କେନ୍ଦ୍ରୀୟ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର, ଦୀପାବଳୀ ପୂର୍ବରୁ ମିଳିଲା ବୋନସ

କେନ୍ଦ୍ରୀୟ ସରକାରୀ କର୍ମଚାରୀମାନଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ପାର୍ବଣ ଋତୁର ବଡ଼ ଉପହାର ମିଳିଛି । କେନ୍ଦ୍ର ସରକାର ୨୦୨୨-୨୩ ବର୍ଷ ପାଇଁ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ନନ ପ୍ରଡକ୍ଟିଭିଟି ଲିଙ୍କଡ୍‌ ବୋନସର ମଞ୍ଜୁରୀ ଦେଇଛନ୍ତି । ଦୀପାବଳୀ ପୂର୍ବରୁ ସରକାରଙ୍କ ତରଫରୁ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ଏହା ଏକ ବଡ଼ ଉପହାର ।

କେନ୍ଦ୍ରୀୟ ସରକାରୀ କର୍ମଚାରୀମାନଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ପାର୍ବଣ ଋତୁର ବଡ଼ ଉପହାର ମିଳିଛି । କେନ୍ଦ୍ର ସରକାର ୨୦୨୨-୨୩ ବର୍ଷ ପାଇଁ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ନନ ପ୍ରଡକ୍ଟିଭିଟି ଲିଙ୍କଡ୍‌ ବୋନସର ମଞ୍ଜୁରୀ ଦେଇଛନ୍ତି । ଦୀପାବଳୀ ପୂର୍ବରୁ ସରକାରଙ୍କ ତରଫରୁ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ଏହା ଏକ ବଡ଼ ଉପହାର । ଅର୍ଥ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ୨୦୨୨-୨୩ ପାଇଁ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ଏହି ବୋନସର ଗଣନା ସ୍ଥିର କରିଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେନ୍ଦ୍ର ସରକାରଙ୍କ ଅଧିନରେ ଆସୁଥିବା ଗ୍ରୁପ୍‌ ବି ଏବଂ ଗ୍ରୁପ ସି ରେ ଆସୁଥିବା ନନ୍‌- ଗ୍ୟାଜେଟେଡ କର୍ମଚାରୀଙ୍କୁ ମଧ୍ୟ ବୋନସ ମିଳିଥାଏ । ଏହା ବ୍ୟତୀତ ଆଡୋକ ବୋନସର ଲାଭ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସର କର୍ମଚାରୀ ଏବଂ ଆର୍ମ୍ଡ ଫୋର୍ସକୁ ମଧ୍ୟ ମିଳିଥାଏ । ଏହି ବୋନସରେ ୩୦ ଦିନର ବେତନ ସମାନ ବୋନସ ମିଳିଥାଏ । ଅର୍ଥାତ ଯଦି ଜଣେ କର୍ମଚାରୀ ୧୮,୦୦୦ ଟଙ୍କା ପାଉଛନ୍ତି, ତେବେ ତାଙ୍କର ୩୦ଦିନର ମାସିକ ବୋନସ୍ ପ୍ରାୟ ୧୭,୭୬୩ ଟଙ୍କା ହେବ ।

ଏହି ବୋନସର ଲାଭ ସେହି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ମାର୍ଚ୍ଚ ୩୧,୨୦୨୩ ପର୍ଯ୍ୟନ୍ତ ସର୍ଭିସରେ ଅଛନ୍ତି । ଆଡୋକ୍ ଆଧାରରେ ନିଯୁକ୍ତ ଅସ୍ଥାୟୀ କର୍ମଚାରୀମାନେ ମଧ୍ୟ ଏହି ବୋନସ୍ ପାଇବେ । କିନ୍ତୁ ସର୍ଭିସରେ କୌଣସି ବାଧା ନହେବା ଜରୁରୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.