ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ୍‌ ଘନିଙ୍କ ନିର୍ବାଚନ ରାଲିରେ ଆତ୍ମଘାତୀ ବିସ୍ଫୋରଣ, ୨୫ ମୃତ ୩୦ରୁ ଅଧିକ ଆହତ

ଆଫଗାନିସ୍ତାନ: ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ୍‌ ଘନିଙ୍କ ଏକ ନିର୍ବାଚନ ରାଲିରେ ଆତ୍ମଘାତୀ ବିସ୍ଫୋରଣ । ଏହା ଫଳରେ ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଉଦ୍‌ବେଗଜନକ ରହିଛି। ରାଷ୍ଟ୍ରପତି ଘନି ଏବଂ ତାଙ୍କ ସହିତ ଥିବା ଅନ୍ୟ ନେତାମାନେ ସୁରକ୍ଷିତ ଥିବା ଜଣାପଡ଼ିଛି।

ପରୱାନ ପ୍ରଦେଶର ଚରିକର୍‌ରେ ଅନୁଷ୍ଠିତ ଏକ ନିର୍ବାଚନ ରାଲିରେ ଜଣେ ତାଲିବାନ ଆତ୍ମଘାତୀ ଆକ୍ରମଣକାରୀ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ମୃତକଙ୍କ ମଧ୍ୟରେ ଅନେକ ମହିଳା ଏବଂ ଶିଶୁ ମଧ୍ୟ ସାମିଲ ଥିବା ଜଣାପଡ଼ିଛି। ଏହି ଆକ୍ରମଣ ପରେ ଆଫଗାନ ସେନା ଆତଙ୍କବାଦୀ ନିପାତ ଅଭିଯାନକୁ ଜୋର୍‌ଦାର କରିଥିବା ବେଳେ ଅଧିକ ଆକ୍ରମଣ ପାଇଁ ତାଲିବାନ ମଧ୍ୟ ଧମକ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.