ମହାକାଶରେ ଇତିହାସ, ପ୍ରଥମ ବିନା ପାଇଲଟ୍‌ ରକେଟ୍‌ରେ ବୁଲି ଫେରିଲେ ଆମାଜନ୍‌ ପ୍ରତିଷ୍ଠାତା

ମହାକାଶରୁ ବୁଲି ଏଇ କିଛି ସମୟ ପୂର୍ବରୁ ପୃଥିବୀକୁ ଫେରିଛନ୍ତି ଆମାଜନ୍‌ର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ । ନିଜ ରକେଟ୍‌ କମ୍ପାନୀ ବ୍ଲୁ ଅରିଜିନ୍‌ ଦ୍ୱାରା ନିର୍ମିତ ପ୍ରଥମ ରକେଟ୍‌ରେ ସେ ମହାକାଶ ଭ୍ରମଣ କରି ଫେରିଛନ୍ତି । ବିନା ପାଇଲଟ୍‌ରେ ଏହି ରକେଟ୍‌ ମହାଶୂନ୍ୟରେ ଭ୍ରମଣ କରିଥିଲା ।

ତାଙ୍କ ସହ ଗୋଟିଏ ୩ ଜଣିଆ ଟିମ୍‌ ମଧ୍ୟ ଯାଇଥିଲେ । ସେମାନଙ୍କ ମଧ୍ୟରେ ବେଜୋସ୍‌ଙ୍କର ୧୮ ବର୍ଷୀୟ ଭାଇ ମାର୍କ ଏବଂ ୮୨ ବର୍ଷର ଜଣେ ବୃଦ୍ଧା ଓ୍ଵାଲୀ ଫଙ୍କ ମଧ୍ୟ ଥିଲେ । ମହାକାଶକୁ ଯିବାରେ ଜଣେ ହେଉଛନ୍ତି ସର୍ବକନିଷ୍ଠ ଓ ଅନ୍ୟ ଜଣକ ହେଉଛନ୍ତି ସବୁଠୁାରୁ ବୟସ୍କ ବ୍ୟକ୍ତି । ଏହି ଟିମ୍‌ ସହ ଶେଷ ମୁହୂର୍ତ୍ତରେ ଯୋଗ ଦେଇଥିଲେ ଅଲିଭର ଡାଏମେନ ।

JEFF BOJES-1

ଆଜି େଓ୍ଵଷ୍ଟ ଟେକ୍ସାସରୁ ଏହି ରକେଟ୍‌ ବାହାରିଥିଲା । ପୃଥିବୀ ପୃଷ୍ଠରୁ ପ୍ରାୟ ୧୦୬ କିଲୋମିଟର ଉପରେ ମହାକାଶରେ ଭ୍ରମଣ ପରେ ପୁଣି ସଫଳତାର ସହ ଫେରି ଆସିଥିଲା ।ସେମାନେ ମହାକାଶରେ ୧୦ ମିନିଟ୍‌ ରହିଥିଲେ । ଏଭଳି ଏକ ବଡ଼ ସଫଳତା ପାଇଁ ନାସା ପକ୍ଷରୁ ବେଜୋସଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

ବିଶ୍ୱର ସବୁଠାରୁ ଧନୀ ବେଜୋସ ପୃଥିବୀ ପୃଷ୍ଠକୁ ଫେରିବା ପରେ ଖୁସିରେ ଆତ୍ମହରା ହୋଇଯାଇଥିଲେ । ନାସା ସମେତ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ମହାକାଶରେ ତାଙ୍କର ଅନୁଭୂତି ସମ୍ପର୍କରେ କହୁଛନ୍ତି କ୍ରୁଉ ମେମ୍ବରମାନେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.