ବାହାଘର ରାତି ପାଲଟିଲା ଶେଷ ରାତି, ହାର୍ଟଆଟାକରେ ବରକନ୍ୟା ମୃତ

ହାର୍ଟଆଟାକରେ ଚାଲିଗଲା ନବବିବାହିତ ଯୋଡିଙ୍କ ଜୀବନ । ବାହାଘର ପରେ ଶୋଇବାକୁ ଯାଇଥିବା ବରକନ୍ୟା ମୃତ । ଉତ୍ତରପ୍ରଦେଶ ବାହାରିଚରେ ଏମିତି ହୃଦୟ ବିଦାରକ ଘଟଣା ଘଟିଛି ।

ବାହାଘର ରାତି ପାଲଟିଲା ଶେଷ ରାତି । ନବବିବାହିତ ଯୋଡି ବାହାଘର  ସରିବା ପରେ ରୁମରେ ଯାଇ ଶୋଇଥିଲେ । କିନ୍ତୁ ପରଦିନ ସକାଳୁ ଉଠିନଥିଲେ । ଘର ଲୋକ ବ୍ୟସ୍ତ ହୋଇ କବାଟ ଖୋଲିବା ପରେ ଉଭୟ ମୃତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ତେବେ ଦୁହିଁଙ୍କର ମୃତ୍ୟୁ ହାର୍ଟ ଆଟାକରେ ହୋଇଥିବା ଜଣାପଡିଛି । ଉତ୍ତରପ୍ରଦେଶର ବାହାରିଚ ଜିଲ୍ଲାରେ ଘଟିଛି ଏଭଳି ଦୁଃଖଦ ଘଟଣା ।

ଖବର ମୁତାବକ, ଉତ୍ତରପ୍ରଦେଶର ବାହାରିଚ ଜିଲ୍ଲାର ୨୨ ବର୍ଷୀୟ ପ୍ରତାପଙ୍କର ବିବାହ ୨୦ ବର୍ଷୀୟ ପୁଷ୍ପା ସହିତ ବିବାହ ହୋଇଥିଲା । ବାହାଘର ସରିବା ପରେ ବରକନ୍ୟା ଘରକୁ ଫେରିଥିଲେ । ଆଉ ବାହାଘର ସରିବା ପରେ ଉଭୟେ ଶୋଇବାକୁ ରୁମକୁ ଯାଇଥିଲେ । ହେଲେ ତା’ ପର ଦିନ ସକାଳୁ ଉଠିନଥିଲେ । ଘର ଲୋକ ବ୍ୟସ୍ତ ହୋଇ ବେଲ୍‌ ମାରିଥିଲେ । କିନ୍ତୁ ସେମାନେ କେହି କବାଟ ନ ଖୋଲିବାରୁ କବାଟ ଭାଙ୍ଗି ପଶିବା ବେଳକୁ ଦୁହିଁଙ୍କର ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ ।

ତୁରନ୍ତ ଘର ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍‌ କରିବା ସହିତ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ଦୁହିଁଙ୍କର ମୃତ୍ୟୁ ହାର୍ଟଆଟାକରେ ହୋଇଥିବା ଜଣାପଡିଛି ।

ବାହାରିଚ ଏସପି ପ୍ରଶାନ୍ତ ବର୍ମା କହିଛନ୍ତି, ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦୁହିଁଙ୍କର ମୃତ୍ୟୁ ହାର୍ଟଆଟାକରେ ହୋଇଛି । ତେବେ ପୂର୍ବରୁ ଦୁହିଁଙ୍କର ଏଭଳି କୌଣସି ସଂକେତ ଦେଖାଦେଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.