କଟିଗଲା ଲାଇନ୍‌, ବଦଳିଗଲେ ବର: ଶାଶୁ ଘରେ ଜଣାପଡିଲା ପ୍ରକୃତ ସତ

ନୂଆଦିଲ୍ଲୀ : କଟିଗଲା ଲାଇନ , ବଦଳିଗଲେ ବର। ପରସ୍ପରର ବରକୁ ବିବାହ କଲେ ଦୁଇ ଭଉଣୀ। ବିଦ୍ୟୁତ କାଟ ହେଲା କାଳ। ମଧ୍ୟପ୍ରଦେଶର ଉଜୈନରେ ଘଟିଛି ଏଭଳି ଘଟଣା। ବିବାହ ସମୟରେ ବିଦ୍ୟୁତ କଟିଗଲା। ସମାନ ଡ୍ରେସ ପିନ୍ଧିଥିବାରୁ ଭୁଲ ଝିଅକୁ ବିବାହ କଲେ ବର। କନ୍ୟାର ଭଉଣୀ ସହ ନେଲେ ସାତ ଫେରା। ଘରକୁ ଯିବା ପରେ ଜଣାପଡିଲା କନ୍ୟାର ଭଉଣୀକୁ ବିବାହ କରିଛନ୍ତି ବର। ତା’ ପରଦିନ କନ୍ୟାର ପରିବାର ଲୋକ ବରଙ୍କ ଘରେ ପହଞ୍ଚିଥିଲେ। କିଛି ସମୟ ବିବାଦ ପରେ ପୁଣି କନ୍ୟା ବଦଳ ହୋଇ ବିବାହ କରାଯାଇଛି।

ସୂଚନା ଅନୁଯାୟୀ, ରମେଶ ଲାଲଙ୍କ ଦୁଇ ଝିଅ ନିକିତା ଏବଂ କରିଶ୍ମାଙ୍କ ବାହାଘର ଥିଲା। ନିତକିତାଙ୍କର ଭୋଳା ନାମକ ଯୁବକଙ୍କ ସଙ୍ଗେ ବିବାହ ଠିକ୍ ହୋଇଥିଲା ବେଳେ କରିଶ୍ମାଙ୍କର ଗଣେଶ ସଙ୍ଗେ ହାତଗଣ୍ଠି ବିବାହ ସ୍ଥିର ହୋଇଥିଲା। ଉଭୟ ବର ଭିନ୍ନ ଭିନ୍ନ ପରିବାରରୁ ଆସିଥିଲେ। ଉଭୟେ ଭଉଶୀ ସମାନ ପ୍ରକାର ବିବାହ ଡ୍ରେସ ପିନ୍ଧିଥିବା ବେଳେ ପ୍ରଥା ଅନୁଯାୟୀ ମୁହଁ ଓଢ଼ିଣି ଭିତରେ ଲୁଚିଯାଇଥିଲା। ଠିକ୍‌ ଏହି ସମୟରେ ହଠାତ୍‌ ବିଜୁଳି କଟିଯିବାରୁ ଚେହେରା ଚିହ୍ନିବା ଅସହଜ ହୋଇଥିଲା। ଫଳରେ ବରଣମାଳା ଅଦଳବଦଳ ହୋଇଯାଇ ଥିଲା । ବାହାଘର ପରେ କନିଆ-ବର ଶୂଶୁରଘରକୁ ଯାଇଇଥିଲେ। ସେଠାରେ ପ୍ରକୃତ କଥା ଜରାପଡ଼ିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.