ଫାଶିର ଫାଶରୁ ବର୍ତ୍ତିବା ପାଇଁ ପୁଣି ଜଣେ ନିର୍ଭୟା ଦୋଷୀର ନୂଆ ପ୍ରୟାସ, ନିଜକୁ ନାବାଳକ ଦର୍ଶାଇ ସୁପ୍ରିମକୋର୍ଟରେ କରିଛି ମାମଲା ରୁଜୁ

କେନ୍ୟୁଜ୍(ବ୍ୟୁରୋ):  ଫାଶିର ଫାଶରୁ ବର୍ତ୍ତିବା ପାଇଁ ଜଣଙ୍କ ପରେ ଜଣେ ନିର୍ଭୟା ମାମଲାର ଦୋଷୀ ନୂଆ ନୂଆ ପ୍ରୟାସ ଚଳାଇବା ଆରମ୍ଭ କରିଛନ୍ତି । ଘଟଣାର ଅନ୍ୟତମ ସୈତାନ ପବନ ଗୁପ୍ତା ନିଜକୁ ନାବାଳକ ଦର୍ଶାଇ ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଛି । ୨୦୧୨, ଡିସେମ୍ବର ୧୬ ତାରିଖ ନିର୍ଭୟା ଗଣବଳାତ୍କାର ଦିନ ସେ ନାବାଳକ ଥିବା ନେଇ ସବୋର୍ଚ୍ଚ ନ୍ୟାୟାଳରେ ଆବେଦନ କରିଛି । ୨୦୧୨ରେ ଗିରଫ ହେବା ସମୟରେ ସେ ନାବାଳକ ଥିଲେ। ତେଣୁ ତାଙ୍କ ଅପରଧା ଜୁଭେନାଇଲ ଜଷ୍ଟିସ ଆକ୍ଟରେ ଆସୁ ବୋଲି କୁହାଯାଇଛି । ପୂର୍ବରୁ ଏ ନେଇ ପବନ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ କରିଥିବେ ବି କୋର୍ଟ ଏହାକୁ ଖାରଜ କରିବା ସହ ଦୋଷୀ ପୱନ କୁମାର ଗୁପ୍ତାଙ୍କ ଓକିଲ ଏ ପି ସିଂହଙ୍କ ଉପରେ ୨୫ ହଜାର ଟଙ୍କାର ଜରିମାନା ପକାଇଥିଲେ । ଏହାସହ ଦିଲ୍ଲୀ ବାର୍‌ କାଉନ୍‌ସିଲକୁ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ୨୦୧୨, ଡିସେମ୍ବର ୧୬ ତାରିଖରେ ଦିଲ୍ଲୀରେ ଚଳନ୍ତା ବସରେ ନିର୍ଭୟାଙ୍କୁ ଦୁଷ୍କର୍ମ କରିଥିଲେ ୬ ଅଭିଯୁକ୍ତ । ଅଭିଯୁକ୍ତଙ୍କ ଭିତରେ ଥିଲେ ଜଣେ ନାବାଳକ । ପୂର୍ବରୁ ଅନ୍ୟତମ ଅଭିଯୁକ୍ତ ରାମ ସିଂ ଫାଶୀ ଦଣ୍ଡାଦେଶ ପରେ ଆତ୍ମହତ୍ୟା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.