ପାକିସ୍ତାନରେ ପୁଣି ଆତ୍ମଘାତୀ ବିସ୍ଫୋରଣ, ୬ ଚୀନ ନାଗରିକଙ୍କ ମୃତ୍ୟୁ

ପାକିସ୍ତାନରେ ପୁଣି ଆତ୍ମଘାତୀ ବିସ୍ଫୋରଣ। ୫ ଜଣ ଚୀନ ନାଗରିକଙ୍କ ମୃତ୍ୟୁ। ଚୀନ ଇଞ୍ଜିନିୟରଙ୍କ କନଭୟକୁ ଟାର୍ଗେଟ କରିଥିଲେ ଆତ୍ମଘାତୀ ଆକ୍ରମଣକାରୀ।

ପାକିସ୍ତାନରେ ପୁଣି ଆତ୍ମଘାତୀ ବିସ୍ଫୋରଣ। ୫ ଜଣ ଚୀନ ନାଗରିକଙ୍କ ସହ ୬ ଜଣଙ୍କ ମୃତ୍ୟୁ ହୋଇଛି। ଚୀନ ଇଞ୍ଜିନିୟରଙ୍କ କନଭୟକୁ ଟାର୍ଗେଟ କରିଥିଲେ ଆତ୍ମଘାତୀ ଆକ୍ରମଣକାରୀ। ଇସଲାମବାଦରୁ ଦାସୁ କ୍ୟାମ୍ପକୁ ଯିବା ବେଳେ ଖାଇବର ପ୍ରୋଭିନ୍ସରେ ହମଲା ହୋଇଥିଲା। ଏଥିରେ ୫ ଜଣ ଚୀନ ନାଗରିକ ଓ ଜଣେ ପାକିସ୍ତାନୀ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି।

ଖାଇବର ପାଖତୁନଖ୍ବା ପ୍ରଦେଶରେ ଦୀର୍ଘ ଦିନ ଧରି ଏକ ଜଳ ବିଦ୍ୟୁତ ପ୍ରକଳ୍ପରେ କାମ କରୁଛନ୍ତି ଚୀନ ଇଞ୍ଜିନିୟର ଓ ପାକିସ୍ତାନର ନିର୍ମାଣ ଶ୍ରମିକ। ଦାସୁରେ ରହିଛି ଏହାର ବେସ୍ କ୍ୟାମ୍ପ। ୨୦୨୧ରେ ମଧ୍ୟ ଚୀନ ନାଗରିକଙ୍କୁ ଦାସୁରେ ଟାର୍ଗେଟ କରାଯାଇଥିଲା। ବସ୍ ରେ ଚୀନର ଇଞ୍ଜିନିୟର ମାନେ ଯିବା ବେଳେ ଆକ୍ରମଣ ହୋଇଥିଲା। ଏଥିରେ ୯ ଜଣ ଚୀନ୍ ନାଗରିକଙ୍କ ମୃତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.