ସାମ୍ନାକୁ ଆସିଲା ‘ବଡେ ମିୟା ଛୋଟେ ମିୟା’ର ଟ୍ରେଲର, ଜାଣନ୍ତୁ କେବେ ରିଲିଜ୍‌ ହେବ ଫିଲ୍ମ

ଫିଲ୍ମର ଟିଜର ଦେଖିବା ପରେ ଲୋକଙ୍କ ମଧ୍ୟରେ ଫିଲ୍ମ ଟ୍ରେଲର ଦେଖିବାକୁ ବହୁତ ଉତ୍ସାହାର ସହ ଅପେକ୍ଷା କରିଥିଲେ । ବର୍ତ୍ତମାନ ଟ୍ରେଲର ଦେଖିବା ପରେ ଫିଲ୍ମ ପାଇଁ ପ୍ରଶଂସକଙ୍କ ଉତ୍ସାହ ଆହୁରି ବଢିଯାଇଛି । ଟ୍ରେଲରରେ ଦେଖିବାକୁ ମିଳିଛି, ବାଡେ ମିୟା ଅକ୍ଷୟ କୁମାର ଏବଂ ଛୋଟେ ମିୟା ଟାଇଗର ଶ୍ରଫ ଭାରତକୁ ମାସ୍କ ପିନ୍ଧିଥିବା ଲୋକ ଠାରୁ ରକ୍ଷା କରିବା ପାଇଁ ଏକ ମିଶନରେ ଯାଇଛନ୍ତି ।

ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କ ଅପ୍‌କମିଂ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ ର ଟ୍ରେଲର ରିଲିଜ୍‌ ହୋଇଛି । ଉଭୟ ତାରକା ବହୁତ ସମୟ ଧରି ସୋସିଆଲ ମିଡିଆରେ ଏହି କଥା ପାଇଁ ଚର୍ଚ୍ଚାରେ ଅଛନ୍ତି । କେତେବେଳେ ଫିଲ୍ମର ବିଟିଏସ୍ ଏବଂ କେତେବେଳେ ଫିଲ୍ମର ଗୀତଗୁଡ଼ିକ ଦର୍ଶକଙ୍କୁ ବହୁତ ପସନ୍ଦ ଆସୁଛି । ତେବେ ଫିଲ୍ମର ଟିଜର ଦେଖିବା ପରେ ଲୋକଙ୍କ ମଧ୍ୟରେ ଫିଲ୍ମ ଟ୍ରେଲର ଦେଖିବାକୁ ବହୁତ ଉତ୍ସାହାର ସହ ଅପେକ୍ଷା କରିଥିଲେ । ବର୍ତ୍ତମାନ ଟ୍ରେଲର ଦେଖିବା ପରେ ଫିଲ୍ମ ପାଇଁ ପ୍ରଶଂସକଙ୍କ ଉତ୍ସାହ ଆହୁରି ବଢିଯାଇଛି । ଟ୍ରେଲରରେ ଦେଖିବାକୁ ମିଳିଛି, ବାଡେ ମିୟା ଅକ୍ଷୟ କୁମାର ଏବଂ ଛୋଟେ ମିୟା ଟାଇଗର ଶ୍ରଫ ଭାରତକୁ ମାସ୍କ ପିନ୍ଧିଥିବା ଲୋକ ଠାରୁ ରକ୍ଷା କରିବା ପାଇଁ ଏକ ମିଶନରେ ଯାଇଛନ୍ତି । ପୃଥୀରାଜ ସୁକୁମାରନ୍ ଆକ୍ସନ୍ ଥ୍ରୀଲରରେ ମୁଖ୍ୟ ଭିଲେନ୍ ଭୂମିକାରେ ଅଭିନୟ କରୁଛନ୍ତି । ଟ୍ରେଲରରେ ଅନେକ ହାଇ ଅକ୍ଟାନ୍ ଆକ୍ସନ୍ ଦେଖିବାକୁ ମିଳିଛି ।

ଏହି ଟ୍ରେଲରରେ ରୋନିଟ୍ ରୟଙ୍କୁ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ କମାଣ୍ଡିଂ ମୁଖ୍ୟ ଭାବରେ ଦେଖିବାକୁ ମିଳିଛି । ଯିଏ ଶତ୍ରୁକୁ ପରାସ୍ତ କରିବା ପାଇଁ ଚେଷ୍ଟା କରିଛନ୍ତି । ଏହା ବ୍ୟତୀତ ଟ୍ରେଲରରେ ଆଲାୟା ଏଫ୍ ମଧ୍ୟ ନଜର ଆସିଛନ୍ତି । ମନୁଷି ମଧ୍ୟ ଏହି ମିଶନରେ ଅକ୍ଷୟ ଏବଂ ଟାଇଗରକୁ ସମର୍ଥନ କରିବାକୁ ଯାଉଛନ୍ତି । ଏହା ବ୍ୟତୀତ ସୋନାକ୍ଷୀ ସିହ୍ନାଙ୍କୁ ରୋବଟ ଭାବରେ ମଧ୍ୟ ଦେଖିବାକୁ ମିଳିଛି ।

ତେବେ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ ଏକ ଆକ୍ସନ୍ ପ୍ୟାକ୍ ଫିଲ୍ମ ହେବାକୁ ଯାଉଛି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅଲି ଅବ୍ବାସ ଜାଫର । ଏହି ଫିଲ୍ମଟି ଇଦ୍‌ର ସିନେମା ହଲ୍‌ରେ ମୁକ୍ତିଲାଭ କରିବ । ଫିଲ୍ମର ପୁରା ଷ୍ଟାର କାଷ୍ଟ ଏହାକୁ ଜୋରଦାର ପ୍ରୋମସୋନ କରୁଥିବା ଦେଖିବାକୁ ମିଳିଛି । ଏହି ଫିଲ୍ମରେ ମନୁଷିଙ୍କ ସହ ଆଲାୟା ଏଫ, ଅକ୍ଷୟ କୁମାର, ଟାଇଗର ଶ୍ରଫ, ସୋନାକ୍ଷୀ ସିହ୍ନା, ସାଉଥ ଷ୍ଟାର ପୃଥୀରାଜ ମୁଖ୍ୟ ଭୂମିକାରେ ନଜର ଆସିବା ପାଇଁ ଯାଉଛନ୍ତି । ଏହି ଟ୍ରେଲରଟି ଅକ୍ଷୟ କୁମାର ତାଙ୍କ ଇନ୍‌ଷ୍ଟଗ୍ରାମରେ ସେୟାର କରିଛନ୍ତି ।

ସୂଚନା ମୁତାବକ, ଅକ୍ଷୟ କୁମାରଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ମିଶନ ରାନିଗଞ୍ଜ’ରେ ଦେଖିବାକୁ ମିଳିଥିଲେ । ଏହି ଫିଲ୍ମରେ ତାଙ୍କର ଭୂମିକାକୁ ବହୁତ ପ୍ରଶଂସା କରାଯାଇଥିଲା । ତେବେ ଖୁବ୍ ଶୀଘ୍ର ଅକ୍ଷୟ କୁମାରଙ୍କୁ ଆହୁରି ଅନେକ ଫିଲ୍ମରେ ଦେଖିବାକୁ ମିଳିବେ, ସେଥିମଧ୍ୟରେ ‘ଓ୍ଵଲ୍‌କମ୍‌ ଟୁ ଜଙ୍ଗଲ୍‌’ ଏବଂ ‘ହେରା ପେରି ୩’ ରହିଛି । ଟାଇଗର ଶ୍ରଫଙ୍କ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ବ୍ୟତୀତ ତାଙ୍କୁ ‘ସିଙ୍ଘମ୍‌ ୩’ ରେ ଦେଖିବାକୁ ମିଳିବେ ।

 

View this post on Instagram

 

A post shared by Akshay Kumar (@akshaykumar)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.