ଶବାନା ଆଜମୀଙ୍କ ଡ୍ରାଇଭରଙ୍କ ନାମରେ ରୁଜୁ ହେଲା FIR, ଟ୍ରକ ଡ୍ରାଇଭର ଆଣିଲେ ଗମ୍ଭୀର ଆରୋପ

ଶନିବାର ସଡକ ଦୁର୍ଘଟଣାରେ ଆହତ ଅଭିନେତ୍ରୀ ଶବାନା ଆଜମୀଙ୍କ ଡ୍ରାଇଭର ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ତେବେ ଏହି ଅଭିଯୋଗ ସେହି ଟ୍ରକ ଡ୍ରାଇଭର ତରଫରୁ କରାଯାଇଛି ଯାହା ସହ ଶୱାନାଙ୍କ କାରର ଧକ୍କା ହୋଇଥିଲା । ଅଭିଯୋଗ ଅନୁଯାୟୀ ଅଭିନେତ୍ରୀଙ୍କ ଡ୍ରାଇଭର ବହୁତ ଦ୍ରୁତ ଗତିରେ ଗାଡି ଚଳାଉଥିଲେ ।

शबाना आजमी

ସୂଚନା ଅନୁଯାୟୀ ଶବାନା ଆଜମୀଙ୍କ ଡ୍ରାଇଭର ଅମଲେଶ କାମତଙ୍କ ବିରୋଧରେ ମହାରାଷ୍ଟ୍ରର ଖାଲପୁରରେ ମାମଲା ରୁଜୁ କରାଯାଇଥିଲା । ଟ୍ରକ ଡ୍ରାଇଭର ଜଣକ ନିଜ ଅଭିଯୋଗରେ କହିଥିଲେ ଯେ ଶବାନା ଆଜମୀଙ୍କ ଡ୍ରାଇଭର ବହୁତ ଦ୍ରୁତ ଗତିରେ ଗାଡି ଚଳାଉଥିଲେ ଓ ପୁନେ ମୁମ୍ବାଇ ଏକ୍ସପ୍ରେସୱେରେ କାରଟି ଟ୍ରକକୁ ଧକ୍କା ଦେଇଥିଲା ।

शबाना आजमी

ରାୟଗଡ଼ର ପୋଲିସ ଅଧୀକ୍ଷକଙ୍କ କହିବା ଅନୁଯାୟୀ ଦୁର୍ଘଟଣାଟି ମୁମ୍ବଈରୁ ପ୍ରାୟ ୬୦ କିଲୋମିଟର ଦୂର ଖାଲପୁର ନିକଟରେ ହୋଇଥିଲା । ଦିନ ପ୍ରାୟ ସାଢେ ତିନିଟା ସମୟରେ ଶବାନାଙ୍କ କାର ଏକ ଟ୍ରକକୁ ଧକ୍କା ଦେଇଥିଲା ଏବଂ ଏହା ଏତେ ଜୋରରେ ମାଡ଼ ହୋଇଥିଲା ଯେ କାରର ଆଗ ଅଂଶ ସମ୍ପୂର୍ଣ୍ଣ ଭାବେ ଚୁନା ହୋଇଯାଇଥିଲା । ଏହା ସହିତ ଟ୍ରକର ପଛ ଭାଗ ମଧ୍ୟ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା ।

Shabana Azmi

ଏହି ଦୁର୍ଘଟଣାରେ ଶବାନା ଆଜମୀ ଏବଂ ତାଙ୍କ ଡ୍ରାଇଭର ଗମ୍ଭୀର ଭାବେ ଆହତ ହୋଇଥିଲେ । ଶବାନାଙ୍କ ନାକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତେବେ ପ୍ରଥମେ ତାଙ୍କୁ ନାଭି ମୁମ୍ବାଇ ଏମଜିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଥିଲା କିନ୍ତୁ ପରେ ତାଙ୍କୁ ମୁମ୍ବାଇର ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.