କମ୍ବୋଡିଆରେ ଓଡ଼ିଆ ଯୁବକଙ୍କୁ କଳାପାଣି ସଜା, ବନ୍ଦୀରୁ ମୁକୁଳି ନିଜ ଦେଶକୁ ଫେରିବା ପାଇଁ କଲେ ସରକାରଙ୍କୁ ଗୁହାରୀ

ବିଦେଶରେ ବନ୍ଦୀ ହେଲେ ଓଡ଼ିଆ ଯୁବକ। କାମ କରିବାକୁ ଯାଇ ଫସିଗଲେ। ହେଲେ କଣ ପାଇଁ ତାଙ୍କୁ ବନ୍ଦୀ କରାଯାଇଛି , ଭାରତୀୟ ଙ୍କୁ ବିଦେଶରେ ବନ୍ଦୀ କରିବାର କାରଣ କଣ ହୋଇପାରେ, ଯାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ସୂଚନା ଅନୁସାରେ ଯୁବକ ଜଣକ କମ୍ପ୍ୟୁଟର ଅପରେଟର ଭାବେ କାମ କରିବାକୁ କମ୍ବୋଡିଆ ଯାଇଥିଲେ , ଯିବାପରେ ସେ ସେଠାରେ ବନ୍ଦୀ ହୋଇଯାଇଛନ୍ତି ।

ବିଦେଶରେ ବନ୍ଦୀ ହେଲେ ଓଡ଼ିଆ ଯୁବକ। କାମ କରିବାକୁ ଯାଇ ଫସିଗଲେ। ହେଲେ କଣ ପାଇଁ ତାଙ୍କୁ ବନ୍ଦୀ କରାଯାଇଛି , ଭାରତୀୟ ଙ୍କୁ ବିଦେଶରେ ବନ୍ଦୀ କରିବାର କାରଣ କଣ ହୋଇପାରେ, ଯାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ସୂଚନା ଅନୁସାରେ ଯୁବକ ଜଣକ କମ୍ପ୍ୟୁଟର ଅପରେଟର ଭାବେ କାମ କରିବାକୁ କମ୍ବୋଡିଆ ଯାଇଥିଲେ , ଯିବାପରେ ସେ ସେଠାରେ ବନ୍ଦୀ ହୋଇଯାଇଛନ୍ତି । ଏଜେଣ୍ଟ ଅଧୀନରେ ରହି ସେ କାମ କରୁଥିଲେ ।ଏଜେଣ୍ଟ ଯେଉଁଠାକୁ ପଠାଇବେ ଏମାନେ ସେଠି ଯାଇ କାମ ଦେଖନ୍ତି । ଠିକ ସେପରି ଏ ଯୁବକ ଜଣଙ୍କ କାମ୍ବୋଡ଼ିଆର ପଏପାଟ ଏରିଆରେ କାମ କରିବାକୁ ଯାଇଥିଲେ । କିନ୍ତୁ ସେଠାର କମ୍ପାନୀ ତାଙ୍କୁ ବନ୍ଦୀ କରିଦେଇଛି । ଗୋଟିଏ ନିବୁଜ କୋଠରୀରେ ତାଙ୍କୁ ଏକା ରଖିଚି । ନା ଖାଇବାକୁ ଦେଉଛି ନା ବାହାରକୁ ଛାଡ଼ୁଛି । ଏମିତିକି କାମ କରିବା ପରେ ତାଙ୍କୁ ତାଙ୍କର ପାଉଣା ବି ଦେଉନାହାନ୍ତି ।

କମ୍ବୋଡିଆରେ ଭାରତ ପ୍ରତି ଘୃଣା ଭାବକୁ ନେଇ ଏବେ ବଡ ପ୍ରଶ୍ନ ଉଠିଛି । ଏଭଳି ଖବର ଶୁଣିଲେ ମନରେ ରାଗ ଆସୁଥିବ ନିଶ୍ଚୟ । ଖାଲି ସେତିକି ନୁହେ ବନ୍ଦୀ କରିବା ପରେ ତାଙ୍କଠୁ ଟଙ୍କା ମଧ୍ୟ ମଗାଯାଉଛି । ୧୫ଶହ ଡଲାର ଦେଲେ ଛାଡ଼ିବେ କହୁଛି କମ୍ପାନୀ। ଭାରତୀୟ ମୁଦ୍ରାରେ ୧୫ଶହ ଡଲାର ହେଉଛି ପ୍ରାୟ ଲକ୍ଷେ ତିରିଶ ହଜାର ଟଙ୍କା । ଓଡ଼ିଆ ପୁଅ କୁ ଏମିତି ବନ୍ଦୀ ରଖିବା କେତେ ଠିକ ଆପଣ ମାନେ ହିଁ କୁହନ୍ତୁ.. ବିଦେଶ କାମ କରି ରୋଜଗାର କରିବା ସ୍ବପ୍ନ କଣ ଜଣେ ଭାରତୀୟ ଦେଖିପାରିବ ନାହିଁ । ଆଉ ଏ ତ ଆମ ଓଡ଼ିଆ ପୁଅ… କଣ ଏମିତି ଭୁଲ କରିଦେଲା ଯେ କମ୍ବୋଡିଆରେ ତାଙ୍କୁ ବନ୍ଦୀ କରାଯାଇଛି । ବର୍ତ୍ତମାନ ଏହି ଯୁବକ ଜଣଙ୍କ ଏକ କୋଠରୀ ରେ ବନ୍ଦୀ ଭାବେ ଜୀବନ ବିତାଉଛନ୍ତି। ମୁକୁଳାଇବା ପାଇଁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି ।

ସୂଚନା ଅନୁସାରେ ଯୁବକ ଜଣଙ୍କ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ବିଶ୍ଵନାଥପୁରର ଦୀନବନ୍ଧୁ ସାହୁ। କମ୍ପ୍ୟୁଟର ଅପରେଟର ଭାବେ କାମ କରିବାକୁ ବିଦେଶ ଯିବା ପାଇ ଗୁଜରାଟ ର ଏକ କମ୍ପାନୀ ୟୁନିକ ଏମ୍ପ୍ଲମେଣ୍ଟ ସର୍ଭିସ୍ ସହ ଯୋଗାଯୋଗରେ ଆସିଥିଲେ। ସେଠାକାର ଏଜେଣ୍ଟ ବିନୋଦ ପାଠକ ଭିଏତନାମର ଡେଲଟା କମ୍ପାନୀରେ କମ୍ପ୍ୟୁଟର ଅପରେଟର ଭାବେ କାମ କରାଇ ଦେବା ପାଇଁ ଏକ ଲକ୍ଷ ୫୦ ହଜାର ଟଙ୍କା ଓ ଭିସା, ପାସପୋର୍ଟ ନେଇଥିଲେ। ଫ୍ଲାଇଟ ଟିକେଟ ଯୋଗେ ତାଙ୍କୁ ପ୍ରଥମେ ଭିଏତନାମ ନେଇଥିଲେ। ପରେ ସେଠାରୁ କମ୍ବୋଡିଆ ନେଇ ସେଠାରେ ଏକ କମ୍ପାନୀରେ କାମ ଦେଇଥିଲା। ସେଠାରେ ଉକ୍ତ କମ୍ପାନୀ ଦୀନବନ୍ଧୁଙ୍କୁ ବିଭିନ୍ନ ସିମ୍ ଠକେଇ, କଲ୍ କରି ଓଟିପି ନେଇ ଠକେଇ ଭଳି କାର୍ଯ୍ୟରେ କିଛି ଦିନ ନିୟୋଜିତ କରିବା ପରେ ସେ ଏହିଭଳି କାର୍ଯ୍ୟ କରିବାକୁ ମନା କରିଦେଇଥିଲେ। ସେ ଭାରତ ଫେରିଯିବେ ବୋଲି କହିବା ପରେ ଉକ୍ତ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ଏକ କୋଠରୀରେ ବନ୍ଦୀ କରି ରଖିଛି। କମ୍ପାନୀର ଏଜେଣ୍ଟ ୧୫ଶହ ଡଲାର ଦେଲେ ହିଁ ତାଙ୍କୁ ଭାରତ ପଠେଇବେ ବୋଲି କହୁଚି।

ତାଙ୍କ ପାଖରେ କୌଣସି ଅର୍ଥ ନ ଥିବା ବେଳେ କମ୍ପାନୀ ଏକ କୋଠରୀରେ ବନ୍ଦ କରି ରଖିଛି । ଏଣୁ ତାଙ୍କୁ ଅତି ଶୀଘ୍ର ଏଠାରୁ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ ମାଧ୍ୟମରେ ଗୁହାରି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.