ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ଋଷ ଛାଡ଼ିବ ପରମାଣୁ ଅସ୍ତ୍ର, ଚୀନ ତିଆରି କରିବ ଜୈବିକ ଅସ୍ତ୍ର, ଭାରତରେ ହେବ…, ଜାଣିବା ପାଇଁ ପଢ଼ନ୍ତୁ ପୂରା ଖବର

କେନ୍ୟୁଜ୍‌: ଦୀର୍ଘ ୯ ମାସ ହୋଇ ଗଲାଣି ଋଷ ଏବଂ ୟୁକ୍ରେନ ଯୁଦ୍ଧ ଲାଗିରହିଛି । ଦୁଇ ଦେଶ ମଧ୍ୟରୁ କେହି ବି ପଛକୁ ହଟୁ ନାହାନ୍ତି । ଋଷ ଯେଉଁ ଅଞ୍ଚଳରେ କବ୍‌ଜା କରୁଛି ସେହି ଅଞ୍ଚଳରେ ତାର ସୈନ୍ୟ ଜମା କରୁଛି । ଏପରି କି ସେଠାରେ ଥିବା ଋଷ ଭାଷା ଭାଷୀ ଲୋକଙ୍କୁ ନିଜ ଦେଶକୁ ନେଇଯାଉଛି । ମିଡିଆ ସୂତ୍ରରୁ ଖବର ମିଳୁଛି ଋଷ ରାଷ୍ଟ୍ରପିତ ଭ୍ଲାଦିମିର ପୁଟିନ୍‌ ୟୁକ୍ରେନ ଉପରେ ପରମାଣୁ ବୋମା ପକାଇବାକୁ ଯୋଜନା କରୁଛି । ତେଣୁ ବିଶ୍ୱବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଅନେକ ପ୍ରଶ୍ନ ମଧ୍ୟ ଉଠୁଛି, କଣ ସତରେ ବିଶ୍ୱ ତୃତୀୟ ଥର ପରମଣୁ ପଡ଼ିବାର ଦେଖିବ ? ପୁଣି କଣ ଲକ୍ଷ ଲକ୍ଷ ଲୋକ ଅକାଳରେ ପ୍ରାଣ ହରାଇବେ ? ଏପରି ପରିସ୍ଥିତିରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଲୋକଙ୍କୁ ଆହୁରି ଆତଙ୍କିତ କରିଛି । ବାବା ଭେଙ୍ଗା ଋଷ, ଚୀନ ଏବଂ ଭାରତକୁ ନେଇ ଏମିତି ଭବିଷ୍ୟ ବାଣୀ ଦେଇଛନ୍ତି । ଯାହା ଶୁଣିଲେ ଡର ଲାଗୁଛି ।

କଣ ସତରେ ଋଷ ପରମାଣୁ ଆକ୍ରମଣ କରିବ ?
ଏକ ବିଶେଷ ସୂତ୍ର ଅନୁସାରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ ଏକ ନ୍ୟୁକ୍ଲିଅର ପ୍ଲାଣ୍ଟରେ ବିରାଟ ବିସ୍ଫୋରଣ ହେବାର ସଙ୍କେତ ରହିଛି । ଯାହା ଫଳରେ ଭୟଙ୍କର ବିକିରଣ ଶହ ଶହ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଯିବ । ସେହି ଅଞ୍ଚଳରେ ରହୁଥିବା ଲକ୍ଷ ଲକ୍ଷ ଲୋକ ଗୋଟିଏ ଝଟ୍‌କାରେ ମରିଯିବେ । ବାବାଙ୍କର ଏହି ସଙ୍କେତ ଋଷ-ୟୁକ୍ରେନ ଯୁଦ୍ଧର ଅନ୍ତିମ ସମୟ ବୋଲି କୁହାଯାଉଛି । ଏହି ଯୁଦ୍ଧ ଚାଲିଥିବା ବେଳେ ଋଷ ମଧ୍ୟ ୟୁକ୍ରେନ୍‌ର ପରମାଣୁ ଶକ୍ତି କେନ୍ଦ୍ର ଜାପୋରିଜ୍‌ଇହା (Zaporizhzhya)କୁ କବ୍‌ଜା କରି ରଖିଛି । ଇଉରୋପରେ ଏହି ପ୍ଲାଣ୍ଟ ସବୁଠାରୁ ବଡ଼ ପରମାଣୁ ଶକ୍ତି କେନ୍ଦ୍ର । ଯଦି ଏହି ପ୍ଲାଣ୍ଟ ବିସ୍ଫୋରଣ ହୁଏ ତେବେ ପୁରା ଇଉରୋପ ଦେଶମାନଙ୍କରେ ଧ୍ୱଂସ ଲୀଳା ରଚିବ । ନିକଟରେ ଋଷ ମଧ୍ୟ ଅନେକ ଥର ପରମାଣୁ ଧମକ ଦେଇ ସାରିଲାଣି । କୁହାଯାଉଛି ଯଦି ଭବିଷ୍ୟତରେ ଋଷ ୟୁକ୍ରେନ ଠାରୁ ହାରିବା ପରିସ୍ଥିତି ଆସେ ତେବେ ଋଷ ଚୁପ ବସିବ ନାହିଁ । ସେ ତାର ଶେଷ ଅସ୍ତ୍ର ମାନୁଥିବା ପରମାଣୁକୁ ବ୍ୟବହାର କରିବ ।

ଚୀନକୁ ନେଇ ବାବା ଭେଙ୍ଗା କଣ କହିଲେ ?
ବାବା ଭେଙ୍ଗାଙ୍କର ଦ୍ୱିତୀୟ ଭବିଷ୍ୟବାଣୀ ଚୀନ ଉପରେ ଦେଇଛନ୍ତି । ସେ କହିଛନ୍ତି ଗୋଟିଏ ବଡ଼ ଦେଶ ଲୋକଙ୍କ ଉପରେ ଜୈବିକ ଅସ୍ତ୍ର ତିଆରି କରିବା ପାଇଁ ଗଭେଷଣା କରିବ ।ଏହାରି ମାଧ୍ୟମରେ ସେ ଭାଇରସ ଏବଂ ବ୍ୟାକ୍ଟେରିଆରୁ ଜୈବିକ ଅସ୍ତ୍ର ତିଆରି କରିବ । ତାର ଏହି ପରୀକ୍ଷା ଦ୍ୱାରା ଭାଇରସ ସବୁଆଡ଼େ ବ୍ୟାପିଯିବ । ଏହି ପରିକ୍ଷାକୁ କରିବା ପାଇଁ ଜାତି ସଙ୍ଘ ସବୁ ଦେଶ ପାଇଁ ପ୍ରତି ବନ୍ଧକ ଲଗାଛନ୍ତି ।କିନ୍ତୁ ସେହି ଦେଶ ନିଜର ସୈନ୍ୟ ଏବଂ ମଜଭୁତ ଆର୍ଥିକ ସ୍ଥିତି ଥିବାରୁ ଗର୍ବ କରି କାହାର ନିୟମକୁ ମାନିବ ନାହିଁ । ବାବାଙ୍କର ଏହି ଭବିଷ୍ୟବାଣୀ ଚୀନ ଆଡ଼କୁ ଯାଉଛି ବୋଲି କୁହାଯାଉଛି । କାରଣ ନିଟରେ କରୋନା ଭାଇରସ ଚୀନରୁ ହିଁ ଆସିଥିଲା ଯେଉଁଥିରେ ବିଶ୍ୱର ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଲେ ।

ଭାରତ ପାଇଁ କଣ କହିଲେ ବାବା ଭେଙ୍ଗା :
ଜଳବାୟୁ ପରିବର୍ତ୍ତନ ପାଇଁ ଭାରତରେ ଭୟଙ୍କର ବନ୍ୟା, ବାତ୍ୟା ପରିସ୍ଥିତି ଆସିବ । ଖାଦ୍ୟ ଶସ୍ୟର ଘୋର ଅଭାବ ଦେଖା ହେବ । ପାକିସ୍ତାନ ଏବଂ ଇରାନରୁ ପଙ୍ଗପାଳ ବହୁ ପରିମାଣରେ ଆସିବେ , ଯାହା ଫଳରେ ୨୦୨୩ରେ ଭାରତରେ ଫସଲ ଅମଳ ବହୁତ କମ୍‌ ହେବ । ଭାରତରେ ଖାଦ୍ୟ ଶସ୍ୟର ଦରଦାମ୍‌ ଆକାଶ ଛୁଆଁ ହେବ ଏବଂ ସାଧାରଣ ନିମ୍ନବିତ୍ତ ପରିବାର ଲୋକ ହଇରାଣ ହେବେ । କିନ୍ତୁ, ଭାରତ ତାର ଗଚ୍ଛିତ ଖାଦ୍ୟ ଶସ୍ୟ ପାଇଁ ଏବଂ ସବୁଠାରୁ ଭଲ ଅର୍ଥନୀତି ପାଇଁ ଏହି ସମସ୍ୟାରୁ ଶୀଘ୍ର ମୁକ୍ତି ପାଇଯିବ ।

ମନୁଷ୍ୟ ଜନ୍ମ ଉପରେ ଲାଗିବ ବ୍ୟାନ୍‌ :
ବାବା କହିଥିଲେ ୨୦୨୩ର ଶେଷ ବେଳକୁ ମନ୍ୟୁଷ୍ୟ ଜନ୍ମ ଉପରେ କଟକଣା ଲଗାଯିବ । ମଣିଷ ଲାବୋରେଟୋରୀରେ ଜନ୍ମ ହେବ ଏବଂ ଶିଶୁର ଗଠନ, ରଙ୍ଗ ଇତ୍ୟାତିକୁ ମଣିଷ ନିଜେ ସ୍ଥିର କରିବ । ଦେଶର ମୁଖିଆ ସ୍ଥିର କରିବେ କେଉଁ ପ୍ରକାର ପିଲା ଜନ୍ମ ହେବା ଦରକାର ।

ସୂର୍ଯ୍ୟଙ୍କ ତାପରେ ବରଫ ତରଳିବ:
ବାବା ଭେଙ୍ଗା ଆହୁରି ଏକ ଡରେଇଲା ପରି ଭବିଷ୍ୟବାଣୀ କହିଛନ୍ତି । ସେ କହିଛନ୍ତି ଆସନ୍ତା ବର୍ଷ ପୃ୍‌ଥିବୀ ତାର କକ୍ଷ ପଥ ବଦଳାଇବ । ଏହା ହେବ କି ନାହିଁ ସ୍ପଷ୍ଟ ଜଣା ନାହିଁ । କିନ୍ତୁ, ବାସ୍ତବରେ ଯଦି ଏହା ଘଟେ ପୃଥିବୀ ଧ୍ୱଂଶାଭିମୁଖୀ ହୋଇଯିବ । ଜଳବାୟୁର ସନ୍ତୁଳନ ପୁରା ବିଗିଡ଼ିଯିବ । ସୂର୍ଯ୍ୟଙ୍କର ସ୍ଥିତି ପୃଥିବୀର ଆହୁରି ନିକଟ ହୋଇଯିବ । ତା ପରେ ପୃଥିବୀର ତାପମାତ୍ରା ବଢ଼ିଯିବ ଏବଂ ବରଫ ପଡ଼ିବା ବନ୍ଦ ହୋଇଯିବ ଏବଂ ଗ୍ଲିସିଅର ତରଳିଯିବ । ଗ୍ଲିସିଅର ତରଳିବା ଦ୍ୱାରା ସମୁଦ୍ର ଜଳ ପତ୍ତନ ବଢ଼ିବ ଯିବ ଏବଂ ଅନେକ ଦେଶ ଜଳ ମଗ୍ନ ହୋଇ ଯିବ । ଏଥିରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇବେ ।

କିଏ ଏହି ବାବା ଭେଙ୍ଗା ?
ବାବା ଭେଙ୍ଗା ଥିଲେ ବୁଲ୍‌ଗେରିଆର ଜଣେ ମହିଳା । ତାଙ୍କର ଅଦ୍ଭୁତ ଶକ୍ତି ବଳରେ ସେ ଭବିଷ୍ୟତକୁ ଦେଖି ପାରନ୍ତି । ସେ ଅନେକ ଭବିଷ୍ୟ ବାଣୀ କରିଛନ୍ତି ଯାହା ସତ ହୋଛି । ୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକାରେ ହୋଥିବା ଆତଙ୍କବାଦୀ ଆକ୍ରମଣକୁ ଭବିଷ୍ୟବାଣୀ କରିଥିଲେ । ସିରିଆରେ ଆଇଏସ୍‌ ଆଇଏସ୍‌ର ଉଦୟ ଏବଂ ଋଷି ପଣ୍ଡୁବି Kursk ବାଣିରେ ବୁଡ଼ି ଥିବା ଭବିଷ୍ୟବାଣୀ କରିଥିଲେ । ଏମିତି ନୁହେଁ କି ସେ ଖାଲି ସତ ହିଁ କହିଛନ୍ତି, ତାଙ୍କର ଭବିଷ୍ୟବବାଣୀ ଭୁଲ ବି ସାବ୍ୟସ୍ତ ହୋଇଛି । ୨୦୦୧ରେ ପୃଥବୀ ଧ୍ୱଂଶ ହୋଇ ଯିବ ବୋଲି ସେ କହିଥିଲେ ଯାହା ପୁରା ଭୁଲଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.