ବିଏସ୍‌ପି ନେତାଙ୍କୁ ହତ୍ୟା କରି ନାଳରେ ଫିଙ୍ଗିଦେଲେ, ଅଭିଯୁକ୍ତ ଗିରଫ

ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଜଣେ ବିଏସ୍‌ପି ନେତାଙ୍କୁ ଗଳା ଚିପି ହତ୍ୟା କରାଯାଇଛି। ନେତାଙ୍କ ମୃତଦେହ ଏକ ଅଖାରୁ ଜବତ ହୋଇଛି।

ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଜଣେ ବିଏସ୍‌ପି ନେତାଙ୍କୁ ଗଳା ଚିପି ହତ୍ୟା କରାଯାଇଛି। ନେତାଙ୍କ ମୃତଦେହ ଏକ ଅଖାରୁ ଜବତ ହୋଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ସୂଚନା ରହିଛି ଯେ ମୋହଲ୍ଲା କୋଟର ବିଏସ୍‌ପିର ପୂର୍ବତନ ନଗର ଅଧ୍ୟକ୍ଷ ହାଜି ବାବୁ ଦିନକ ପୂର୍ବରୁ ନିଖୋଜ ଥିଲେ। ପରିବାର ଲୋକେ ଏ ନେଇ ଶୁକ୍ରବାର ରାତିରେ ଥାନାରେ ନିଖୋଜ ରିପୋର୍ଟ ଦାଖଲ କରିଥିଲେ।

ଶନିବାର ସନ୍ଧ୍ୟାରେ ଉସମାପୁର ଗ୍ରାମ ନିକଟସ୍ଥ ନାଳରୁ ଏକ ଅଖା ଭିତରୁ ହାଜି ବାବୁଙ୍କ ମୃତଦେହ ମିଳିଥିଲା। ଏହାପରେ ପରିବାର ଲୋକେ ଥାନାରେ ଅପହରଣ ଓ ହତ୍ୟା ଅଭିଯୋଗ କରିଥିଲେ।

ପୋଲିସ କହିଛି, ହାଜି ବାବୁଙ୍କୁ ଗଳା ଚିପି ହତ୍ୟା କରି ନାଳରେ ଫିଙ୍ଗି ଦିଆଯାଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣା ଖୁର୍ଜା ନଗର ଥାନା ଅଧୀନ କୋତଓ୍ଵାଲି ଅଞ୍ଚଳରେ ଘଟିଛି। ଶୁକ୍ରବାର ସନ୍ଧ୍ୟାରେ ହାଜି ବାବୁଙ୍କୁ ଏକ ଫୋନ୍‌ କଲ୍‌ ଆସିଥିଲା ଏବଂ ଏହାପରେ ସେ ଘରୁ ବାହାରି ଯାଇଥିଲେ। ହାଜି ବାବୁ ବଜାରରେ କମିଶନ ଏଜେଣ୍ଟ୍‌ ଥିଲେ।

ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାକୁ ପରିବାର ଲୋକେ ଥାନାରେ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ପରେ ପୋଲିସ ଶନିବାର ରାତିରେ ହାଜି ବାବୁଙ୍କ ଫୋନ୍‌ ଜବତ କରି ଛାନ୍‌ଭିନ ଆରମ୍ଭ କରିଥିଲା। ଏହାପରେ ହାଜି ବାବୁଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ନାଳରେ ପଡ଼ିଥିବାର ମିଳିଥିଲା। ପୋଲିସ ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚୁରା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.