ନିଜ ଜାହଜକୁ ନିଜେ ବିସ୍ଫୋରଣ କଲା ଆମେରିକା ନୌସେନା, ଥରାଇ ଦେଲା ଆଟଲାଣ୍ଟିକ ମହାସାଗରର

କେନ୍ୟୁଜ୍(ବ୍ୟୁରୋ):   ଆମେରିକାରେ ଶକ୍ତିଶାଳୀ ବିମାନବାହକ ଯୁଦ୍ଧପୋତ କେତେ ପ୍ରସ୍ତୁତ । କ୍ଷମତା ପରଖିଛି ଆମେରିକା ନୌସେନା । ଯୁଦ୍ଧ ପୋତ ଉପରେ ଶକ୍ତିଶାଳୀ ବିସ୍ଫୋରଣ କରିଛି । ବଡ଼ ବଡ଼ ବିସ୍ଫୋରଣ ହେଲେ ବି ଯେଭଳି ଯୁଦ୍ଧ ଜାହାର କୌଣସି କ୍ଷତି ହେବ ନାହିଁ ସେଦିଗରେ ପ୍ରସ୍ତୁତ ଚଳାଇଛି ଆମେରିକା । ଯୁଦ୍ଧ ଜାହାଜର ବାହ୍ୟ ଧାତୁ ସ୍ତରର କ୍ଷମତା ପରୀକ୍ଷା କରିବାକୁ ଆମେରିକା ନୌସେନା ମେଗା ବିସ୍ଫୋରଣ କରିଛି । ବିସ୍ପୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସମୁଦ୍ରରେ ୩.୯ ତୀବ୍ରତାର ଭୂମିକମ୍ପ ଆସିଥିଲା ।

ଶହ ଶହ ଫୁଟ ଉଚ୍ଚର ଲହଡ଼ି ଉଠିଥିଲା । ଆପଣ ଦେଖୁଥିବା ଫଟୋ କହୁଛି କେତେ ଭୟଙ୍କର ହୋଇଛି ବିସ୍ଫୋରଣ । ଆଟଲାଣ୍ଟିକ ମହାସାଗରରେ ଫ୍ଲୋରିଡା ଉପକୂଳରେ ଏହି ବିସ୍ଫୋରଣ କରିଥିଲା ଆମେରିକା ନୌସେନା । ଏହି ପରୀକ୍ଷଣର ନାଁ ଦେଇଛି ଫୁଲସିପ୍‌ ସକ୍‌ ଟ୍ରାଏଲ୍‌ । ବିମାନ ବାହକ ଯୁଦ୍ଧ ଜାହାଜ USS ଜିରାଲ୍ଡ ଆର୍‌. ଫର୍ଡ ନିକଟରେ ୪୦ ହଜାର ପାଉଣ୍ଡର ଶକ୍ତିଶାଳୀ ବିସ୍ଫୋରଣ କରାଯାଇଥିଲା । ଆଗକୁ ଏଭଳି ବିସ୍ଫୋରଣ ଜରିଆରେ ଅତ୍ୟାଧୁନିକ ବିମାନ ନେଇପାରୁଥିବା ଯୁଦ୍ଧ ଜାହାଜର କ୍ଷମତା ପରଖିବ ଆମେରିକା । ବିମାନବାହକ ଯୁଦ୍ଧପୋତ ସମୁଦ୍ର ଭିତରେ ଯୁଦ୍ଧ ବେଳେ କେତେ ପ୍ରସ୍ତୁତ ପୁଙ୍ଖାନୁପୁଙ୍ଖ ଜାଣିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.