ମଦ ପିଇ ବିମାନ ଚଳାଉଥିଲେ ପାଇଲଟ୍‌, କାର୍ଯ୍ୟରୁ ବରଖାସ୍ତ କଲା Air India

ଏୟାର ଇଣ୍ଡିଆ ନିଜର ଜଣେ ପାଇଲଟଙ୍କୁ କାର୍ଯ୍ୟରୁ ବରଖାସ୍ତ କରିଛି । ପାଇଲଟ୍ ଜଣକ ଏକ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସମୟରେ ମଦ୍ୟପାନ କରିଥିଲେ ।

ଏୟାର ଇଣ୍ଡିଆ ନିଜର ଜଣେ ପାଇଲଟଙ୍କୁ କାର୍ଯ୍ୟରୁ ବରଖାସ୍ତ କରିଛି । ପାଇଲଟ୍ ଜଣକ ଏକ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସମୟରେ ମଦ୍ୟପାନ କରିଥିଲେ । ବିମାନ ଭାରତରେ ପହଞ୍ଚିବା ପରେ ହୋଇଥିବା ପରୀକ୍ଷଣରୁ ଏହା ଜଣାପଡ଼ିଥିଲା, ଯାହା ପରେ କମ୍ପାନୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଗତ ସପ୍ତାହରେ ବିମାନଟି ଥାଇଲାଣ୍ଡର ଫୁକେରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା । ଏୟାରଲାଇନ୍ସ ଏ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରି ପାଇଲଟ୍‌ଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିବାକୁ ବିଚାର କରୁଛି ।

ଏହି ମାମଲାରେ ଏୟାରଲାଇନ୍ସ ସୂତ୍ର ପ୍ରକାଶ କରିଛି ଯେ ଏହି ପ୍ରକାର ଘଟଣାରେ ଆମର ଜିରୋ ଟଲେରାନ୍ସ ନୀତି ରହିଛି । ଆମେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ । ଘଟଣାର ଗମ୍ଭୀରତାକୁ ନଜରରେ ରଖି ଆମେ କେବଳ ପାଇଲଟଙ୍କ ସେବା ସମାପ୍ତ କରିନାହୁଁ, ବରଂ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଖଲ କରିବାକୁ ମଧ୍ୟ ପ୍ରସ୍ତୁତି ଚାଲିଛି । ମଦ ନିଶାରେ ବିମାନ ଚଳାଇବା ଏକ ଅପରାଧ । ଡିଜିସିଏ (ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ)କୁ ଏ ବିଷୟରେ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଘରୋଇ ବିମାନରେ କାମ କରୁଥିବା ପାଇଲଟ ଏବଂ କ୍ୟାବିନ କ୍ରୁଙ୍କର ଉଡ଼ାଣ ପୂର୍ବରୁ ବ୍ରେଥ୍‌ଲାଇଜର ଟେଷ୍ଟ୍‍ ହୋଇଥାଏ । ୨୦୨୩ରେ ପ୍ରଥମ ଛଅ ମାସରେ ୩୩ ଜଣ ପାଇଲଟ୍ ଏବଂ ୯୭ ଜଣ କ୍ୟାବିନ କ୍ରୁ ସଦସ୍ୟ ଏହି ଟେଷ୍ଟରେ ବିଫଳ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.