ଆସିଲା ୪ ରାଜ୍ୟର ବିଧାନସଭା ଫଳାଫଳ : Live Updates

ଆଜି ଆସିବ ୪ ରାଜ୍ୟର ବିଧାନସଭା ନିର୍ବାଚନ ରେଜଲ୍ଟ । ଏଥିପାଇଁ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । କଡା ସୁରକ୍ଷା ବଳୟ ଭିତରେ ଗଣତି କରାଯାଉଛି ।

ନୂଆଦିଲ୍ଲୀ (କେନ୍ୟୁଜ):  ଆଉ କିଛି ସମୟରେ ଆସିବ ୪ ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ। ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନା ଭୋଟ୍ ର ଫଳାଫଳ ପ୍ରକାଶ ପାଇବ। ଆଉ ମାତ୍ର କିଛି ସମୟର ଅପେକ୍ଷା। କଡ଼ା ସୁରକ୍ଷା ଭିତରେ ଆରମ୍ଭ ହୋଇଛି ଗଣତି। ପ୍ରଥମେ ପୋଷ୍ଟାଲ ବାଲାଟର ଗଣନ କରାଯାଉଛି । ତାପରେ ଇଭିଏମ୍‌ ମେସିନରୁ ଗଣତି ଆରମ୍ଭ ହୋଇ। ଏଥିପାଇଁ ସମସ୍ତ ଗଣନା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ଛତିଶଗଡର ୯୦ ଟି ବିଧାନସଭା ଆସନ, ମଧ୍ୟପ୍ରଦେଶର ୨୩୦, ତେଲେଙ୍ଗାନାର ୧୧୯ ଏବଂ ରାଜସ୍ଥାନର ୧୯୯ ଟି ଆସନର ରେଜଲ୍ଟ ଆସିବ ।

UPDATES: 

ଛତିଶଗଡରେ ଏଥର ପୁଣିଥରେ ବିଜେପି କମବ୍ୟାକ୍ କରୁଥିବା ଦେଖିବାକୁ ମିଳୁଛି । ୯୦ ବିଧାନସଭା ଆସନରୁ ବିଜେପି ଏଠାରେ ୫୩ ସିଟରେ ଆଗୁଆ ରହିଛି । ଅନ୍ୟପଟେ କଂଗ୍ରେସ ଶାସନ କ୍ଷମତାରେ ଥିଲେ ବି ମାତ୍ର ୩୫ ସିଟରେ ଆଗୁଆ ରହିଛି । ତେଣୁ ଛତିଶଗଡରେ ପୁଣିଥରେ ବିଜେପି ଶାସନ କ୍ଷମତାକୁ ଫେରୁଥିବା ଦେଖିବାକୁ ମିଳୁଛି ।

ରାଜସ୍ଥାନରେ ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ୧୧୬ ଆସନରେ ଆଗୁଆ ରହିଛି ବିଜେପି

ଦିନ ୧୨ଟା ସୁଦ୍ଧା ଫଳାଫଳ

ରାଜସ୍ଥାନରେ ବିଜେପି ଆଗୁଆ

ଛତିଶଗଡ଼ରେ ବିଜେପି ଆଗୁଆ

ମଧ୍ୟପ୍ରଦେଶରେ ବିଜେପି ଆଗୁଆ

ତେଲେଙ୍ଗାନାରେ ଆଗୁଆ ରହିଛି କଂଗ୍ରେସ

ଚାଲିଛି ୪ ଟି ରାଜ୍ୟର ଲୋକସଭା ଆସନ ପାଇଁ ହୋଇଥିବା ଭୋଟ ଗଣତି  । ସବୁଠି ପାଖାପାଖି ବିଜେପି ଓ କଂଗ୍ରେସ ମଧ୍ୟରେ ଛକାପଂଝା ଚାଲିଥିବା ଦେଖିବାକୁ ମିଳୁଛି । ଏବେ ଯାଏଁ ହୋଇଥିବା ଭୋଟ ଗଣତି ଅନୁସାରେ ରାଜସ୍ଥାନରେ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି କଡା ଟକ୍କର । ସେହିପରି ମଧ୍ୟପ୍ରଦେଶରେ ବିଜେପି ଆଗୁଆ ଚାଲିଛି । ଛତିଶଗଡରେ କିନ୍ତୁ କଂଗ୍ରେସ ଆଗୁଆ ରହିଛି । ଅନ୍ୟପଟେ ତେଲେଙ୍ଗାନାରେ ବିଆରଏସର କାର ପଛରେ ପଡିଯାଇଛି । ଏଠାରେ କଂଗ୍ରେସ ଆଗୁଆ ରହିଛି ।

 

UPDATES: 

ଛତିଶଗଡ଼ରେ ବିଜେପି ଆଗୁଆ

ଛତିଶଗଡ଼ରେ ବିଜେପି ଓ କଂଗ୍ରେସ ଟକ୍କର

ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜେପି ଆଗୁଆ

ତେଲେଙ୍ଗାନାରେ ଆଗୁଆ ରହିଛି କଂଗ୍ରେସ।

 

ଚାଲିଛି ଭୋଟ୍ ଗଣତି, ଦିନ ୧୧ଟା ସୁଦ୍ଧା ଫଳାଫଳ

ତେଲେଙ୍ଗାନାରେ କଂଗ୍ରେସ ଆଗୁଆ

ମଧ୍ୟପ୍ରଦେଶରେ ବିଜେପି ଆଗୁଆ

ରାଜସ୍ଥାନରେ ବିଜେପି ଆଗୁଆ

ଛତିଶଗଡ଼ରେ କଂଗ୍ରେସ ଆଗୁଆ

UPDATES: 

ରାଜସ୍ଥାନରେ ବିଜେପି ଆଗୁଆ

ମଧ୍ୟପ୍ରଦେଶରେ ବିଜେପି ଆଗୁଆ

ଛତିଶଗଡ଼ରେ ବିଜେପି ଓ କଂଗ୍ରେସ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା

ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଆଗରେ ବିଜେପି

ଛତିଶଗଡ଼ରେ ଆଗୁଆ ରହିଛି କଂଗ୍ରେସ।

ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ଆଗରେ

ତେଲେଙ୍ଗାନାରେ କଂଗ୍ରେସ ଆଗରେ

ମଧ୍ୟପ୍ରଦେଶରେ ୧୩୭ ଆସନରେ ଆଗୁଆ ରହିଛି ବିଜେପି।

ଛତିଶଗଡ଼ରେ ୫୪ ଆସନରେ ଆଗୁଆ ରହିଛି କଂଗ୍ରେସ।

 

ସକାଳ ୯ ଟା ସୁଦ୍ଧା ଫଳାଫଳ

ରାଜସ୍ଥାନରେ ବିଜେପି ଆଗୁଆ

ତେଲେଙ୍ଗାନା  କଂଗ୍ରେସ ଆଗୁଆ

ମଧ୍ୟପ୍ରଦେଶ  ବିଜେପି ଆଗୁଆ ।

ତେଲେଙ୍ଗାନାରେ କଂଗ୍ରେସ ଆଗୁଆ ।

ମଧ୍ୟପ୍ରଦେଶରେ ବିଜେପି ଆଗୁଆ

ଛତିଶଗଡ଼ ଓ ତେଲେଙ୍ଗାନାରେ କଂଗ୍ରେସ ଆଗୁଆ ।

ରାଜସ୍ଥାନରେ ଆଗରେ ରହିଛି କଂଗ୍ରେସ

ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ମଧ୍ୟପ୍ରଦେଶରେ କଂଗ୍ରେସ ଆଗୁଆ।

ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର।

 

୪ ରାଜ୍ୟର ପ୍ରାରମ୍ଭିକ ଟ୍ରେଣ୍ଡ୍

  • ମଧ୍ୟପ୍ରଦେଶରେ ବିଜେପି ଆଗରେ
  • ଛତିଶଗଡ଼ରେ କଂଗ୍ରେସ ଆଗରେ
  • ତେଲେଙ୍ଗାନାରେ ଆଗରେ କଂଗ୍ରେସ
  • ରାଜସ୍ଥାନରେ କଂଗ୍ରେସ-ବିଜେପି ଟକ୍କର
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.