ବିହାର: ମେୟର ଶିବରାଜ ପାସୱାନଙ୍କୁ ଗୁଳି କରି ହତ୍ୟା

କଟିହାର: ବିହାରରେ ବଢି ଚାଲିଛି ଅପରାଧ। ଅପରାଧୀମାନେ ଲଗାତାର ଭାବେ ପୋଲିସକୁ ଚ୍ୟାଲେଞ୍ଜ ଦେବାରେ ଲାଗିଛନ୍ତି। ଯାହାକି ପୋଲିସର ନିଦ ହଜାଇ ଦେଇଛି । ଏହାରି ମଧ୍ୟରେ କଟିହାର ମେୟର ଶିବରାଜ ପାସୱାନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗୁରୁବାର ରାତିରେ କିଛି ବାଇକ୍ ଆରୋହୀ ଶିବରାଜଙ୍କ ଅତି ନିକଟକୁ ଆସି ଛାତିରେ ଗୁଳି ମାରିଥିବା ଜଣାପଡିଛି । ଖବର ମିଳିବା ମାତ୍ରେ ଘଟଣାସ୍ଥଳକୁ ପହଞ୍ଚିଥିଲା ପୋଲିସ । କିନ୍ତୁ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କୌଣସି ସୂଚନା ମିଳିପାରି ନାହିଁ । ଏହି ହତ୍ୟାକାଣ୍ଡ ଶିବରାଜଙ୍କ ରହୁଥିବା ୱାର୍ଡ ସନ୍ତୋଷୀ କଲୋନୀରେ ଘଟିଛି ।

ହତ୍ୟାକାଣ୍ଡକୁ ନେଇ କୁହାଯାଉଛି ଯେ, ବାଇକରେ ୪ ଆକ୍ରମଣକାରୀ ଶିବରାଜଙ୍କ ନିକଟକୁ ଆସିଥିଲେ । ଶିବରାଜଙ୍କ ନିକଟତର ହେବା ମାତ୍ରେ ଆଖିବୁଜା ଗୁଳି ଚଲାଇଥିଲେ ଦୁର୍ବୃତ୍ତ । ଫଳରେ ମେୟର ଶିବରାଜଙ୍କ ଛାତିରେ ୩ଟି ଗୁଳି ବାଜିଥିଲା ଓ ସେ ରକ୍ତାକ୍ତ ହୋଇ ଟଳିପଡିଥିଲେ । ହତ୍ୟାକାଣ୍ଡ ପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଘଟଣା ପରେ ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଛି । ପୋଲିସର ବଡ ବଡ ଅଫିସରମାନେ ବି ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ୍ ଜାରି ରଖିଛନ୍ତି । ଏହି ଘଟଣା ସଂପର୍କରେ ଜାଣିବା ପରେ ପ୍ରଶାସନ ଓ ପୋଲିସର ଚିନ୍ତା ବଢ଼ିଯାଇଛି । ପୋଲିସ ଏବେ ପୂରା ଅଂଚଳକୁ ସିଲ କରି ଘଟଣାର ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.