ଆଜି ବିହାର ବିଧାନସଭା ନିର୍ବାଚନ ନେଇ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ୧୪୬୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ କୋଟି ୮୫ ଲକ୍ଷ ଭୋଟର

 ବିହାର: ଆଜି ବିହାର ବିଧାନସଭା ନିର୍ବାଚନ ନେଇ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ୧୭ଟି ଜିଲ୍ଲାର ୯୪ ଆସନ ପାଇଁ ଭୋଟ ନିଆଯାଉଛି । ଏହି ପର୍ଯ୍ୟାୟରେ ୧ ହଜାର ୪୬୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ କୋଟି ୮୫ ଲକ୍ଷ ଭୋଟର । ପ୍ରାର୍ଥୀଙ୍କ ଭିତରେ ୧୩୧୬ ଜଣ ପୁରୁଷ ଓ ୧୪୬ ଜଣ ମହିଳା । ୧୮ ହଜାର ୮୨୩ ପୁଲିଂ ଷ୍ଟେସନ୍‌ରେ ୪୧ ହଜାର ୩୬୨ ବୁଥରେ ମତଦାନ ସାବ୍ୟସ୍ତ କରିବେ ଭୋଟର । ଏହି ପର୍ଯ୍ୟାୟର ୯୪ ଆସନରୁ ଆରଜେଡି ୫୬ ଓ କଂଗ୍ରେସ ୨୪ ଆସନରେ ଲଢୁଛି ।

ସେହିଭଳି ବିଜେପି ୪୬ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଜେଡିୟୁର ୪୩ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରାଉଛନ୍ତି । ଆରଏଲଏସପି ୩୬ ଆସନରେ ପ୍ରତିଦ୍ୱନ୍ଦିତା କରୁଛି । ଚିରାଗ ପାଶଓ୍ଵାନଙ୍କ ଏଲଜେପି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ଏଲଜେପିର ୫୨ ପ୍ରାର୍ଥୀ ନିର୍ବାଚମ ରଣାଙ୍ଗନାକୁ ଓହ୍ଲାଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବିହାର ପାଇଁ ଗୁରୁତ୍ୱପୂର୍ଣ୍ଣ । ଦ୍ୱିତୀୟ ପର୍ଯ୍ୟାୟ ନର୍ବାଚନ ହିଁ ନିର୍ଣ୍ଣାୟକ ହେବା କୁହାଯାଉଛି । ଏନଡିଏ କ୍ଷମତାକୁ ପୁଣି ଫେରିବ ନା ତେଜସ୍ୱୀ ମୁଖ୍ୟମନ୍ତ୍ରୀ ହେବେ, ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହିଁ ଏହାର ନିର୍ଣ୍ଣାୟକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.