ଆଉ ପର୍ସରେ ଡ୍ରାଇଭିଂ ଲାଇସେନ୍ସ ଏବଂ ଆରସି ରଖିବା ଜରୁରୀ ନୁହେଁ, ଫୋନରେ ଫଟୋ ହିଁ ଯଥେଷ୍ଟ

ଡ୍ରାଇଭିଂ ଲାଇସେନ୍ସ ଏବଂ ଆରସି ରଖିବା ନେଇ ମିଳିଲା ଆଶ୍ୱସ୍ତୀ । ଏବେ ଡିଜିଟାଲ ଡ୍ରାଇଭିଂ ଲାଇସେନ୍ସ ଏବଂ ଆରସି ରଖିବା ହିଁ ଯଥେଷ୍ଟ । ନାଗରିକଙ୍କ କାମକୁ ସହଜ କରିବା ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ଵାଇଏସ ଜଗନମୋହନ ରେଡ୍ଡୀ ଡ୍ରାଇଭିଂ ଲାଇସେନ୍ସ ଏବଂ ଆରସି କାର୍ଡକୁ ସଂପୂର୍ଣ୍ଣ ଭାବେ ଡିଜିଟାଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏବେ ଆଉ ଆପଣଙ୍କୁ ପାଖରେ କୌଣସି ଡ୍ରାଇଭିଂ ଲାଇସେନ୍ସ ଏବଂ ଆରସି ରଖିବା ଦରକାର ନାହିଁ । ନାଗରିକଙ୍କ ପାଇଁ ପରିବହନ ବିଭାଗ ଆଣୁଛି ନୂଆ ସୁବିଧା । ନାଗରିକଙ୍କ କାମକୁ ସହଜ କରିବା ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ଵାଇଏସ ଜଗନମୋହନ ରେଡ୍ଡୀ ଡ୍ରାଇଭିଂ ଲାଇସେନ୍ସ ଏବଂ ଆରସି କାର୍ଡକୁ ସଂପୂର୍ଣ୍ଣ ଭାବେ ଡିଜିଟାଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏବେ ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରେ ଏବେ ଗାଡିର କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ, ଇନସୁରାନ୍ସ ଆଦି ସବୁ ଯାଞ୍ଚ କରାଯାଉଛି। ଆନ୍ଧ୍ର ପରିବହନ ବିଭାଗ ଡିଜିଟାଲ ଡ୍ରାଇଭିଂ ଲାଇସେନ୍ସ ଏବଂ ଡିଜିଟାଲ ଆରସି କାର୍ଡର ନୂଆ ପ୍ରୟାସ କରି ଡ୍ରାଇଭିଂ ଲାଇସେନ୍ସ ଏବଂ ଆରସି କାର୍ଡର ଛପା ପୁରୁଣା ପ୍ରଣାଳୀକୁ ବନ୍ଦ କରିବାକୁ ଯାଉଛି । ଡିଜିଟାଲ କାର୍ଡ ଡିଜି ଲକର/ଏମ ପରିବହନରେ ଉପଲବ୍ଧ ହେବ । ଯେଉଁ ଲୋକ ମୋବାଇଲ ଫୋନ ବ୍ୟବହାର କରୁନାହାନ୍ତି, ସେମାନେ ଡିଜିଟାଲ କାର୍ଡର ପ୍ରିଣ୍ଟ କାଡି ନିଜ ପାଖରେ ରଖିପାରିବେ ।

ପ୍ରତ୍ୟେକ କାର୍ଡ ପାଇଁ ଲୋକଙ୍କୁ ୨୦୦ ଟଙ୍କା ଆବେଦନ ଶୁଳ୍କ ଏବଂ ୩୫ ଟଙ୍କା ଡାକ ଶୁଳ୍କ ଦେବାକୁ ପଡିବ । ନୂଆ ଡିଜିଟାଲ କାର୍ଡ ବିନା କୌଣସି ଶୁଳ୍କରେ ଜାରି ହେଉଛି ।

ଡିଜିଟାଲ ଡ୍ରାଇଭିଂ ଲାଇସେନ୍ସ ଏବଂ ଆରସି କାର୍ଡ ଜାରି କରିବାର ପ୍ରକ୍ରିୟା ବାଇକ୍‌ ଚାଳକଙ୍କ ପାଇଁ ସୁବିଧା ହେବ । ରାଜ୍ୟ ପରିବହନ ଆୟୁକ୍ତ ଏମକେ ସିହ୍ନା କହିଛନ୍ତି, ଡିଜିଲକର ଯୋଗୁଁ ମୋବାଇଲରେ ଏସବୁ କାର୍ଡ ମିଳିବା ହିଁ ଯଥେଷ୍ଟ ।

ଡ୍ରାଇଭିଂ ଲାଇସେନ୍ସ ପାଇଁ ଏପରି କରିବେ ଆବେଦନ :

• ଡ୍ରାଇଭିଂ ଲାଇନ୍ସେ ପାଇଁ ଆବେଦନ ପରିବାକୁ ହେଲେ ପ୍ରଥମେ ଆପଣଙ୍କୁ ସରକାରଙ୍କ ଅଫସିଆଲ ୱେବସାଇଟ sarathi.parivahan.gov.in/କୁ ଯିବାକୁ ହେବ।ସେଠାରେ ଯାଇ ଆପଣ ଆପଣଙ୍କ ରାଜ୍ୟକୁ ଚୟନ କରନ୍ତୁ।
• ଏବେ ଆପଣଙ୍କୁ କିଛି ଅପସନ୍‌ ମିଳିବ, ଯେଉଁଥିରେ ଆପଣଙ୍କୁ ଆପ୍ଲାଏ ଅନଲାଇନ ଉପରେ କ୍ଲିକ କରିବାକୁ ହେବ।
• ଏହାପରେ ଆପଣଙ୍କୁ ନ୍ୟୁ ଡ୍ରାଇଭିଂ ଲାଇସେନ୍ସର ବିକଳ୍ପ ଦେଖାଯିବ, ଯାହାକୁ ଆପଣଙ୍କୁ ଚୟନ କରିବାକୁ ହେବ।
• ଆପଣ ନ୍ୟୁ ଡ୍ରାଇଭିଂ ଲାଇସେନ୍ସ କ୍ଲିକ କରିବା ପରେ ଆପଣଙ୍କୁ Continue ଅପସନ୍‌ ଦେଖାଯିବ, ଯାହାକୁ ଆପଣଙ୍କୁ କ୍ଲିକ କରିବାକୁ ହେବ।
• ଏବେ ଆପଣ ନିଜ ମୋବାଇଲ ନମ୍ବର ଏଣ୍ଟର କରନ୍ତୁ। ଏହାପରେ ଆପଣଙ୍କ ପାଖକୁ ଏକ ଓଟିପି ଆସିବ।
• ଏହାପରେ ଆପଣଙ୍କୁ Learner’s Licence Number ଏବଂ ଡେଟ ଅଫ୍‌ ବାର୍ଥ ଏଣ୍ଟର କରିବାକୁ ହେବ।

• ଏସବୁ କରିବା ପରେ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସର ସଠିକ ବିବରଣୀ ଭରିବାକୁ ହେବ ଏବଂ ଆବଶ୍ୟକ ସମସ୍ତ କାଗଜପତ୍ରକୁ ଅପଲୋଡ କରିବାକୁ ହେବ।

• ଏବେ ଆପଣଙ୍କୁ ଡିଏଲ ପାଇଁ ଆପୋଏଣ୍ଟମେଣ୍ଟ ତାରିଖ ବାଛିବାକୁ ପଡିବ। ଆପଣଙ୍କୁ ଡିଏଲ ପାଇଁ ଅନଲାଇନ ଫିସ ପେମେଣ୍ଟ କରିବାକୁ ହେବ। ଜଣାଇବାକୁ ଯେ ଏହି ସବୁ ପ୍ରକ୍ରିୟା ପରେ ଆପଣଙ୍କୁ ନୂଆ ଲାଇସେନ୍ସ ପାଇବାକୁ ହେଲେ ଆରଟିଓ ଅଫିସରେ ଡ୍ରାଇଭିଂ ଟେଷ୍ଟ ଦେବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.