ଖୁସି ଖବର! ପୂରା ହେଲା ଭାରତର ପ୍ରଥମ ନାଜାଲ ଭ୍ୟାକ୍ସିନ୍ର ଟ୍ରାଏଲ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ଦେଶକୁ କରୋନା ଯୁଦ୍ଧରେ ବଡ଼ ସଫଳତା ମିଳିଛି। ଭାରତ ବାୟୋଟେକ୍ କରୋନାର BBV-154 ଇଣ୍ଟ୍ରାନାଜାଲ ଭ୍ୟାକ୍ସିନ୍ର ତୃତୀୟ କ୍ଲିନିକାଲ ଟ୍ରାଏଲ ପୂରା କରିଛି। ଏହି ଭ୍ୟାକ୍ସିନ୍କୁ ବୁଷ୍ଟର ଡୋଜ୍ ଭାବେ ବ୍ୟବହାର କରାଯାଇପାରେ।
ସୂଚନା ମୁତାବକ, BBV-154 ଇଣ୍ଟ୍ରାନାଜାଲ ଭ୍ୟାକ୍ସିନ୍ର ପ୍ରଥମ ଓ ଦ୍ୱିତୀୟ କ୍ଲିନିକାଲ ଟ୍ରାଏଲ କରାଯାଇଛି। ଟ୍ରାଏଲ ବେଳେ ଭ୍ୟାକ୍ସିନ୍କୁ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଭାବେ ଦିଆଯାଇଛି। ସଫଳ ପରୀକ୍ଷଣ ପରେ ବୁଷ୍ଟର ଡୋଜ୍ ଭାବେ ମଧ୍ୟ ଏହାର ପରୀକ୍ଷଣ କରାଯାଇଥିଲା। ତେବେ କରୋନା ଟିକାର ଦୁଇଟି ଯାକ ଡୋଜ୍ ନେଇଥିବା ଲୋକଙ୍କୁ ବୁଷ୍ଟର ଡୋଜ୍ ଦିଆଯାଇନାହିଁ।
Bharat Biotech completes clinical development for phase III trials & booster doses for BBV154 intranasal #covid vaccine.
Bharat Biotech International LTd, announces that BBV154 has proven to be safe, well-tolerated & immunogenic in subjects in controlled clinical trials (ANI)
— The Times Of India (@timesofindia) August 15, 2022
ତୃତୀୟ ପର୍ଯ୍ୟାୟର ଉଭୟ ହ୍ୟୁମାନ କ୍ଲିନିକାଲ ଟ୍ରାଏଲ ପାଇଁ ଜାତୀୟ ନିୟାମକ ପ୍ରାଧିକରଣ (ନ୍ୟାସନାଲ ରେଗୁଲେଟୋରୀ ଅଥରିଟି)କୁ ଅନୁମୋଦନ ପାଇଁ ପଠାଯାଇଛି। ପ୍ରଥମ ଡୋଜ୍ର ପରୀକ୍ଷଣ ବେଳେ ଏକାଧିକ ସ୍ତରରେ ଯାଞ୍ଚ କରାଯାଇଥିଲା। ଏ ଅବସରରେ ସୁରକ୍ଷା ଓ ଇମ୍ୟୁନୋଜେନେସିଟିର ପ୍ରତ୍ୟେକ ସ୍ତରକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା। ଏଥିସହ ଏହାକୁ କୋଭାକ୍ସିନ୍ ସହ ତୁଳନା କରାଯାଇଥିଲା। ଏହାକୁ ପୂରା ଦେଶର ୧୪ଟି ସ୍ଥାନରେ ଭାରତ ବାୟୋଟେକ୍ ପକ୍ଷରୁ ଟେଷ୍ଟ କରାଯାଇଥିଲା।
The vaccine maker claims that BBV154 has the double benefit of enabling faster development of variant-specific vaccines and easy nasal delivery that helps mass immunization protect from emerging concern variants. #Bharatbiotech #covid https://t.co/udpV0oqkk6
— Financial Express (@FinancialXpress) August 15, 2022
କମ୍ପାନୀର କହିବାନୁସାରେ, ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ସ୍ୱାସ୍ଥ୍ୟ ଭଲ୍ୟୁଣ୍ଟିୟରଙ୍କୁ ଦିଆଯାଇଥିବା ୨ଟି ଡୋଜ୍ ଠିକ୍ ଭାବେ କାମ ଦେଇଥିଲା। ଏଥିରେ କୌଣସି ସାଂଘାତିକ ପ୍ରତିକ୍ରିୟା ଘଟିଥିବା ନେଇ ଖବର ସାମ୍ନାକୁ ଆସିନଥିଲା। ଭ୍ୟାକ୍ସିନ୍କୁ ପ୍ରି କ୍ଲିନିକାଲ ଟକ୍ସିସିଟି ଷ୍ଟଡିଜ୍ରେ ସୁରକ୍ଷିତ, ଇମ୍ୟୁନୋଜେନିକ ଓ ଠିକ୍ ଭାବେ କାମ କରୁଥିବାରୁ ଯୋଗ୍ୟ କୁହାଯାଇଥିଲା।