ନମସ୍ତେ ଅଭିଯାନ ଆରମ୍ଭ କଲା ଭାରତୀୟ ସେନା, ଏହିଭଳି କରିବେ ଲୋକଙ୍କୁ ସାହାଯ୍ୟ

କରୋନା ଭାଇରସ ବିରୋଧରେ ଭାରତୀୟ ସେନା ନମସ୍ତେ ଅଭିଯାନ ଆରମ୍ଭ କରିଛି । ଏ ନେଇ ଘୋଷଣା କରିବାକୁ ଯାଇ ଆର୍ମି ମୁଖ୍ୟ ଏମ ଏମ ନରବନେ କହିଛନ୍ତି, ପୂର୍ବରୁ ଅନେକ ଅଭିଯାନକୁ ଆର୍ମି ସଫଳତା ପୂର୍ବକ ସମ୍ପନ୍ନ କରିଛି । ଏବେ ଏହି ଅଭିଯାନକୁ ମଧ୍ୟ ସଫଳତା ପୂର୍ବକ ଶେଷ କରିବ ।

ସେନା ତରଫରୁ ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି । ସେନା ଦକ୍ଷିଣ-ପୂର୍ବ କମାଣ୍ଡ, ପୂର୍ବ କମାଣ୍ଡ, ପଶ୍ଚିମ କମାଣ୍ଡ, ମଧ୍ୟ କମାଣ୍ଡ, ଉତ୍ତର କମାଣ୍ଡ, ଦକ୍ଷିଣ-ପଶ୍ଚିମ କମାଣ୍ଡ ଏବଂ ଦିଲ୍ଲୀ ମୁଖ୍ୟାଳୟରେ କରୋନା ହେଲ୍ପ ଲାଇନ ସେଣ୍ଟର ଖୋଲିଛି । ଶୁକ୍ରବାର 27 ମାର୍ଚ୍ଚରେ ହେଲ୍ପ ଲାଇନ ନମ୍ବର ଜାରି କରି ଦିଆଯାଇଛି । ଏହା ଜରିଆରେ କରୋନା ଭାଇରସ ସହ ଲଢ଼ୁଥିବା ଲୋକଙ୍କୁ ସାହାଯ୍ୟ କରାଯିବ । ଏହାସହ ସାଧାରଣ ଲୋକଙ୍କୁ ମଧ୍ୟ ସାହାଯ୍ୟ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.