୩୨ ବର୍ଷ ପରେ ଆସିଲା କୋର୍ଟଙ୍କ ରାୟ; ଅବଧେଶ ରାୟ ହତ୍ୟା ମାମଲାରେ ମୁଖତାର ଅନ୍‌ସାରୀ ଦୋଷୀ ସାବ୍ୟସ୍ତ

ମୁଖତାର ଅନସାରୀଙ୍କ ସହ ଜଡ଼ିତ ୩୨ ବର୍ଷ ପୁରୁଣା ଏକ ହତ୍ୟା ମାମଲାରେ ସୋମବାର ବାରାଣସୀର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ରାୟ ଦେଇଛନ୍ତି। ବାରାଣସୀ କୋର୍ଟ ନିଜର ନିଷ୍ପତ୍ତି ଶୁଣାଇ ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ମୁଖତାର ଅନସାରୀଙ୍କ ସହ ଜଡ଼ିତ ୩୨ ବର୍ଷ ପୁରୁଣା ଏକ ହତ୍ୟା ମାମଲାରେ ସୋମବାର ବାରାଣସୀର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ରାୟ ଦେଇଛନ୍ତି। ବାରାଣସୀ କୋର୍ଟ ନିଜର ନିଷ୍ପତ୍ତି ଶୁଣାଇ ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଅବଧେଶ ରାୟ ହତ୍ୟାକାଣ୍ଡରେ କୋର୍ଟ ମୁଖତାର ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମଧ୍ୟାହ୍ନ ଭୋଜନ ପରେ କୋର୍ଟଙ୍କ ପକ୍ଷରୁ ଅନସାରୀଙ୍କ ପାଇଁ ଦଣ୍ଡ ଶୁଣାଯିବ। ଏହି ମାମଲାରେ ଅନସାରୀଙ୍କ ସମେତ ୫ ଜଣ ଅଭିଯୁକ୍ତ ଅଛନ୍ତି। ଅବଧେଶ ରାୟ କଂଗ୍ରେସ ନେତା ଅଜୟ ରାୟଙ୍କ ଭାଇ। କୋର୍ଟଙ୍କ ନିଷ୍ପତ୍ତି ଆସିବା ପୂର୍ବରୁ ଅଜୟ ରାୟ କହିଥିଲେ ଯେ ୩୨ ବର୍ଷର ଅପେକ୍ଷା ଆଜି ଶେଷ ହେବ ଏବଂ ତାଙ୍କୁ ଆଶା ଅଛି ଯେ ସେ ନ୍ୟାୟ ପାଇବେ।

ସୂଚନାଥାଉ କି, ୧୯୯୧ ଅଗଷ୍ଟ ୩ରେ ଅବଧେଶ ରାୟଙ୍କୁ ହତ୍ୟା କରାଯାଇଥିଲା। ସେତେବେଳେ ଅବଧେଶ ନିଜ ସାନଭାଇ ତଥା ବର୍ତ୍ତମାନର କଂଗ୍ରେସ ନେତା ଅଜୟ ରାୟଙ୍କ ଘର ବାହାରେ ଠିଆ ହୋଇଥିଲେ। ସେହି ସମୟରେ ସେଠାରେ ଏକ ମାରୁତି ଭ୍ୟାନ୍ ଆସିଥିଲା ଏବଂ ଭ୍ୟାନ୍‌ରୁ ବହୁ ଲୋକ ବାହାରି ଆସିଥିଲେ। ସେହି ଲୋକମାନେ ଅବଧେଶଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ। ଗୁଳି ଶବ୍ଦରେ ଚାରିଆଡ଼େ କମ୍ପି ଉଠିଥିଲା।

ଏହି ହତ୍ୟାକାଣ୍ଡ ପରେ ପୂର୍ବତନ ବିଧାୟକ ଅଜୟ ରାୟ ଥାନାରେ ମୁଖତାର ଅନସାରୀଙ୍କ ସମେତ ଅନେକଙ୍କ ବିରୋଧରେ ଏତଲା ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.