତ୍ୟ L1। ଏହାର ଭିଡିଓକୁ ଇସ୍ରୋ ସେୟାର କରିଛି । ପୃଥିବୀର ଦ୍ବିତୀୟ କକ୍ଷପଥ ପରିବର୍ତ୍ତନ କରି ତୃତୀୟ କକ୍ଷପଥରେ ପ୍ରବେଶ କରିଥିଲା ଆଦିତ୍ୟ L1 ।

ଇସ୍ରୋର ପ୍ରଥମ ସୌର ମିଶନ ଆଦିତ୍ୟ L1 ପୃଥିବୀ କକ୍ଷପଥରୁ ପୃଥିବୀ ଏବଂ ଚନ୍ଦ୍ରର ଫଟୋ ଉଠାଇଛି । ଏହାକୁ ସେୟାର କରିଛି ଇସ୍ରୋ । ପୃଥିବୀର ଦ୍ବିତୀୟ କକ୍ଷପଥ ପରିବର୍ତ୍ତନ କରି ତୃତୀୟ କକ୍ଷପଥରେ ପ୍ରବେଶ କରିଥିଲା ଆଦିତ୍ୟ L1 ।

ଇସ୍ରୋ ଭିଡିଓ ସେୟାର କରି ଲେଖିଛି, ଆଦିତ୍ୟ L1 ସୂର୍ଯ୍ୟ L1 ପଏଣ୍ଟକୁ ଯାତ୍ରା ସମୟରେ ପୃଥିବୀ ଏବଂ ଚନ୍ଦ୍ର ସହିତ ସେଲଫି ନେଇଛି । ଫଟୋ ପୃଥିବୀ ବଡ ଦେଖାଯାଉଥିବା ବେଳେ ଚନ୍ଦ୍ର ଛୋଟ ଦେଖାଯାଉଛି ।

ସେପ୍ଟେମ୍ବର ୨ ତାରିଖରେ ଇସ୍ରୋ ପ୍ରଥମ ସୌର ମିଶନ ଲଞ୍ଚ କରିଥିଲା । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ପେସ ସେଣ୍ଟରୁ ଆଜି ୧୧.୫୦ ମିନିଟ ସମୟରେ ସଫଳତାପୂର୍ବତ ଉତକ୍ଷେପଣ କରାଯାଇଥିଲା। PSLV-C57 ରେ ଆଦିତ୍ୟ L1 କୁ ଉତ୍‌କ୍ଷେପଣ କରାଯାଇଥିଲା । ଚନ୍ଦ୍ରଯାନ-୩ ର ସଫଳ ଲ୍ୟାଣ୍ଡିଂ କରି ଇତିହାସ ରଚିଥିଲା ଇସ୍ରୋ । ଏହା ପରେ ସୌର ମିଶନ ଆଦିତ୍ୟ L1କୁ ଲଞ୍ଚ କରିଥିଲା । ସେପ୍ଟେମ୍ବର ୧୦ରେ ତୃତୀୟ ଅର୍ବିଟ୍ ରେଜିଂ ହେବ । ପୃଥିବୀଠାରୁ ୧୫ଲକ୍ଷ କିଲୋମିଟର ଦୂରରେ ଥିବା L-1 ପଏଣ୍ଟରେ ପହଞ୍ଚିବାକୁ ଆଦିତ୍ୟ L1କୁ ୧୨୫ ଦିନ ସମୟ ଲାଗିବ ।

ପୃଥିବୀଠୁ ସୂର୍ଯ୍ୟ ପ୍ରାୟ ୧୫ କୋଟି କିଲୋମିଟର ଦୂରରେ ଥିବା ବେଳେ ଏହାର ଶହେ ଭାଗରୁ ୧ ଭାଗ ଦୂରତା ଅତିକ୍ରମ କରିବ ଆଦିତ୍ୟ ଏଲ -୧। ଅର୍ଥାତ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରତାରେ ରହି ସୂର୍ଯ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଇସ୍ରୋ ଲକ୍ଷ୍ୟ ରଖିଛି। ସୌର ପୃଷ୍ଠରେ ହେଉଥିବା ପରିବର୍ତ୍ତନ, ସୌରଝଡ଼ ବିକିରଣ ଓ କଣିକା ଉପରେ ଅଧ୍ୟୟନ କରିବା ଆଦିତ୍ୟ L1ର ମୂଳ ଲକ୍ଷ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.